--:--:--
-- ---
Srishti News

Web News

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ
Jul 1, 202631 views

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ, ଜୁନ୍ ୨୯: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଏବଂ ଦେଶରେ ସିନେମା ହଲ୍‌ର ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରସୂନ ଜୋଶୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀରେ ଚଳଚ୍ଚିତ୍ର ଜଗତର ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହେବେ। ଗୋଷ୍ଠୀ ଭାରତୀୟ ସିନେମାର ସମ୍ଭାବନା ଓ ଚ୍ୟାଲେଞ୍ଜର ସମୀକ୍ଷା କରିବା ସହ ଏଆଇ, ଭର୍ଚୁଆଲ୍ ପ୍ରଡକ୍ସନ୍‌, ଆର୍ଥିକ ସହାୟତା, ନିବେଶ ଓ ବଣ୍ଟନ ବ୍ୟବସ୍ଥା ଭଳି ବିଷୟରେ ସୁପାରିଶ ଦେବ। ଏହା ତିନି ମାସ ମଧ୍ୟରେ ମନ୍ତ୍ରଣାଳୟକୁ ନିଜ ରିପୋର୍ଟ ଦାଖଲ କରିବ। ଦ୍ୱିତୀୟ ପଦକ୍ଷେପ ଭାବେ ମନ୍ତ୍ରଣାଳୟ ‘ମଡେଲ୍ ରାଜ୍ୟ ସିନେମା ନିୟମାବଳୀ’ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ପଠାଇଛି। ସିନେମା ହଲ୍‌ ସ୍ଥାପନ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ ଓ ଏକରୂପ କରିବା ସହ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସିନେମା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ। ମନ୍ତ୍ରଣାଳୟର କହିବାନୁସାରେ, ଏହି ଦୁଇ ପଦକ୍ଷେପ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅଧିକ ସୁଦୃଢ଼, ଆଧୁନିକ ଓ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବା ସହ ସିନେମା ଶିଳ୍ପର ସାମଗ୍ରିକ ବିକାଶରେ ସହାୟକ ହେବ।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ ଭୁବନେଶ୍ୱର

ଯାଜପୁର ଜିଲ୍ଲା କୋରେଇ ଶଙ୍ଖ ଚିଲା ମହାପ୍ରଭୁଙ୍କ ଦେବସ୍ନାନ
Jul 1, 202646 views

ଯାଜପୁର ଜିଲ୍ଲା କୋରେଇ ଶଙ୍ଖ ଚିଲା ମହାପ୍ରଭୁଙ୍କ ଦେବସ୍ନାନ

କୋରାଇ ବ୍ଲକ ଲକ୍ଷ୍ମୀ ନଗର ପଞ୍ଚାୟତ ଅନ୍ତର୍ଗତ ରାଧା ନଗର ଗ୍ରାମ ମହାପ୍ରଭୁ ଙ୍କ ସ୍ନାନ ପୂର୍ଣ୍ଣିମା ରେ ଚତୃଦ୍ଧା ମୃର୍ତ୍ତି ଙ୍କୁ ବୈଦିକ ବ୍ରାହ୍ମଣ ଙ୍କ ଦ୍ଵାରା ରୀତି ନୀତି ଅନୁଯାୟୀ ୧୦୮ ଗରା ଜଳ ରେ ଦେବ ସ୍ନାନ କରା ହୋଇଥିଲା ଶ୍ରୀ ଜଗନ୍ନାଥ ଚେତନା ଚାରଣ ଗୋଷ୍ଠୀ ପୁରୀ ର ଚାରଣ ମାନଙ୍କ ଦ୍ୱାରା ବିଷ୍ଣୁ ସହସ୍ର ନାମ୍ ପଞ୍ଚଦଶ ଅଧ୍ୟାୟ ଗୀତା ହନୁମାନ ଚାଳିଶା ଭାଗବତ ପଠନ ହୋଇ ଥିଲା ଗ୍ରାମ ର ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ଆଧ୍ୟାତ୍ମିକ ଭକ୍ତି ମୟ ପରିବେଶ ରେ ଆନନ୍ଦ ଉଳ୍ହାସ ଆଳତି କୀର୍ତ୍ତନ ରେ ମହାପ୍ରଭୁ ଙ୍କ ହାତୀ ବେଶ୍ ଦର୍ଶନ କରିଥିଲେ ।

Jajpur (ଯାଜପୁର)ରିପୋର୍ଟ - ନିରୋଜ କୁମାର ସେଠୀ

ସେବା ହିଁ ସଙ୍କଳ୍ପ, ସ୍ୱାସ୍ଥ୍ୟ ହିଁ ସର୍ବୋଚ୍ଚ ପ୍ରାଥମିକତା
Jun 30, 202699 views

ସେବା ହିଁ ସଙ୍କଳ୍ପ, ସ୍ୱାସ୍ଥ୍ୟ ହିଁ ସର୍ବୋଚ୍ଚ ପ୍ରାଥମିକତା

ଜନସାଧାରଣଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ସାକାର କରିବା ଦିଗରେ ଆଜି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କୈଳାସ ମହାପାତ୍ର ସ୍ୱାସ୍ଥ୍ୟ ସେବାର ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀମାନଙ୍କ ସହ ସିଧାସଳଖ କାର୍ଯ୍ୟବ୍ୟବସ୍ଥା କରିଥିଲେ। ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଡାକ୍ତରୀ ସେବା, ଔଷଧର ଉପଲବ୍ଧତା ଏବଂ ହସ୍ପିଟାଲରେ ମିଳୁଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଅଭିମତକୁ ଗୁରୁତ୍ୱର ସହ ଶୁଣିଥିଲେ। କେବଳ ରୋଗୀ ନୁହେଁ, ହସ୍ପିଟାଲର କାର୍ଯ୍ୟବ୍ୟବସ୍ଥା, ପରିଚ୍ଛନ୍ନତା, ଚିକିତ୍ସା ସାମଗ୍ରୀର ଉପଲବ୍ଧତା ଏବଂ ସେବା ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ସେ ତଦାରଖ କରିଥିଲେ। ସ୍ୱାସ୍ଥ୍ୟ ସେବାରେ କୌଣସି ଅବହେଳା ନହେବା ସହ ପ୍ରତ୍ୟେକ ରୋଗୀ ଯେପରି ଉତ୍ତମ ଚିକିତ୍ସା ପାଇବେ, ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁଖ-ଦୁଃଖରେ ସାମିଲ ହେବା, ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିବା ହିଁ ସୁଶାସନର ପ୍ରକୃତ ପରିଚୟ। ଧାମନଗରବାସୀଙ୍କୁ ଆହୁରି ଉନ୍ନତ, ସହଜ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରତି ଏହି ପରିଦର୍ଶନ ଏକ ଦୃଢ଼ ସଙ୍କଳ୍ପ ଓ ଜନସେବା ପ୍ରତି ଅଟୁଟ ପ୍ରତିବଦ୍ଧତାର ସଶକ୍ତ ବାର୍ତ୍ତା।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଧାମନଗରରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର, ତଦନ୍ତ ଆରମ୍ଭ
Jun 30, 2026128 views

ଧାମନଗରରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର, ତଦନ୍ତ ଆରମ୍ଭ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଏନ୍‌ଏସି ଗେଟ୍ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକରୁ ଧାମନଗର ଅଭିମୁଖେ ଯାଉଥିବା ବନ ବିଭାଗର ସରକାରୀ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଜୋରଦାର ଧକ୍କା ଦେଇଥିଲା। ଏହି ଧକ୍କାରେ ସରକାରୀ ଗାଡ଼ିର ସାମ୍ନା ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିର ଏକ ଚକା ମଧ୍ୟ ବାଙ୍କୀ ଯାଇଥିଲା। ତେବେ ଗାଡ଼ିରେ ଥିବା ଫରେଷ୍ଟର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀ ଏବଂ ଧାମନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ପିକଅପ୍ ଭ୍ୟାନ୍‌ର ବେପରୁଆ ଚାଳନା କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି କି ନାହିଁ, ସେନେଇ ପୋଲିସ ଯାଞ୍ଚ କରୁଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଫରେଷ୍ଟର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଟୀକା ଦାନ
Jun 30, 2026164 views

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଟୀକା ଦାନ

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଅଙ୍ଗନ ବାଡ଼ି କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ପୋଲିଓ ବୁନ୍ଦା ଯାତ୍ରୀ ମାନଙ୍କଛୋଟ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଥିଲେ l ବସ୍ ଷ୍ଟାଣ୍ଡ, ଛକ, ବିଦ୍ୟାଳୟ, ଓ ଜନଗହଳି ଜାଗା ମାନଙ୍କରେ ପୋଲିଓ ବୁନ୍ଦା ଦେଉଥିବାର ଦେଖl ଯାଇଛି l " ଦୁଇବୁନ୍ଦା ପ୍ରତେକ ଥର, ପୋଲିଓ ଉପରେ ବିଜୟ ରୁହ ନିରନ୍ତର "ଆମଦେଶ ଭାରତ ପୋଲିଓ ମୁକ୍ତ ଅଟେ l ଯାହା ଆଗରୁ ଶିଶୁ ଙ୍କୁ ବିକଳାଙ୍ଗ କରିଦେଉଥିଲା l ସରକାର ଙ୍କ ଦ୍ୱାରା ସଚେତନତା ଓ ଦୃଢ ପଦକ୍ଷେପ ପାଇଁ ଏହା ପୋଲିଓ ମୁକ୍ତ ସମ୍ଭବ ହୋଇପାରିଛି ସେଥିପାଇଁ ଦୁଇ ଥର ପୋଲିଓବୁନ୍ଦା ବର୍ଷ କୁ ଦୁଇଥର ବାଧ୍ୟତା ମୂଳକ ଦିଆଯାଉଛି l ପୋଲିଓ କୁ ସମୂଳେ ଧ୍ବଂସ କରିବାର ପ୍ରୟାସ ସରକାର ଜାରି ରଖିଛନ୍ତି l ଯଦି ଅବହେଳା ହୁଏ ପୁଣି ଫେରିପାରେ ସେଥିପାଇଁ ସରକାର ଓ ଜନସମାଜ ଦୃଷ୍ଟି ରଖିବା ଆବଶ୍ୟକ l

Jajpur (ଯାଜପୁର)ରିପୋର୍ଟ :-ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର
Jun 30, 202691 views

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର

ଅନୁଗୋଳ : ଜିଲ୍ଲାରେ ଆଧାର ସଂଶୋଧନ ଓ ନୂତନ ପଞ୍ଜୀକରଣକୁ ନେଇ ଲୋକମାନେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି UIDAI ର ସହଯୋଗରେ BLS ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଗୋଳରେ ଏକ ଆଧାର ସେବା କେନ୍ଦ୍ର ସ୍ଥାପିତ ହୋଇଯାଇଛି। ଅନୁଗୋଳର କାଲଟେକ୍ସ ଛକ ନିକଟରେ ଥିବା କ୍ରେସେଣ୍ଟ କନଭେନସନର ଗ୍ରାଉଣ୍ଡ ଫ୍ଲୋର ବିଲ୍ଡିଂ କମ୍ପ୍ଲେକ୍ସଠାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅନୁଗୋଳର ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏପର୍ଯ୍ୟନ୍ତ ନୂତନ ଆଧାର ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ବାୟୋମେଟ୍ରିକ ଅପଡେଟ୍ ଭଳି ଜରୁରୀ ସେବା ପାଇଁ ଅନୁଗୋଳବାସୀଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ୁଥିଲା। ଏବେ ସେହି ସବୁ ସୁବିଧା ସ୍ଥାନୀୟ ସ୍ତରରେ ହିଁ ଉପଲବ୍ଧ ହେବ। ଏହି ଆଧାର କେନ୍ଦ୍ରଟି ସପ୍ତାହର ସମସ୍ତ ୭ ଦିନ ଖୋଲା ରହିବ। ଏହି ଅବସରରେ ମାନ୍ୟବର ବିଧାୟକ ଏଭଳି ଏକ ଜନହିତକର ପଦକ୍ଷେପ ପାଇଁ UIDAI ଏବଂ BLS ଇଣ୍ଟରନ୍ୟାସନାଲ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାସ୍ତା ଅବରୋଧ କରୁଛନ୍ତି ଠିକାଦାର
Jun 30, 2026159 views

ରାସ୍ତା ଅବରୋଧ କରୁଛନ୍ତି ଠିକାଦାର

ଖଲ୍ଲିକୋଟ ସହରର ବିଭିନ୍ନ ସ୍ଥାନରେ ଗୃହନିର୍ମାଣ, ରୋଡ଼ କାମ ଚାଲିଛି। ନିର୍ମାଣ ସାମଗ୍ରୀ ଗୁଡିକୁ ଯେଉଁଠି ପାରୁ ସେଇଠି ଜମା କରି ଦେବାର ପରିଲକ୍ଷିତ ହେଉଛି। ଏପରି କି ପୁରୁଣା କୋଠାଘର ଭାଙ୍ଗି ଇଟା ପଥର ମାଟି କାଠ ଇତ୍ୟାଦି ଜିନିଷ ଆଣି ରୋଡ଼ ଧାରରେ ଜମା କରିବାର ଜଣାପଡିଛି। ଖଲ୍ଲିକୋଟ ସହର ର ସାହି ରାସ୍ତା ଗୁଡିକ ସଂକୀର୍ଣ୍ଣ ହୋଇ ଥିବାରୁ ଯାନବାହାନ ଚଳାଚଳ, ଜନସାଧାରଣ ଙ୍କ ଗତିଗତ ରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏଅବସରରେ କହିବାକୁ ଗଲେ ଖଲ୍ଲିକୋଟ ର ଭାରତ ସଞ୍ଚାର ନିଗମ କାର୍ଯ୍ୟାଳୟର ସମ୍ମୁଖ ରାସ୍ତାରେ ବାଲି ଆଜିକୁ ଏକ ମାସ ଧରି ଜମା ହୋଇଛି , ତା ପାଖରେ ରହିଛି ମିଶନ ଶକ୍ତି ଗୃହ ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଗୁଡି ବାଲି ଜମା ହୋଇଥିବା ବେଳେ,ତା କୁ ସାକ୍ଷୀ ଅଳିଆଗଦାର ଦୃଶ୍ୟ । ଯାହା ଫଳରେ କି ଜନସାଧାରଣ ଙ୍କ ଯିବା ଆସିବା, ବିଏସଏନଏଲ କୁ ଆସୁଥିବା ଉପଭୋକ୍ତା ମାନେ ହଇରାଣ ହେଉଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେଣୁ ଏସଂକ୍ରାନ୍ତରେ ଏନଏସି କିମ୍ବା ପ୍ରଶାସନିକ ବିଭାଗ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେଲେ ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ଉଚ୍ଚ କତ୍ତୃପକ୍ଷ ଙ୍କୁ ନିବେଦନ କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ଖଲ୍ଲିକୋଟ

ଧାନ ଉଠାଣକୁ ନେଇ ତାତିଲା ଖଡ଼ିଆଳ: ଚାଷୀଙ୍କ ରାଜପଥ ଅବରୋଧ, ମଧ୍ୟରାତ୍ରୀରେ ପୋଲିସର ଆକ୍ସନ୍
Jun 30, 202659 views

ଧାନ ଉଠାଣକୁ ନେଇ ତାତିଲା ଖଡ଼ିଆଳ: ଚାଷୀଙ୍କ ରାଜପଥ ଅବରୋଧ, ମଧ୍ୟରାତ୍ରୀରେ ପୋଲିସର ଆକ୍ସନ୍

ଖଡ଼ିଆଳ, ୩୦/୦୬ ଖରିଫ ପରେ ରବି ଧାନ ଉଠାଣରେ ବିଳମ୍ବକୁ ନେଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ ଚାଷୀଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ବିଭିନ୍ନ ମଣ୍ଡିରେ ଧାନ ବସ୍ତା ପଡ଼ି ରହିଥିବା ପ୍ରତିବାଦରେ ଚାଷୀମାନେ ଧାନ ବସ୍ତା ରଖି ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା । ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହ ଆଲୋଚନା କରାଯାଇ ମଣ୍ଡିରେ ଥିବା ଧାନର ୭୦ ପ୍ରତିଶତ ଉଠାଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଚାଷୀମାନେ ସମ୍ପୂର୍ଣ୍ଣ ଧାନ ଉଠାଣ ପାଇଁ ଦାବିରେ ଅଡ଼ି ରହିଥିବାରୁ ଆଲୋଚନା ସଫଳ ହୋଇନଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଲମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖଡ଼ିଆଳ ପୋଲିସ ହସ୍ତକ୍ଷେପ କରି ଅବରୋଧକାରୀ ଚାଷୀମାନଙ୍କୁ ହଟାଇ ଜାତୀୟ ରାଜପଥକୁ ମୁକ୍ତ କରିଥିଲା । ଏହାପରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପ୍ରଶାସନ ପକ୍ଷରୁ ଖଡ଼ିଆଳ, ସାନମହେଶ୍ୱର, ଅରେଡା, ଭୋଜପୁର, ଡୁଆଝର, ବରଗାଁ, ଲାଞ୍ଜୀ ଓ ଖଦପେଜ ସମେତ ବିଭିନ୍ନ ମଣ୍ଡିରେ ଥିବା ରବି ଧାନର ୭୦ ପ୍ରତିଶତ ଉଠାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଖଡ଼ିଆଳ ମଣ୍ଡିରେ ୨୩,୭୦୦ କ୍ୱିଣ୍ଟାଲ, ସାନମହେଶ୍ୱରରେ ୮,୩୭୦ କ୍ୱିଣ୍ଟାଲ, ଅରେଡାରେ ୧୧,୬୭୦ କ୍ୱିଣ୍ଟାଲ, ଭୋଜପୁରରେ ୯,୩୫୦ କ୍ୱିଣ୍ଟାଲ, ଡୁଆଝରରେ ୯,୦୦୦ କ୍ୱିଣ୍ଟାଲ, ବରଗାଁରେ ୧୦,୮୩୬ କ୍ୱିଣ୍ଟାଲ, ଲାଞ୍ଜୀରେ ୯,୨୧୨ କ୍ୱିଣ୍ଟାଲ ଓ ଖଦପେଜରେ ୮,୨୮୦ କ୍ୱିଣ୍ଟାଲ ଧାନ ଉଠାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି । ଡିଆରସିଏସ୍ ଶିବପ୍ରସାଦ ସ୍ୱାଇଁ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ଏବଂ ପର୍ଯ୍ୟାୟକ୍ରମେ ମଣ୍ଡିରୁ ଧାନ ଉଠାଣ ସମ୍ପୂର୍ଣ୍ଣ କରାଯିବ । ଧାନ ଉଠାଣକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏହି ଅଚଳାବସ୍ଥା ଜିଲ୍ଲାର ଚାଷୀଙ୍କ ଦୁର୍ଦ୍ଦଶାକୁ ପୁଣିଥରେ ସାମ୍ନାକୁ ଆଣିଛି । ଚାଷୀମାନେ ଶୀଘ୍ର ସମ୍ପୂର୍ଣ୍ଣ ଧାନ ଉଠାଣ ସହ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Nayagarh (ନୟାଗଡ଼)ରିପୋର୍ଟ: ଭଜନ ଲାଲ ଜଗତ ଓ କଶ୍ୟପ ଜଗତ

ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ସଂଗ୍ରହ ବଢ଼ାନ୍ତୁ, ଯୋଜନା କାର୍ଯ୍ୟାନ୍ୱୟନରେ ଆଣନ୍ତୁ ଗତି
Jun 30, 202648 views

ଡୁଡା ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ସଂଗ୍ରହ ବଢ଼ାନ୍ତୁ, ଯୋଜନା କାର୍ଯ୍ୟାନ୍ୱୟନରେ ଆଣନ୍ତୁ ଗତି

ନୂଆପଡ଼ା, ୩୦/୦୬: ନଗରାଞ୍ଚଳର ସର୍ବାଙ୍ଗୀଣ ବିକାଶ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଚାରୁ ରୂପାୟନକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ନଗର ଉନ୍ନୟନ ସହ ଜଡ଼ିତ ବିଭିନ୍ନ ଯୋଜନାର ଅଗ୍ରଗତିକୁ ନେଇ ବିସ୍ତୃତ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନରେ ଅଧିକ ତ୍ୱରାନ୍ୱିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଲମ୍ବୋଦର ଧରୁଆ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନଏସିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏନଏସିଗୁଡ଼ିକର ଆର୍ଥିକ ସ୍ଥିତି, ଅନୁଦାନର ସଦ୍‌ବ୍ୟବହାର, ୟୁଟିଲାଇଜେସନ ସାର୍ଟିଫିକେଟ୍ (ୟୁସି) ଦାଖଲ, ରାଜସ୍ୱ ସଂଗ୍ରହ, ଘନ ବର୍ଜ୍ୟ ପରିଚାଳନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ), ପିଏମ୍‌ଏୱାଇ-୨.୦, ଏମ୍‌ଏସ୍‌ବିୱାଇ, ସହଯୋଗ, ମୋ ପୋଖରୀ, ମଲ୍ଟିପର୍ପୋଜ୍ ହଲ୍ ଓ ପିଏମ୍ ସ୍ୱନିଧି ଯୋଜନାର ପ୍ରଗତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସମୀକ୍ଷାରେ ସୂଚନା ଦିଆଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ନୂଆପଡ଼ା ଏନଏସିରେ ୧୬୩୨ଟି, ଖଡ଼ିଆଳ ଏନଏସିରେ ୩୨୧୭ଟି ଏବଂ ଖରିଆର ରୋଡ୍ ଏନଏସିରେ ୧୨୩୪ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଘନ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ାର ୧୪ଟି, ଖଡ଼ିଆଳର ୧୩ଟି ଓ ଖରିଆର ରୋଡ୍‌ର ୧୯ଟି ୱାର୍ଡରେ ଘରକୁ ଘର ବର୍ଜ୍ୟ ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟ ସଫଳତାର ସହ ଚାଲିଥିବା ସୂଚନା ଦିଆଯାଇଥିଲା । ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ରାଜସ୍ୱ ସଂଗ୍ରହକୁ ଆହୁରି ସୁଦୃଢ଼ କରିବା, ବିଭିନ୍ନ ଯୋଜନାର ସମୟବଦ୍ଧ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଏବଂ ନଗରବାସୀଙ୍କୁ ଉନ୍ନତମାନର ଜନସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ ଅଧିକାରୀମାନଙ୍କୁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ କରି ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉତ୍କୃଷ୍ଟ ଟିକସ ସଂଗ୍ରହ କରିଥିବା ତିନିଜଣ ଟିକସ ସଂଗ୍ରାହକଙ୍କୁ ଜିଲ୍ଲାପାଳ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ବୈଠକରେ ନୂଆପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଡୁଡାର କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍‌ଆଇଏସ୍ କର୍ମଚାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Nayagarh (ନୟାଗଡ଼)ରିପୋର୍ଟ: ମଳୟ ମେହେର ଓ ବିଜୟ ବରିହା

Niljee Cluster Felicitates Retiring ABEO and Headmaster for Their Dedicated Service
Jun 30, 2026173 views

Niljee Cluster Felicitates Retiring ABEO and Headmaster for Their Dedicated Service

Sinapali, June 30 In a heartfelt gesture of respect and gratitude, the Niljee Cluster organized a retirement felicitation ceremony in honour of Assistant Block Education Officer (ABEO) Pradeep Kumar Panda and Headmaster Bibachha Hota of Ranidangri Primary School, who recently retired after rendering dedicated service in the field of education. The programme was held at Salekela Upper Primary School under the chairmanship of CRCC Balaji Sunani. Teachers from all schools under the Niljee Cluster gathered to bid an emotional farewell to the two educators and wished them a healthy, peaceful, and fulfilling retired life. Retiring ABEO Pradeep Kumar Panda attended the programme as the Chief Guest, while Lalit Kumar Sunari joined as the keynote speaker. Gaur Chandra Sa and Satyabrata Gahir graced the occasion as Guests of Honour. The speakers fondly recalled the dedication, sincerity, and selfless contributions of the retiring officers towards strengthening the education system and shaping the lives of countless students. The programme began with a welcome address by Kshirasindhu Meher, while Deepak Kumar Sa efficiently conducted the proceedings. Teachers from all schools under the Niljee Cluster actively participated in the event, making it a memorable occasion filled with appreciation and gratitude. As a mark of respect, the retiring educators were felicitated for their outstanding service and commitment to the teaching profession. The gathering acknowledged their invaluable role in promoting quality education and inspiring generations of students throughout their careers. The programme concluded with a vote of thanks proposed by senior teacher Rakesh Kumar Mishra, who expressed gratitude to all participants for making the farewell ceremony a grand success.

Nuapada (ନୂଆପଡ଼ା)Reporter: Malaya Meher

ଖରିଆର ରୋଡ୍‌ରେ ପୋଲିସର ବଡ଼ ସଫଳତା: ୨୧.୮୫୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Jun 30, 202644 views

ଖରିଆର ରୋଡ୍‌ରେ ପୋଲିସର ବଡ଼ ସଫଳତା: ୨୧.୮୫୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ନୂଆପଡ଼ା, ୩୦/୦୬ ନୂଆପଡ଼ା ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ପୋଲିସର କଡ଼ା ଅଭିଯାନ ଜାରି ରହିଛି। ଏହି କ୍ରମରେ ଜୋଙ୍କ୍ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ବହୁ ପରିମାଣର ବେଆଇନ ଗଞ୍ଜେଇ ଜବତ କରିବା ସହ ଜଣେ ମାଦକ କାରବାରୀଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୭ ଜୁନ ୨୦୨୬ ତାରିଖ ପ୍ରାୟ ଦିନ ୧ଟା ୧୦ ମିନିଟ୍ ସମୟରେ ଖରିଆର ରୋଡ୍ ସ୍ଥିତ ପଞ୍ଜାବୀପଡ଼ା ଛକ ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜୋଙ୍କ୍ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ସୂଚନାକୁ ଆଧାର କରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ତଲାସି କରିଥିଲା। ତଲାସି ବେଳେ ତାଙ୍କ ନିକଟରୁ ୨୧ କିଲୋ ୮୫୬ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହ ଏକ ମୋବାଇଲ୍ ଫୋନ୍ ଓ ୧୫୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ରଙ୍ଗେହାତ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଠାକୁର ପ୍ରସାଦ ହରପାଲ (୩୬) ବୋଲି ଜଣାପଡ଼ିଛି। ସେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆପାଲି ଗ୍ରାମର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଜୋଙ୍କ୍ ଥାନାରେ ମାମଲା ନମ୍ବର-୨୩୧, ତାରିଖ ୨୭ ଜୁନ ୨୦୨୬ ରୁଜୁ କରାଯାଇଥିବା ବେଳେ ଏନ୍‌ଡିପିଏସ୍ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମାମଲାର ତଦନ୍ତ ଜୋଙ୍କ୍ ଥାନାର ଉପ-ନିରୀକ୍ଷକ (ଏସ୍‌.ଆଇ.) ଜେ.ଆର୍. ସେନାପତି କରୁଛନ୍ତି। ଜିଲ୍ଲାରେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହା

One-Day Training Programme Held in Nuapada for Effective Implementation of VBG-RAM Scheme
Jun 30, 2026214 views

One-Day Training Programme Held in Nuapada for Effective Implementation of VBG-RAM Scheme

Collector Calls for Teamwork to Ensure Successful Execution Nuapada, June 30 A one-day training programme for Block Development Officers (BDOs) and district-level officials on the effective implementation of the VBG-RAM (Viksit Bharat – Guarantee for Rozgar and Ajeevika Mission) scheme was held on Tuesday at the Sadbhabana Hall in Nuapada. The programme was organized by the Zilla Parishad, Nuapada, under the chairmanship of District Collector Madhusudan Das. The training was attended by Chief Development Officer-cum-Executive Officer of Zilla Parishad Lambodar Dharua, Additional Project Director Kshamanidhi Bhoi, all BDOs, and senior officials from various government departments. The VBG-RAM scheme aims to provide guaranteed wage employment to rural households while creating durable community assets in rural areas. Under the programme, every eligible rural family will be provided with 125 days of wage-based employment, thereby strengthening livelihood security and promoting sustainable rural development. Addressing the participants, Collector Madhusudan Das emphasized the importance of inter-departmental coordination and teamwork for the successful implementation of the scheme. He urged all BDOs to thoroughly understand the operational guidelines and ensure effective execution at the grassroots level. He stated that the scheme is not only intended to generate employment but also to create long-lasting rural infrastructure and productive assets. As the implementation is scheduled to begin from the following day, he instructed officials to ensure the installation of project information pillars at all work sites and to carry out regular supervision and monitoring of ongoing works. The Collector also stressed the need to include migrant workers residing in the district under the scheme and ensure 100 percent employment coverage for eligible beneficiaries. He warned that any negligence, irregularity, or violation in implementing the programme would invite strict action against the responsible officials as per government rules. During the training session, officials were briefed on the scheme’s operational framework, project planning, implementation procedures, monitoring mechanisms, and field-level execution strategies to ensure smooth and transparent implementation across the district.

Nayagarh (ନୟାଗଡ଼)By Bijaya Bariha