--:--:--
-- ---
Srishti News

Web News

Pathetic Condition of Biju Expressway: Pothole-Ridden Stretch at Tangaripada Awaits Urgent Repairs
Jul 4, 2026195 views

Pathetic Condition of Biju Expressway: Pothole-Ridden Stretch at Tangaripada Awaits Urgent Repairs

Boden, July 4 The Biju Expressway, which was envisioned as a symbol of fast and safe transportation, has now become a cause of serious concern near Tangaripada under Karlakot Gram Panchayat in Boden Block of Nuapada district. Large potholes that have developed at several locations on the road have made daily commuting extremely hazardous, forcing motorists and passengers to travel at considerable risk. The situation has worsened with the onset of the monsoon. Rainwater accumulated in the potholes makes it difficult for commuters to judge their depth, significantly increasing the chances of road accidents. Two-wheeler riders are particularly vulnerable, while drivers of both light and heavy vehicles are compelled to navigate the damaged stretch with extreme caution. According to local residents, several minor and major accidents have already occurred on this road, yet the issue has failed to receive the attention it deserves from the authorities. Hundreds of vehicles use this stretch of the Biju Expressway every day. However, its deteriorating condition has become a major source of inconvenience and concern for commuters. Residents allege that despite repeated demands for repairs over a long period, the authorities have offered little more than assurances, with no permanent solution implemented so far. With the monsoon season underway, locals have urged the district administration and the concerned department to immediately inspect the road and undertake permanent repair work before a major tragedy occurs. Residents have appealed to the authorities to act proactively, emphasizing that preventive action should be taken before, rather than after, a serious accident claims lives.

Nuapada (ନୂଆପଡ଼ା)By Kashyap Jagat & Malaya Meher, Boden

ଅନୁଗୋଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ
Jul 4, 2026134 views

ଅନୁଗୋଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ

ଅନୁଗୋଳ: ଓଡ଼ିଶାର ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅନୁଗୋଳ ଗସ୍ତ ଅବସରରେ କାଙ୍ଗୁଳା ବାଇପାସ୍ ଛକଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଉପସ୍ଥିତ ରହି ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଅନୁଗୋଳ ମାଟିକୁ ତାଙ୍କର ଆଗମନକୁ ଅଭିନନ୍ଦନ ଜଣାଇଥିଲେ। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦଳର ବହୁ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ସୁପରିଚାଳନା ଉପରେ ଗୁରୁତ୍ୱ
Jul 4, 2026104 views

ଅନୁଗୋଳରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ସୁପରିଚାଳନା ଉପରେ ଗୁରୁତ୍ୱ

ଅନୁଗୋଳ: ଚଳିତ ମାସର ୧୬ ତାରିଖରେ ଅନୁଗୋଳରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ଓ ସୁରକ୍ଷିତ ଆୟୋଜନ ନିମନ୍ତେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍. ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହିତ ସଫଳ ଭାବେ ଆୟୋଜନ କରିବା ସମ୍ପର୍କରେ ମତାମତ ରଖିଥିଲେ। ଭକ୍ତମାନଙ୍କ ସୁବିଧା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଶ୍ରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅନୁଗୋଳ ଶୈଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ରଥଯାତ୍ରାକୁ ସମସ୍ତଙ୍କ ସହଯୋଗରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳ ପୋଲିସର ସମୀକ୍ଷା ବୈଠକ: ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ କାର୍ଯ୍ୟକ୍ଷମତା ଉପରେ ଗୁରୁତ୍ୱ
Jul 4, 202697 views

ଅନୁଗୋଳ ପୋଲିସର ସମୀକ୍ଷା ବୈଠକ: ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ କାର୍ଯ୍ୟକ୍ଷମତା ଉପରେ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନା ଏବଂ ଏସ୍‌ଡିପିଓ କାର୍ଯ୍ୟାଳୟର ପ୍ରତିନିଧିମାନେ ଯୋଗଦେଇ ପୋଲିସ କର୍ମଚାରୀଙ୍କ କଲ୍ୟାଣ, କାର୍ଯ୍ୟ ପରିବେଶ ଏବଂ ଦୈନନ୍ଦିନ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯିବା ସହ ସମନ୍ୱିତ ଓ ପ୍ରଭାବଶାଳୀ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ଏବଂ କର୍ମଚାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏସ୍‌ପି ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଦ୍ୟୁତ ବିଭାଗର ଅବହେଳାର ଶିକାର ନିରିହ ଷଣ୍ଢ, କରେଣ୍ଟ ଲାଗି ମୃତ୍ୟୁ ସନ୍ଦେହ, ତଦନ୍ତ ଦାବି
Jul 4, 2026129 views

ବିଦ୍ୟୁତ ବିଭାଗର ଅବହେଳାର ଶିକାର ନିରିହ ଷଣ୍ଢ, କରେଣ୍ଟ ଲାଗି ମୃତ୍ୟୁ ସନ୍ଦେହ, ତଦନ୍ତ ଦାବି

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କଲୋନୀର ପୁରୁଣା କୋ-ଅପରେଟିଭ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଏକ ବୁଲା ଷଣ୍ଢର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣାସ୍ଥଳର ପରିସ୍ଥିତି ଦେଖି ବିଦ୍ୟୁତ ସ୍ପର୍ଶ ଯୋଗୁଁ ଷଣ୍ଢର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସରକାରୀ ପୁଷ୍ଟି ମିଳିନାହିଁ। ସୂଚନା ଅନୁସାରେ, ମୃତ ଷଣ୍ଢଟିର ଦେହ ଏକ ବିଦ୍ୟୁତ ଜଙ୍କସନ ବକ୍ସ ଉପରେ ପଡ଼ିଥିବା ଦେଖାଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକମାନେ କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ପ୍ରକୃତ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣା ପରେ ନାଲକୋ ବିଦ୍ୟୁତ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟଙ୍କ ଅଭିଯୋଗ, କେତେକ ସ୍ଥାନରେ ବିଦ୍ୟୁତ ଜଙ୍କସନ ବକ୍ସ ଓ ଅନ୍ୟାନ୍ୟ ବିଦ୍ୟୁତ ସରଞ୍ଜାମ ଅସୁରକ୍ଷିତ ଓ ଖୋଲା ଅବସ୍ଥାରେ ପଡ଼ିରହିଛି। ଏଭଳି ଅବହେଳା ଯୋଗୁଁ ଯଦି ଏହି ଘଟଣା ଘଟିଥାଏ, ତେବେ ଏହା ଗୁରୁତର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ କାରଣ ଜଣାପଡ଼ିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେହିପରି, ଭବିଷ୍ୟତରେ ଏପରି ଅଘଟଣ ରୋକିବା ପାଇଁ ଅସୁରକ୍ଷିତ ବିଦ୍ୟୁତ ସରଞ୍ଜାମର ତୁରନ୍ତ ମରାମତି ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଶଯ୍ୟାଶାୟୀ ସୁନିତା, ସହାୟତା ପାଇଁ ସ୍ୱାମୀଙ୍କ ନିବେଦନ
Jul 4, 202648 views

ଶଯ୍ୟାଶାୟୀ ସୁନିତା, ସହାୟତା ପାଇଁ ସ୍ୱାମୀଙ୍କ ନିବେଦନ

ବାଲେଶ୍ଵର :ବର୍ଷେ ଧରି କିଡନି ରୋଗରେ ଛଟପଟ ହେବା ସହିତ ଶଯ୍ୟାରେ ପଡିରହିଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତର ସୁନିତା ଜେନା। ଅର୍ଥାଭାବରୁ ମିଳିପାରୁନି ଉପଯୁକ୍ତ ଚିକିତ୍ସା। ତାଙ୍କ ସ୍ୱାମୀ ଦିଲ୍ଲୀପ ଜେନା ହେଉଛନ୍ତି ଜଣେ ଦିନମଜୁରିଆ। କେତେ କାମ ମିଳେ ତ ଆଉ କେବେ ନାହିଁ। ମାସକୁ ୧୦ କିଲୋଗ୍ରାମ ଚାଉଳ ଆଉ ଶ୍ରମିକ ଭାବେ ଯେଉଁ କିଛି ଟଙ୍କା ମିଳୁଛି, ସେଥିରେ ପରିବାର ନିର୍ଭରଶୀଳ। ଏଭଳି ସ୍ଥିତିରେ ସୁନିତାଙ୍କ ଚିକିତ୍ସା କରାଇବା ଦିଲ୍ଲୀପଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡିଛି। ସୁନିତାଙ୍କ ବୟସ ମାତ୍ର ୨୪ ବର୍ଷ। ଯେଉଁ ବୟସରେ ଘରର ସମସ୍ତ ଦାୟିତ୍ୱ ତୁଲାଇ ଏକ ସୁନ୍ଦର ସଂସାର ଗଢିବା କଥା, ସେ ବୟସରେ ପରିବାର ପାଇଁ କିଛି ନ କରି ପାରିବା, ତାଙ୍କୁ ଚିନ୍ତାରେ ପକାଇଛି। ବର୍ଷେ ହେବ କିଡନି ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସୁନିତା। ରେମୁଣା ବ୍ଲକ ନିଜାମପୁରର ବାରେନ୍ଦ୍ର ଜେନାଙ୍କ ପୁଅ ଦିଲ୍ଲୀପ ୨୦୧୭ ମସିହାରେ ସୁନିତାଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ଜନ୍ମଲାଭ କରିଥିଲା। ଝିଅ ୮ ବର୍ଷର ହୋଇଥିବା ବେଳେ ପୁଅ ୧ ବର୍ଷର। ବେଶ୍ ସୁଖରେ ପରିବାର ସହିତ ଦିନ ଅତିବାହିତ ହେଉଥିଲା। ହେଲେ ଗତବର୍ଷଠାରୁ ସବୁ କିଛି ଓଲଟପାଲଟ ହୋଇଯାଇଛି। ଅଳ୍ପମାସର କିଡନି ପରେ କିଡନି ସଂକ୍ରମଣ ହୋଇଥିଲା। ଲାଗି ସୁନିତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଜଣାପଡିଲା କି ସୁନିତାଙ୍କର ଲେଫ୍ଟ କିଡନି ନଷ୍ଟ ହୋଇଯାଇଛି। ସେଠାରେ କିଛିଦିନ ଚିକିତ୍ସା କରିବା ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇଲେ। ହେଲେ ଅର୍ଥ ଅଭାବରୁ ଦିଲ୍ଲୀପ ତାଙ୍କୁ ଘରକୁ ଫେରାଇ ଆଣିଲେ। ସୁନିତା ଶଯ୍ୟାଶାୟୀ ହେବା ପରେ ପୂରା ପରିବାର ଭାଙ୍ଗି ଏବଂ ଦିଲ୍ଲୀପଙ୍କ ଉପରେ ରୋଷେଇଠାରୁ ଆରମ୍ଭ କରି ପିଲାଙ୍କ ଦେଖାଶୁଣା ଓ ପାଠପଢା; ସବୁ ଦାୟିତ୍ୱ ଏକା ଦିଲ୍ଲୀପ ବୁଝୁଛନ୍ତି। ବର୍ତ୍ତମାନ ସୁନିତା ଘରେ ରହିଥିବା ବେଳେ ସପ୍ତାହରେ ୨ ଥର ବାଲେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାଏଲିସିସ୍ କରାଯାଉଛି। ସେଥିରେ ବି ଦିଲ୍ଲୀପଙ୍କ ସମସ୍ତ ଗାଣ୍ଠିଧନ ବେଳେ କୋଲାରା ଠିକ୍ ଭାବେ କରିପାରୁ ନାହାନ୍ତି। ଗୋଟିଏ ପଟେ ସ୍ତ୍ରୀଙ୍କ ଚିକିତ୍ସା ଓ ଅନ୍ୟପଟେ ଦୁଇ ପିଲାଙ୍କ ଭବିଷ୍ୟତ ଚିନ୍ତା ବି ଅଛି। ମେପଟେ ଏକ ବର୍ଷର ବାଳ ପୁଅ ମା' କ୍ଷୀର ଖାଇଥିବା ବେଳେ ଅସୁସ୍ଥ ମା' ପାଖେ, କ୍ଷୀର ଭୋଗ ନମିଳିବାରୁ ତା'ର ସ୍ୱାସ୍ୟ୍ଥ ଅବସ୍ଥା ମଧ୍ୟ ବିଗୁଡୁଛି। ସୁନିତାଙ୍କ କିଡନି ପ୍ରତ୍ୟାରୋପଣ ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେଣୁ ସେ ଭଦ୍ରଖ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ଜୁନାଗଡ ବ୍ଲକ ଅନ୍ତର୍ଗତ କୁରୁଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଦାବୀ
Jul 4, 2026125 views

ଜୁନାଗଡ ବ୍ଲକ ଅନ୍ତର୍ଗତ କୁରୁଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଦାବୀ

ଜୁନାଗଡ : ଜୁନାଗଡ ବ୍ଲକ ଅନ୍ତର୍ଗତ କୁରୁଗୁଡ଼ା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲ୍ଲାରେ ଶିକ୍ଷା ଦିଗରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଏହି ବିଦ୍ୟାଳୟ ୧୯୫୦ ମସିହା ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉ ଅଛି। ପ୍ରଜ୍ୟାୟକ୍ରମେ ବର୍ତ୍ତମାନ ଷଷ୍ଠ ରୁ ଦ୍ୱାଦଶ ( ବିଜ୍ଞାନ) ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ହୋଇ ସାରିଲାଣି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଠ ପଢ଼ୁ ଥିବା ସହ ପଛୁଆ ବର୍ଗ ତଥା ସାଧାରଣ ବର୍ଗ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ପାଠ ପଢ଼ୁଛନ୍ତି। ଦ୍ୱାଦଶ ଶ୍ରେଣୀ କେବଳ ବିଜ୍ଞାନ ବିଭାଗ ର ଅଛି। ଦ୍ୱାଦଶ ରେ କଳା ଓ ବାଣିଜ୍ୟ ବିଭାଗ ଖୋଲା ହେଲେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଉପକୃତ ହେବେ। ଏଠି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡ

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ରାସ୍ତା  ତଥା ଜାତୀୟ ରାଜପଥ ୨୬ ରେ   ବୁଲା ଗାଈ ଗୋରୁଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ରହିଛି
Jul 4, 2026134 views

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ରାସ୍ତା ତଥା ଜାତୀୟ ରାଜପଥ ୨୬ ରେ ବୁଲା ଗାଈ ଗୋରୁଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ରହିଛି

ଜୁନାଗଡ଼ : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାସ୍ତା ତଥା ଜାତୀୟ ରାଜପଥ ୨୬ ରେ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବଢ଼ି ଚାଲିଛି। ଗାଈର ମାଲିକ ମାନେ ନିଜ ଗାଈ ଗୋରୁ ଙ୍କୁ ଆୟତ୍ତ କରୁନ ଥିବା ଦେଖିବାକୁ ମିଳୁଛି। ସମୟ ସମୟରେ ଏହି ଗାଈ ଗୋରୁଙ୍କ ଯୋଗୁଁ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଓ କାର୍ଯ୍ୟନିର୍ବାହ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଗାଈ ଗୋରୁ ମାନଙ୍କ ମାଲିକ ମାନଙ୍କୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ବିଦ୍ୟାଳୟ ରେ ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ  ପ୍ରଶାସନ ପାଖରେ ଗୁହାରି
Jul 4, 202673 views

ବିଦ୍ୟାଳୟ ରେ ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ ପ୍ରଶାସନ ପାଖରେ ଗୁହାରି

ସରକାରଙ୍କ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଲେ କିଛି ସର୍ବ ନିମ୍ନ ସୁବିଧା ଆଜି ମଧ୍ୟ ଆବଶ୍ୟକ ରହିଛି। ପାନୀୟ, ଜଳ ଶ୍ରେଣୀଗୃହ ପାଇ ପରିବେଶ ସ୍ବଚ୍ଛତା ର ଆବାସିକ ଥିବା ଗୁହାରି କରନ୍ତି । ଶିକ୍ଷକ ଏହିପରି ଦେଖିବାକୁ ମିଳୁଛି.କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅରେବେଡା ପ୍ରାଥମିକ ବିଦ୍ୟାଳୟ ରେ ଏଭଳୀସୁବିଧା ଆବଶ୍ୟକ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି ଜଣେ ଛାତ୍ର ବାଚ୍ୟାଳ ଶିକ୍ଷକ/

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ,ଜୟପାଟଣା

ସେଲଫି ନେବା ବେଳେ ଅଘଟଣ! ପାଦ ଖସି ଯିବାରୁ ପଚାଶ ଫୁଟ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ!
Jul 4, 202663 views

ସେଲଫି ନେବା ବେଳେ ଅଘଟଣ! ପାଦ ଖସି ଯିବାରୁ ପଚାଶ ଫୁଟ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ!

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଡୋକ୍ରିଚଞ୍ଚରା ଜଳ ପ୍ରପାତ ରେ ଅଘଟଣ! ସେଲଫି ନେବା ସମୟରେ ଗୋଡ ଖସି ଯିବାରୁ ପ୍ରାୟ ପଚାଶ ଫୁଟ ତଳକୁ ପଡି ଘଟଣା ସ୍ଥଳ ରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି |ମୃତ ଯୁବକ ଜଣକ ହେଲେ ଛତିଶ ଗଡ଼ ଦେଭୋଗ କର୍ଲାଗୁଡା ଗ୍ରାମ ର ଲୋକେଶ ଦୌରିଆ ବୋଲି ଜଣା ପଡିଛି!ସେ ବୁଲିବାକୁ ଆସି ଥିଲେ | ଅଗ୍ନିସମ ବିଭାଗ ପକ୍ଷରୁ ମୃତ ଉଦ୍ଧାର କରିଥିବା ବେଳେ ଆମପାଣି ପୋଲିସ ମୃତ ଦେହ ଜବତ କରିଛି!ବର୍ତ୍ତମାନ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

​ମା'ର ସେବା ହିଁ ସବୁଠାରୁ ବଡ଼ ଧର୍ମ
Jul 4, 202663 views

​ମା'ର ସେବା ହିଁ ସବୁଠାରୁ ବଡ଼ ଧର୍ମ

ମାନବିକତା ଏବଂ ସମ୍ପର୍କର ଅଭାବ ଯୋଗୁଁ ଯେତେବେଳେ ଜଣେ ଜନ୍ମଦାତ୍ରୀ ମା'କୁ ଜୀବନର ଶେଷ ସମୟରେ ଏଭଳି ଭଙ୍ଗା ମାଟି ଘରେ, ଦୁଇ ମୁଠା ଭାତ ପାଇଁ ଅପେକ୍ଷା କରିବାକୁ ପଡ଼େ, ତାହା ସମ୍ପୂର୍ଣ୍ଣ ସମାଜ ପାଇଁ ଏକ ଚିନ୍ତାର ବିଷୟ। ​ସାମାଜିକ ଦାୟିତ୍ୱବୋଧର ଅଭାବ: ଆଜିର ବ୍ୟସ୍ତବହୁଳ ଦୁନିଆରେ ଆମେ ନିଜ ନିଜ ଭିତରେ ଏତେ ହଜିଯାଉଛୁ ଯେ, ପାଖରେ ଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କ କଷ୍ଟ ଦେଖିବାକୁ ଆମ ପାଖରେ ସମୟ ନାହିଁ। ​ସରକାରୀ ସହାୟତାର ଆବଶ୍ୟକତା: ଗଞ୍ଜାମ ଜିଲ୍ଲାର ଏହି ଅଞ୍ଚଳରେ ଥିବା ସ୍ଥାନୀୟ ପ୍ରଶାସନ ଏବଂ ସମାଜ ମଙ୍ଗଳ ବିଭାଗ ନିକଟରେ ଏଭଳି ଖବର ପହଞ୍ଚିବା ଜରୁରୀ, ଯେପରି ମାଉସୀଙ୍କୁ ତୁରନ୍ତ ରାସନ, ବାର୍ଦ୍ଧକ୍ୟ ଭତ୍ତା ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ସୁରକ୍ଷିତ ଆଶ୍ରୟ ମିଳିପାରିବ। ​ ଆମେ ସରକାରଙ୍କୁ ଅପେକ୍ଷା ନକରି, ସ୍ଥାନୀୟ ସ୍ତରରେ କିଛି ସହୃଦୟ ବ୍ୟକ୍ତି ବା ସ୍ୱେଚ୍ଛାସେବୀ ସଂଗଠନ (NGO) ମାଧ୍ୟମରେ ଏହି ମା'ଙ୍କୁ ତୁରନ୍ତ ସାହାଯ୍ୟର ହାତ ବଢ଼ାଇବା ଉଚିତ। ​"ମା'ର ସେବା ହିଁ ସବୁଠାରୁ ବଡ଼ ଧର୍ମ।" ​ଆସନ୍ତୁ, କେବଳ ଦୁଃଖ ପ୍ରକାଶ ନକରି, ଯଦି ସମ୍ଭବ ହୁଏ ଆମେ ଆମ ସ୍ତରରେ ଏଭଳି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା।

Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର :ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ସମ୍ମିଳନୀ, ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ ଜଣ ଡିଆଇପିଆରଓ ଙ୍କ ଯୋଗଦାନ
Jul 4, 202656 views

ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ସମ୍ମିଳନୀ, ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ ଜଣ ଡିଆଇପିଆରଓ ଙ୍କ ଯୋଗଦାନ

ଭୁବନେଶ୍ୱର: ୦୩ ଜୁଲାଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକା ଉପଲବ୍ଧ ହେବ। କେବଳ  ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲି ଏବଂ ବିଦେଶୀ ନାଗରିକଙ୍କର ନାମ ଭୋଟର ତାଲିକାରୁ ବାଦ ଦିଆଯିବ। ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। ଲୋକଙ୍କୁ ଏ ନେଇ ସଚେତନ କରାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକସନ ମ୍ୟାନେଜମେଣ୍ଟ’ (IIIDEM) ପରିସରରେ ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏହା କହିଛନ୍ତି। ଆଗାମୀ ନିର୍ବାଚନ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଦେଶର ୧୬ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମିଡିଆ ନୋଡାଲ ଅଫିସରଏବଂ ଜିଲ୍ଲା ମିଡିଆ ନୋଡାଲ ଅଫିସର ମାନଙ୍କ ପାଇଁ ଏକ ଦିନିକିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇଥିଲା।ଓଡିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ(ବୈଷୟିକ)ଶ୍ରୀ ଗୁରବିର ସିଂ, ଯୁଗ୍ମ- ନିର୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ,ଓଡ଼ିଶା ବିଧାନସଭା ର ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଜୟାନନ୍ଦ ମଲ୍ଲିକ ଙ୍କ ସମେତ ୧୩ ଜଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ମାଧ୍ୟମରେ ସ୍ୱଚ୍ଛ ସୂଚନା ପ୍ରଦାନ କରିବା ନେଇ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ନିର୍ବାଚନ ସମୟରେ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା  ଓ ଭ୍ରମାତ୍ମକ ଖବର କୁ ଚିହ୍ନଟ କରିବା ଏବଂ ତା’ର ତୁରନ୍ତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମ ଏ ଦିଗରେ ନିଜର ବିଶ୍ୱାସ ବଜାୟୀ ରଖିବା ଏବଂ ଖବର ପ୍ରକାଶନ ବା ପ୍ରଚାର ପୂର୍ବରୁ କୌଣସି ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ମିଡିଆ ନୋଡାଲ ଅଫିସର ମାନଙ୍କର ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଗାମୀ ଦିନରେ ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦିଗରେ ବେଶ ସହାୟକ ହେବ। ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡ଼ାଃ ବିବେକ ଯୋଶୀ, ଓ ବିଷୟ ବିଶେଷଜ୍ଞମାନେ ଉଦବୋଧନ ଦେଇଥିଲେ। ଓଡିଶାରୁ ଅନୁଗୋଳ ର ଭାରପ୍ରାପ୍ତ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ,ଶ୍ରୀ ରାଜେନ୍ଦ୍ର କୁମାର ମାଝୀ ଡିଆଇପିଆରଓ,ବଲାଙ୍ଗୀର,ମନୋରଞ୍ଜନ ସୁତାର ଡିଆଇପିଆରଓ,ଦେବଗଡ଼,ଶ୍ରୀ ଅଭିଷେକ ବେହେରା,ଡିଆଇପିଆରଓ ଢେଙ୍କାନାଳ,ଶ୍ରୀମତୀ ସୁଜାତା ସାହୁ ,ଭାରପ୍ରାପ୍ତ ଡିଆଇପିଆରଓ, ନୟାଗଡ଼,ଶ୍ରୀ ଦିନେଶ କୁମାର କହଁର,ଭାରପ୍ରାପ୍ତ ଡିଆଇପିଆରଓ , କଳାହାଣ୍ଡି,ଶ୍ରୀ ନଳିନୀକାନ୍ତ ସାହୁ,ଭାରପ୍ରାପ୍ତ ଡିଆଇପିଆରଓ, କନ୍ଧମାଳ,ଶ୍ରୀ ଫକୀର ମୋହନ ମାଝୀ,ଡିଆଇପିଆରଓ, କେନ୍ଦ୍ରାପଡ଼ା,ଶିଶିର କୁମାର ମୁଣ୍ଡାୟା,ଭାରପ୍ରାପ୍ତ ଡିଆଇପିଆରଓ,ମୟୂରଭଞ୍ଜ,ଶ୍ରୀ ରମାକାନ୍ତ ବିଶ୍ୱାସ,ଭାରପ୍ରାପ୍ତ ଡିଆଇପିଆରଓ, ନୂଆପଡ଼ା,ଶ୍ରୀ ଦେବରାଜ ଟାକ୍ରି,ଭାରପ୍ରାପ୍ତ ଡିଆଇପିଆରଓ, ରାୟଗଡ଼ା,କୁମାରୀ ପ୍ରୀତି ସୁନା,ଭାରପ୍ରାପ୍ତ ଡିଆଇପିଆରଓ,ସୁବର୍ଣ୍ଣପୁର ଓ ରାଧା ରାଣୀ ସରକାର,ଏସଡିଆଇପିଆରଓ,କୋରାପୁଟ ପ୍ରମୁଖ ଯୋଗଦେଇଥିଲେ।

Bhubaneswar (ଭୁବନେଶ୍ୱର)ରିପୋର୍ଟ- ନିରୋଜ କୁମାର ସେଠୀ