--:--:--
-- ---
Srishti News

Web News

ଦାଦନର ବିକଳ ପରିଣତି, ଜେଜେମା ସାହାରା ରେ ନାତି ଓ ନାତୁଣୀ
Jul 3, 202642 views

ଦାଦନର ବିକଳ ପରିଣତି, ଜେଜେମା ସାହାରା ରେ ନାତି ଓ ନାତୁଣୀ

ବାଲେଶ୍ଵର : ପରିଣତ ବୟସରେ ପୁଅ ଆଶା ବାଡ଼ି ସାଜି ବାପା ଓ ମାଆଙ୍କ ସାହାରା ସାଜିବା କଥା। ମାତ୍ର ପରିବାରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି। ଅସହାୟ ନାତିନାତୁଣୀଙ୍କ ସାହାରା ସାଜିଛନ୍ତି ବୃଦ୍ଧା ଜେଜେମା। ଚିତ୍ର ହେଉଛି ବାଲେଶ୍ଵର ଜିଲ୍ଲା, ଭୋଗରାଇ ବ୍ଲକ, ଶଙ୍ଖାରି ପଞ୍ଚାୟତ ଅଧୀନ ଚକନାପାଳ ଗାଁର। ଏହି ଗାଁରେ ମଣ୍ଡୁ ଓ ବାସନ୍ତୀ ଜେନାଙ୍କ ପରିବାରରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ପ୍ରଥମେ ସାତ ବର୍ଷ ପୂର୍ବରୁ ବିଜୁଳି ଆଘାତରେ ସ୍ଵାମୀ ମଣ୍ଡୁଙ୍କ ମୃତ୍ୟୁ ହେଲା। ୨ ଜଣ ପୁଅଙ୍କ ମୁହଁକୁ ଚାହିଁ ମାଆ ଛାତି ଉପରେ ପଥର ରଖି ଦେଇଥିଲେ। ପରିବାରର ବୋଝ ମୁଣ୍ଡାଇବାକୁ ଯାଇ ବଡ଼ ପୁଅ ଗଣେଶ ସ୍ଵାଭାବିକ ଭାବେ ଦାଦନ ଖଟିବାକୁ ଘର ଛାଡ଼ି କାଟିଲେ। ହେଲେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ଟ୍ରେନ ଯାତ୍ରାବେଳେ ସେ ନିଖୋଜ ହୋଇଯାଇଥିଲେ। ଏକ ସପ୍ତାହ ପରେ ସ୍ତ୍ରୀ ସୁଭଦ୍ରା ଘରେ ପହଞ୍ଚିଥିଲେ। କିଛି ଦିନ ସ୍ଵାମୀ ଦୁଃଖରେ ରହିବା ପରେ ଏବେ ଛୁଆ ଦୁଇଙ୍କୁ ଛାଡ଼ି ବାପ ଘରେ ରହୁଛନ୍ତି। ସାନ ପୁଅ କାର୍ତ୍ତିକ (୩୮) ହାଇଦ୍ରାବାଦର ନାମପାଲି ଜିଲ୍ଲା ମଙ୍ଗଳାବାଦର ଏକ ତେଜରାତି ଦୋକାନରେ କାମ କରୁଥିଲେ। ରବିବାର ମଙ୍ଗଳାହାଟ ପୁଲିସ ଷ୍ଟେସନ ପାଖରେ କାର୍ତ୍ତିକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖୁଥିଲେ। ସେଠାକାର ଓଡ଼ିଆ ଯୁବକମାନେ ତାଙ୍କୁ ଉସମାନିଆ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯିବା ପରେ ଜୟ ଜଗନ୍ନାଥ ସଂସ୍ଥା ଅନ୍ତିମ ସଂସ୍କାର କରିଥିବା କଥା ସେଠାରେ କାର୍ଯ୍ୟ କରୁଥିବା ପ୍ରତିଭା ଗାଁର ଅଭିଜିତ ମହାପାତ୍ର କହିଛନ୍ତି। ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି। ଅପରପକ୍ଷେ ନାତି ନାରାୟଣ ଜେନା (୧୭) ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାଠ ପଢ଼ାରେ ଡୋରି ବାନ୍ଧି ଘରର ବୋଝ ପାଇଁ ପର ଘରେ ମୂଲ ଲାଗୁଛନ୍ତି। ନାତୁଣୀ ତୁଳସୀ (୧୨) ଅଧାରୁ ପାଠପଢ଼ା ଛାଡ଼ି ଘରେ ବସିଛି। ବାସନ୍ତୀଙ୍କୁ ମାସକୁ ମିଳୁଥିବା ୧ ହଜାର ଭତ୍ତା ଟଙ୍କାରେ ୩ ପ୍ରାଣୀ ବହୁ ଅଭାବ ଅନଟନ ମଧ୍ୟରେ ଏକ ପଲିଥିନ ଟାଙ୍ଗି ତଳେ ଦିନ ବିତାଉଛନ୍ତି। ଖାଲି ସେତିକି ନୁହେଁ, ବାସନ୍ତୀଙ୍କ ନାମରେ ଥିବା ଅନ୍ତୋଦୟ କାର୍ଡରେ ଇ-କେୱାଇସି ହୋଇ ନଥିବାରୁ ଚଳିତ ମାସରୁ ରାସନ ଚାଉଳ ମଧ୍ୟ ବନ୍ଦ ହୋଇ ଯାଇଛି। ତେବେ ଏଭଳି ପରିସ୍ଥିତିରେ ଏହି ପରିବାର ଉପରୁ ଦୁଃଖର ପାହାଡ଼ କେବେ ହଟିବ। ବେସାହାରା ପରିବାରର ବେଦନା ସରକାର କେବେ ଶୁଣୁଛନ୍ତି କେବଳ ତାକୁ ହିଁ ଅପେକ୍ଷା।

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ଆଷାଢ଼ରେ ଶୁଖିଲା ନଦୀ, ଚିନ୍ତାରେ ଚାଷୀ
Jul 3, 202674 views

ଆଷାଢ଼ରେ ଶୁଖିଲା ନଦୀ, ଚିନ୍ତାରେ ଚାଷୀ

ଅନୁଗୋଳ: ଆଷାଢ଼ ମାସ ଚାଲିଥିଲେ ମଧ୍ୟ ତାଳଚେର ଅଞ୍ଚଳରେ ପର୍ଯ୍ୟାପ୍ତ ବର୍ଷା ହୋଇନଥିବାରୁ ବ୍ରାହ୍ମଣୀ ନଦୀ ସମେତ ଅନେକ ନଦୀ, ନାଳ ଓ କେନାଲ ପ୍ରାୟ ଶୁଖିଲା ପଡ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଚାଷ କାର୍ଯ୍ୟ ଉପରେ ପଡ଼ିଥିବା ବେଳେ ଚାଷୀମାନେ ରୁଆ-ବିହୁଡ଼ା ଆରମ୍ଭ କରିପାରୁନଥିବାରୁ ଚିନ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଧରମପୁର ପଞ୍ଚାୟତର ଜନ୍ଦାବାହାଳ ନିକଟରେ କାମ ପାଇଁ କେନାଲର ପାଣି ଅଟକାଯାଇଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷୀ ଓ ସ୍ଥାନୀୟ ବାସିନ୍ଦା ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରିବେଶବିତ୍‌ମାନଙ୍କ ମତରେ, ଅନିୟନ୍ତ୍ରିତ ଶିଳ୍ପାୟନ, ବନାଞ୍ଚଳ ହ୍ରାସ ଓ ଜଳାଶୟ ନଷ୍ଟ ହେବା ଯୋଗୁଁ ବର୍ଷାର ଧାରାରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସ୍ଥିତି ଜାରି ରହିଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଏପରି ପରିସ୍ଥିତିରେ ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ବଡ଼ ବଡ଼ ପୋଖରୀ ନିର୍ମାଣ ଭଳି ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ପରିବେଶବିତ୍‌ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର
Jul 3, 202683 views

ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର

ଅନୁଗୋଳ: ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ଓ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ କୋଇଲା ଖଣି ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଏମସିଏଲ ସଠିକ୍ ଭାବେ ବସବାସ କରିବାକୁ ଜାଗା ଯୋଗାଇ ଦେଇ ପାରୁ ନଥିବା ବେଳେ ତାଳଚେରର ଜଣେ ଲୋକ ପ୍ରତିନିଧି ୧୦ ଏକରରୁ ଅଧିକ ଏମସିଏଲ ଭରତପୁର କ୍ଷେତ୍ର ଦ୍ଵାରା ଅଧିଗ୍ରହଣ ହୋଇଥିବା ଜାଗାକୁ ଜୋର ଜବରଦସ୍ତ ଜବରଦଖଲ କରି ମାଳରଗୁଡ଼ି ଆଶ୍ରମ ନାମରେ ନିଜର ବ୍ୟକ୍ତିଗତ ଦଳୀୟ କାର୍ଯ୍ୟାଳୟ ଚଳାଇବା ସହ ଏହି ଜାଗାରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା କୋଟି କୋଟି ଟଙ୍କା ଓ ବିଭିନ୍ନ ଗ୍ରାମପଞ୍ଚାୟତର ଲୋକମାନଙ୍କ ପାଇଁ ବିଭିନ୍ନ ଗ୍ରାମର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାରେ ଆସିଥିବା ଟଙ୍କାକୁ ବେଆଇନ୍ ଭାବେ ନିଜର ବ୍ୟକ୍ତିଗତ କାର୍ଯ୍ୟାଳୟ ତିଆରିରେ ଖର୍ଚ୍ଚ କରିଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ (ବିଏମ୍ଏସ୍) ର ସଭାପତି ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲାର ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେରର ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଆଗାମୀ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏସ୍‌ପି ଅଫିସ ଆଗରେ ଧରାପଡ଼ିଲା ନକଲି ପୋଲିସ
Jul 3, 202677 views

ଏସ୍‌ପି ଅଫିସ ଆଗରେ ଧରାପଡ଼ିଲା ନକଲି ପୋଲିସ

ଅନୁଗୋଳ: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ନକଲି ପୋଲିସ କନଷ୍ଟେବଲ୍‌ଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି। ଅଭିଯୁକ୍ତ ଜଣକ ପୋଲିସ କନଷ୍ଟେବଲ୍‌ଙ୍କ ୟୁନିଫର୍ମ ପିନ୍ଧି ଏସ୍‌ପି ଅଫିସ ପରିସରରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକ ନକଲି ନିଯୁକ୍ତି ପତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏହାପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୁକ୍ତ କେଉଁଠାରୁ ପୋଲିସ ପୋଷାକ ଓ ନକଲି ନିଯୁକ୍ତି ପତ୍ର ସଂଗ୍ରହ କରିଥିଲେ ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର
Jul 3, 202681 views

ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର

ଅନୁଗୋଳ: ଋତୁ ପରିବର୍ତ୍ତନ ସହ ତାଳଚେର ଅଞ୍ଚଳରେ ଭାଇରାଲ ଜ୍ୱରର ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଅନେକେ ଥଣ୍ଡା, କାଶ, ଜ୍ୱର ଓ ମୁଣ୍ଡବିନ୍ଧାରେ ପୀଡ଼ିତ ହେଉଛନ୍ତି। ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବଢ଼ିଥିବା ବେଳେ ଔଷଧ ଦୋକାନରେ ମଧ୍ୟ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କେହି ଘରେ ଚିକିତ୍ସା ନେଉଥିବା ବେଳେ ଆଉ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଅଧିକାଂଶ ଜ୍ୱର ଭାଇରାଲ ସଂକ୍ରମଣ ଜନିତ। ଋତୁ ପରିବର୍ତ୍ତନ, ପ୍ରଦୂଷିତ ପରିବେଶ, ଅପରିଷ୍କାର ଡ୍ରେନ୍, ଅସ୍ୱଚ୍ଛ ପରିବେଶ ଓ ଜଳବାୟୁର ପରିବର୍ତ୍ତନ ଏହାର ଅନ୍ୟତମ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଶିଳ୍ପାଞ୍ଚଳ ଭାବେ ପରିଚିତ ତାଳଚେରରେ କୋଇଲା ଖଣି ଓ ବିଭିନ୍ନ କଳକାରଖାନା ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ଦୀର୍ଘଦିନର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିବେଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପରି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ନଚେତ ଏଭଳି ରୋଗର ପ୍ରକୋପ ଆଗାମୀ ଦିନରେ ଆହୁରି ବଢ଼ିପାରେ। ଅନ୍ୟପକ୍ଷରେ, ତାଳଚେରରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ନିର୍ମିତ ମେଡିକାଲ କଲେଜ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ତାଳଚେର ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ତାଳଚେରର ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖିବା ସହ ଜନସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଜଟିଳ ରୂପ ନେଇପାରେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ
Jul 3, 2026105 views

ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ

ଅନୁଗୋଳ: ଅନୁଗୋଳ ସାଇବର ଥାନା ପୋଲିସ ପକ୍ଷରୁ ତାଳଚେର ସଭାଘରଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ), ହାଟତୋଟା ବଣିକ ସଂଘ ଏବଂ ଆଇ ଡ୍ରିମ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା, ଅନଲାଇନ୍ ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ, ନିରାପଦ ଡିଜିଟାଲ୍ ଅଭ୍ୟାସ ଆପଣାଇବା ଏବଂ ସାଇବର ଅପରାଧ ଘଟିଲେ କିପରି ଅଭିଯୋଗ କରିବେ ସେ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଅଂଶଗ୍ରହଣକାରୀମାନେ ସାଇବର ଅପରାଧରୁ ସତର୍କ ରହିବା ସହ ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ପାଇଁ ଆବଶ୍ୟକ ପରାମର୍ଶ ପାଇଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ସମାଜରେ ଏକ ସୁରକ୍ଷିତ ଓ ସଚେତନ ସାଇବର ପରିବେଶ ଗଠନରେ ସହାୟକ ହେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଡିଜିଟାଲ ଇଣ୍ଡିଆର ୧୧ ବର୍ଷ: ଶିକ୍ଷା କ୍ଷେତ୍ରରେ ଏବିସି ଓ ଅପାରର ବଡ଼ ସଫଳତା
Jul 3, 202660 views

ଡିଜିଟାଲ ଇଣ୍ଡିଆର ୧୧ ବର୍ଷ: ଶିକ୍ଷା କ୍ଷେତ୍ରରେ ଏବିସି ଓ ଅପାରର ବଡ଼ ସଫଳତା

ନୂଆଦିଲ୍ଲୀ,୦୨ ଜୁଲାଇ ୨୬: ଜୁଲାଇ ୧ ତାରିଖରେ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ୧୧ ବର୍ଷ ପୂରଣ ହୋଇଛି। ଏହି ଅବଧିରେ ଶିକ୍ଷା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ କ୍ଷେତ୍ରରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ମଜବୁତ କରି ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଲଭ ଏବଂ ନାଗରିକ କୈନ୍ଦ୍ରିକ କରିଛି। ଶିକ୍ଷା କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦) ଅନୁଯାୟୀ ଜୀବନବ୍ୟାପୀ ଶିକ୍ଷା, ଶୈକ୍ଷିକ ଗତିଶୀଳତା ଏବଂ ସୁରକ୍ଷିତ ଡିଜିଟାଲ ପ୍ରମାଣପତ୍ରକୁ ପ୍ରୋତ୍ସାହନ ଦେଇଥିବା ପ୍ଲାଟଫର୍ମଗୁଡ଼ିକର ବିକାଶକୁ ତେଜ କରିଛି। ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଏବଂ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଏହି ପରିବର୍ତ୍ତନର ମୁଖ୍ୟ ଅଂଶ। ଏବିସି ହେଉଛି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ରେଡିଟ୍ ସଂରକ୍ଷଣ, ସ୍ଥାନାନ୍ତର ଏବଂ ବ୍ୟବହାର ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ। ଏହା ବହୁମୁଖୀ ପ୍ରବେଶ-ପ୍ରସ୍ଥାନ ପ୍ରଣାଳୀକୁ ସହଜ କରି ନମନୀୟ ଶିକ୍ଷା ପଥକୁ ସମର୍ଥନ କରୁଛି। ଅପାର (Automated Permanent Academic Account Registry) ସହ ଏବିସିର ସମନ୍ୱୟ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏକ ଅନନ୍ୟ ଜୀବନବ୍ୟାପୀ ଶୈକ୍ଷିକ ପରିଚୟ ଦେଇଛି। ଏହା ମାଧ୍ୟମରେ ସ୍କୁଲ ଠାରୁ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାଗତ ରେକର୍ଡ ଡିଜିଟାଲ ଭାବେ ସୁରକ୍ଷିତ ରହୁଛି। ସରକାରୀ ତଥ୍ୟ ଅନୁସାରେ, ଏବିସି ପ୍ଲାଟଫର୍ମରେ ୨,୯୬୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପଞ୍ଜୀକୃତ ହୋଇଛି। ୨୬.୨୯ କୋଟିରୁ ଅଧିକ ଅପାର ଆଇଡି ସୃଷ୍ଟି ହୋଇଥିବାବେଳେ ୧୧୦.୬୫ କୋଟିରୁ ଅଧିକ ଶିକ୍ଷାଗତ ରେକର୍ଡ ଅପଲୋଡ୍ ହୋଇଛି। ଏହା ଫଳରେ କାଗଜପତ୍ରର ଆବଶ୍ୟକତା ହ୍ରାସ ପାଇଛି। ଏହା ସହିତ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଶିକ୍ଷାଗତ ପ୍ରମାଣପତ୍ରର ଏକ ୨୪ ଘଣ୍ଟିଆ ଡିଜିଟାଲ ଭଣ୍ଡାର ଭାବେ କାମ କରୁଛି। ଏହା ମାଧ୍ୟମରେ ଡିଗ୍ରୀ, ଡିପ୍ଲୋମା ଓ ମାର୍କସିଟ୍ ସୁରକ୍ଷିତ ଭାବେ ସଂରକ୍ଷିତ ଓ ଯାଞ୍ଚ ହେଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଅନୁଭବ କରୁଛନ୍ତି। ଅପାର ଆଇଡି ଯାଞ୍ଚ ପ୍ରକ୍ରିୟାକୁ ସରଳ କରିବା ସହ ଡକ୍ୟୁମେଣ୍ଟ ବ୍ୟବହାରକୁ ସହଜ କରିଛି। ସେମାନେ ସେମିନାର, ଇଣ୍ଟର୍ନସିପ୍ ଓ ସ୍କଲାରସିପ୍ ପାଇଁ ଆବେଦନ କରିବାରେ ଅଧିକ ସୁବିଧା ପାଉଛନ୍ତି। ଏବିସି, ଏନଏଡି, ଅପାର ଓ ଡିଜିଲକରର ସମନ୍ୱୟ ଏକ ଶକ୍ତିଶାଳୀ ଡିଜିଟାଲ ଏକାଡେମିକ୍ ଇକୋସିଷ୍ଟମ୍ ଗଠନ କରିଛି। ଏହା ଡିଜିଟାଲ ଶିକ୍ଷାକୁ ଆଗେଇ ନେଇ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନ

ବଂଶଧାରା–ମହେନ୍ଦ୍ରତନୟା ନଦୀ ସଂଯୋଗ : ଗଜପତିର ବିକାଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ଦାବି
Jul 3, 202644 views

ବଂଶଧାରା–ମହେନ୍ଦ୍ରତନୟା ନଦୀ ସଂଯୋଗ : ଗଜପତିର ବିକାଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ଦାବି

ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ନଦୀ ସଂଯୋଗ ଯୋଜନାକୁ ଗୁରୁତ୍ୱ ଦେଉଥିବା ବେଳେ ଗଜପତି ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବା ଆବଶ୍ୟକ। ବଂଶଧାରା ନଦୀର ଅତିରିକ୍ତ ଜଳ ପ୍ରତିବର୍ଷ ସମୁଦ୍ରକୁ ବହିଯାଉଥିବା ବେଳେ ମହେନ୍ଦ୍ରତନୟା ଅବବାହିକାର ଅନେକ ଅଞ୍ଚଳ ଜଳ ଅଭାବର ସମ୍ମୁଖୀନ ହେଉଛି। ବଂଶଧାରା–ମହେନ୍ଦ୍ରତନୟା ନଦୀ ସଂଯୋଗ ହେଲେ ଚାଷ ପାଇଁ ଜଳ ଉପଲବ୍ଧତା ବଢ଼ିବ, ପାନୀୟ ଜଳ ସମସ୍ୟା କମିବ, ଭୂତଳ ଜଳସ୍ତରର ଉନ୍ନତି ହେବ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏହା ଦାଦନ ସମସ୍ୟା ହ୍ରାସ କରି ଗଜପତି ଓ ଗଞ୍ଜାମ ଜିଲ୍ଲାର ଆର୍ଥିକ ବିକାଶକୁ ନୂଆ ଦିଗ ଦେଇପାରିବ। ତେଣୁ ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ (DPR) ପ୍ରସ୍ତୁତ କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଉଛି। " *ସମୁଦ୍ରକୁ ବହିଯାଉଥିବା ଜଳକୁ ସମ୍ପଦରେ ପରିଣତ କରି ଚାଷୀଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ କରାଯାଉ।"*

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁକାନ୍ତ ପ୍ରଧାନ ଭୁବନେଶ୍ୱର

ବେଙ୍ଗାଲୁରୁ ପଥର ଖଣି ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
Jul 3, 202644 views

ବେଙ୍ଗାଲୁରୁ ପଥର ଖଣି ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ବେଙ୍ଗାଲୁରୁ, 2/7: କର୍ଣ୍ଣାଟକର ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାରେ ଘଟିଥିବା ପଥର ଖଣି ଦୁର୍ଘଟଣାରେ ଜୀବନ ହାରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, “ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାରେ ପଥର ଖଣିରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହାରାଇଥିବା ଖବର ଶୁଣି ମୁଁ ଦୁଃଖିତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି।” ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ ସୁକାନ୍ତ ପ୍ରଧାନ

ରାଜନଗର ନିର୍ବାଚନ ମଣ୍ଡଳୀ ରେ ଏକ ନିଆରା ସମ୍ବର୍ଧନା ଉତ୍ସବ
Jul 3, 2026188 views

ରାଜନଗର ନିର୍ବାଚନ ମଣ୍ଡଳୀ ରେ ଏକ ନିଆରା ସମ୍ବର୍ଧନା ଉତ୍ସବ

ରାଜନଗର ନିର୍ବାଚନ ମଣ୍ଡଳୀରେ ଏକ ନିଆରା ସମ୍ବର୍ଧନା ଉତ୍ସବରେ ଭାରତୀୟ ଜନତା ପାର୍ଟି ସୁନ୍ଦର ପ୍ରୟାସ ଜାରି ରଖିଛନ୍ତି, ରାଜନଗର ମାଟିର ଏକ ଲଢୁଆ ଯୁବ ସମାଜସେବୀ ସଂଗ୍ରାମୀ ନେତା,ଗତ ନିର୍ବାଚନ ଯିଏ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚିତ ଲଢ଼ୁଥିଲେ,ସେ ଆଉ କେହି ନୁହନ୍ତି,ସେ ହେଉଛନ୍ତି ଲଳିତ କୁମାର ବେହେରା ଯେ ଛୋଟ ବେଳୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି,ତାଙ୍କ ସହିତ ସବୁବେଳେ ପାଖା ପାକ୍ଷୀ ରହି ସମସ୍ତ କାର୍ଯ୍ୟ ତୁଲାଇଥିବା ଅତି ଛୋଟ ବୟସରେ ରାଜନୀତି ରେ ପାଦ ଥାପି ପଟ୍ଟାମୁଣ୍ଡାଇ ବ୍ଲକ ର ୧୭ ନମ୍ବର ଜୋନ ରେ ସଭାପତି ଭାବେ କାର୍ଯ୍ୟ କରୁଥିବା ସ୍ଵାଗତ କୁମାର ଦାସ,ସେ ଜଣେ ଏକ ପ୍ରକାର ଲେଖକ, ଭାବୁକ ,ସ୍ନେହୀ ,ଦରଦୀ ,ବନ୍ଧୁ ସେ ଚନ୍ଦନ ନଗର ଗ୍ରାମ ପଞ୍ଚାୟତର ଜନ୍ମ ଗ୍ରହଣ କରିଛନ୍ତି, ରାଜନଗର ନିର୍ବାଚନ ମଣ୍ଡଳୀ ରେ ବୁଲିି ବୁଲି ଲୋକ ମାନଙ୍କ ର ଦୁଃଖ ସୁଖ ପଚାରି ବୁଝିବା ସହିତ ପ୍ରତ୍ୟେକ ପଞ୍ଚାୟତରେ ସମାଜସେବୀ, ପ୍ରାପ୍ତ ବୟସ ହୋଇଯାଇଥିବା କଳାକାର, ଲେଖକ,କବି,ଏମିତିକି ଅନେକ ପ୍ରତିଭା ବାନ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ କରି ସମ୍ବର୍ଦ୍ଧନା କାର୍ଯ୍ୟ କର୍ମ ଜାରି ରଖିଛନ୍ତି,

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ୍ - କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଜିଲ୍ଲା ର ବିଶିଷ୍ଟ ସଂଗ୍ରାମୀ ବିଜେଡି ଯୁବ  ସଂଗଠକ ଓ ଆଳୀ ର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପଦ୍ୟୁନ୍ ଦାଶ ଙ୍କ ଦେହାନ୍ତ ରେ ଜିଲ୍ଲା ରେ ଶୋକ ର ଛାୟା
Jul 3, 202653 views

ଜିଲ୍ଲା ର ବିଶିଷ୍ଟ ସଂଗ୍ରାମୀ ବିଜେଡି ଯୁବ ସଂଗଠକ ଓ ଆଳୀ ର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପଦ୍ୟୁନ୍ ଦାଶ ଙ୍କ ଦେହାନ୍ତ ରେ ଜିଲ୍ଲା ରେ ଶୋକ ର ଛାୟା

କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳ ର ସଂଗ୍ରାମୀ ଯୁବ ସଂଗଠକ, ଆଳି ବ୍ଲକର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଝରଣା ଦାଶ ଙ୍କ ପ୍ରତିନିଧି ଙ୍କ ଅକାଳ ବିୟୋଗ ଆଳି ସମେତ ସମଗ୍ର ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି, ତାଙ୍କ ସହଧର୍ମିଣୀ ଝରଣା ଦାଶ ବ୍ଲକ ଅଧ୍ୟକ୍ଷା ଥିଲାବେଳେ ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଓ ପ୍ରାକ୍ତନ ମନ୍ତ୍ରୀ ବର୍ତ୍ତମାନ ର ବିଧାୟକପ୍ରତାପ ଦେବ ଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ତାଙ୍କ ର ଗତକାଲି ଅକାଳ ବିୟୋଗ ରେ ଆଜି ତାଙ୍କ ନୂଆଗାଁ ବାସଭବନ ରେ ବିଧାୟକ ପ୍ରତାପ ଦେବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଟ ବିଜେଡି ନେତା ଭୀଷ୍ମ ମହାନ୍ତି କଂଗ୍ରେସ ବିଧାୟିକା ପ୍ରlଥୀ ତଥା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ, ଦେବସ୍ମିତା ଶର୍ମା ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ବାବୁଲି ବାବୁ ବରିଷ୍ଟ ଶିକ୍ଷାବିତ ପ୍ରାକ୍ତନ ବିଜେଡ଼ି ସଭାପତି ଜଗଦାନନ୍ଦ ବଳ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଦୀପକ ଭୂୟାଁ ପ୍ରାକ୍ତନ ବିଜେଡି ସଭାପତି ସନାତନ ମିଶ୍ର ଯୁବ ବିଜେଡ଼ି ସଭାପତି କେଦାର ବେହେରା ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ବେହେରା, ବରିଷ୍ଟ କଂଗ୍ରେସ ନେତା ଦର୍ପ ନାରାୟଣ ସାହୁ ନିଆଳ ସରପଞ୍ଚ ଅଶୋକ ମହାନ୍ତି ବରିଷ୍ଟ ବିଜେଡି ନେତା ଅଚ୍ୟୁତାନନ୍ଦ ବଳ ବଡଆମ୍ବିଲା ସରପଞ୍ଚ ସଚଳl ମହି ପ୍ରାକ୍ତନ ସରପଞ୍ଚ ଭରତ ସେଠୀ ବରିଷ୍ଟ ବିଜେଡ଼ି ନେତା ବିଜୟ କୁମାର ମହି ଦେସlହି ସମିତି ସଭ୍ୟ କୈଳାଶ ବେହେରା ସମେତ ଅlଳୀ ରାଜକନିକା ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ସମେତ ଜିଲ୍ଲା ର ବିଭିନ୍ନ ବ୍ଲକରୁ ରାଜନୀତିକ ନେତା ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସମାଜ ସେବୀ ସାମ୍ବାଦିକ ଯୁବ ଛାତ୍ର ତାଙ୍କ ପରିବାର କୁ ସମବେଦନଜଣାଇବା ସହିତ ସବାଧlରରେ ସାମିଲ ହୋଇଥିଲେ ତାଙ୍କ ବଡ଼ଝିଅ ଲିଚିଶ୍ମିତା ଦାଶ ମୁଖlଙ୍ଗୀ ଦେଇ ଥିବା ବେଳେ ମା ଭାରତୀ ଦାଶ,ସହଧର୍ମିଣୀ ଝରଣା ଦାଶ ସାନଝିଅ ପ୍ରାଚୀ ଦାଶ ଭାଇ ପ୍ରସନ୍ନ ଦାଶ କୈଳାଶ ଦାଶ ଭଉଣୀ ଜ୍ୟୋତ୍ସ୍ନା ମୟି ଦାଶ ପ୍ରେମ ମୟୀ ଦାଶ ଭେଣୋଇ ମନୋଜ କୁମାର ରଥ ହରିଶଙ୍କର ମିଶ୍ର ଝିଆରୀ ମେଘନାଦ, ଦାଶ ସୁଚସ୍ମୀତା ଦାଶ ପୁଅ ଜଗନ୍ନାଥ ଦାଶ ସମେତ ବନ୍ଧୁ କୁଟୁମ୍ବ ଶବାଧାରରେ ସାମିଲ ହୋଇଥିଲେ ବ୍ଳକ ସୋସିଆଲ ଅଡିଟ୍ ୟୁନିଟ ରୁ ବରିଷ୍ଠ ନାରୀନେତ୍ରୀ ସଂଯୁକ୍ତାତରାଇ ଜ୍ୟୋସ୍ନାରାଣି ମହାକୁଡ ସୂପ୍ନାରାଣୀ ନାୟକ ନିରୁପମାଚଣ୍ଡ ତପସ୍ବତୀ ପରିଡା ସ୍ମିତା ଦାସ ରମଳା ସୂତାର ଖବରପାଇଁ ଅଗ୍ରଣୀ ସ୍ଵେଚ୍ଛା ସେବି ସଂଗଠନ ଧୁବ ଅନ୍ନପୂର୍ଣ୍ଣା ସେବା ପରିଷଦ ର ସଭାପତି ସମାଜ ସେବି ନଳିନୀକାନ୍ତ ସ୍ୱାଇଁ ତାଙ୍କ ସହଧର୍ମିଣୀ ପ୍ରାକ୍ତନ ବ୍ଲକ ଅଧକ୍ଷା ଝରଣା ଦାଶ ଓ ସପରିବାର ପାଖରେ ଉପସ୍ଥିତ ହୋଇ ସମବେଦନା ଯରାଇଛନ୍ତି

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ୍ : କୈଳାଶ ଚନ୍ଦ୍ର ବଳ

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା
Jul 3, 2026100 views

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା

ଖୋର୍ଦ୍ଧା-ବାଘମାରି–ବାଙ୍କୀ ରାସ୍ତାର ପୋଡ଼ାଡ଼ିହ ନିକଟରେ ଗ୍ୟାସ ବୋଝେଇ ଏକ ଟ୍ରକ ସହ ବାଲି ବୋଝେଇ ଏକ ହାଇୱାର ଧକ୍କା ଘଟିଛି। ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବାଲି ଚାଲାଣ ଚୋରାଭାବେ ହେଉଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା