ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ପରେ ରିଙ୍କିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିଧାୟକ ଅଶୋକ ମହାନ୍ତି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 16, 202676 views

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ରିଙ୍କି ଗଡନାୟକଙ୍କ ଭୁବନେଶ୍ୱରସ୍ଥିତ SUM Hospital ରେ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିବା ଖବର ପାଇ ପାଲଲହଡା ବିଧାୟକ Ashok Mohanty ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ରିଙ୍କିଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ଡାକ୍ତରମାନଙ୍କ ଠାରୁ ଚିକିତ୍ସାର ଅଗ୍ରଗତି ଏବଂ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅବଗତ ହୋଇ ବିଧାୟକ ଶୀଘ୍ର ସୁସ୍ଥତା କାମନା କରିଥିଲେ। ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ସେ ପରିବାରକୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରିଛନ୍ତି ।
