ଭାରୋତ୍ତଳନରେ ରାଜ୍ୟ ସ୍ତରକୁ ଯିବେ ନିଗମ ପ୍ରସାଦ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 22, 202643 views

ଜିଲ୍ଲା ସ୍ତରୀୟ କ୍ରିଡ଼ା ଓ କୁସ୍ତି ପ୍ରତି ଯୋଗିତାରେ ଚିକିଟିର ଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ୯୮ କିଗ୍ରା ବର୍ଗରେ ରାଜକବି ରାଧାମୋହନ ବିଦ୍ୟାପୀଠ, ଚିକିଟି ର ଅଷ୍ଟମ ଶ୍ରେଣୀର ଛାତ୍ର ନିଗମ ପ୍ରସାଦ ସାହୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟ ତଥା ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ପ୍ରକାଶ ଥାଉକି ସେ ଧାନଘର ନିବାସୀ ଶ୍ରୀମତୀ ମଞ୍ଜୁଲତା ସାହୁ ଓ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଙ୍କ ସୁପୁତ୍ର ଅଟନ୍ତି। ନିଗମ ଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଆରାଧ୍ୟେଶ୍ଵର ପଟ୍ଟନାୟକ, ପରିଚାଳନା କମିଟି ସଭାପତି ଶ୍ରୀ ହରିଚନ୍ଦ୍ର ଦାସ ,ଭାରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଙ୍କ ସମେତ ତ୍ରିପତି ପ୍ରଧାନ,ପ୍ରଭାତ କୁମାର ସାହୁ, ବିଦ୍ୟୁତ୍ ପ୍ରଭା ବେହେରା, ସୁଶାନ୍ତ ପ୍ରଧାନ ପ୍ରମୁଖ ଶିକ୍ଷକ ଓ ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଓ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମଙ୍ଗଳ କାମନା କରିଛନ୍ତି।
