--:--:--
-- ---
Srishti News

ରଜ ପର୍ବରେ ଉତ୍ସବ ମୁଖର ମା ସିଂହାସନୀଙ୍କ ଶକ୍ତି ପୀଠ , ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ପୋଲସରାJune 14, 202654 views
ରଜ ପର୍ବରେ ଉତ୍ସବ ମୁଖର ମା ସିଂହାସନୀଙ୍କ ଶକ୍ତି ପୀଠ , ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ସହର ଠାରୁ ୨୫ କିଲୋମିଟର ଦୂର କଷିପଡା ଠାରେ ବିଜେ ମା' ସିଂହାସନଙ୍କ ଶକ୍ତି ପୀଠ, ଏହି ପୀଠରେ ତିନି ଦିନ ଧରି ପାଳିତ ହୁଏ ରଜପର୍ବ ଆଜି ହେଉଛି ପହିଲି ବା ପ୍ରଥମ ରଜ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ପହିଲି ରଜ ଠାରୁ ମା' ଙ୍କ ପୀଠରେ ତିନି ଦିନ ଧରି ରଜପର୍ବ ପାଳିତ ହୋଇଥାଏ ଏହି ତିନି ଦିନ ରେ ମା' ଙ୍କ ଦର୍ଶନ କଲେ ମା' ଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଥିବାରୁ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ମା' ଙ୍କ ଦର୍ଶନ କରିବା ସହିତ ଭୋଗରାଗ ଲଗାଇଥାନ୍ତି। ଚଳିତ ବର୍ଷ ପାଣିପାଗ ପରିବର୍ତ୍ତନ ଓ ଗମନାଗମନ ସୁବିଧା ହୋଇଥିବା ଲାଗି ଆଜି ପ୍ରଥମ ରଜରେ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମାନସିକ ଧାରି ମାନେ ମାଁ ଙ୍କ ପୀଠରେ ମାଁ ଙ୍କ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗରାଗ ଲଗାଇ ଥାନ୍ତି।ଏହା କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ସଭାପତି ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଳିକ ଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ର ତଦାରଖ କମିଟିର ସଦସ୍ୟ ମାନେ ଦାୟିତ୍ୱର ସହକାରେ କରିଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ପ୍ରଥମ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଉପସଭାପତି ଦୀପକ ପ୍ରଧାନ ଓ ପ୍ରଭାକର ପଣ୍ଡା, ସମ୍ପାଦକ ରଘୁନାଥ ପ୍ରଧାନ,ମନ୍ଦିର ଟ୍ରଷ୍ଟି ରଘୁନାଥ ସାହୁ, ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ, ସରପଞ୍ଚ ପ୍ରତିନିଧି ମନୁ ଗୌଡ଼ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପୀତବାସ ପ୍ରଧାନ,କୈଳାସ ମହାରଣା, ରବିନ୍ଦ୍ର ନାଥ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ପୋଲସରା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।