--:--:--
-- ---
Srishti News

ପହିଲି ରଜରେ ଅଘଟଣ: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କୋଠି ଗ୍ରାମରେ ଶୋକର ଛାୟା

Jagatsinghpur (ଜଗତସିଂହପୁର)ରିପୋର୍ଟ: ରମେଶ ଚନ୍ଦ୍ର ବାରିକ, କୁଜଙ୍ଗJune 15, 202630 views
ପହିଲି ରଜରେ ଅଘଟଣ: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କୋଠି ଗ୍ରାମରେ ଶୋକର ଛାୟା
କୁଜଙ୍ଗ, ଜଗତସିଂହପୁର: ପହିଲି ରଜର ଆନନ୍ଦ ମଧ୍ୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା କୋଠି ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗରାଜପୁର ଷ୍ଟାଡିୟମ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟିଥିବା ଏହି ଦୁର୍ଘଟଣାରେ କୋଠି ଗ୍ରାମର ଯୁବକ ଲୋକନାଥ ଦାସଙ୍କ ମୃତ୍ୟୁ ଘଟିଛି। ମୃତ ଲୋକନାଥ ଦାସ କୋଠି ଗ୍ରାମର ବାବୁଲି ଦାସଙ୍କ ଏକମାତ୍ର ପୁତ୍ର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା। ଏହି ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର କୋଠି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ଲୋକନାଥଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପହିଲି ରଜର ଉତ୍ସବ ମାହୋଲ ମଧ୍ୟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।