ଜୁନାଗଡ ବ୍ଲକ ଅନ୍ତର୍ଗତ କୁରୁଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଦାବୀ
Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡJuly 4, 2026113 views

ଜୁନାଗଡ : ଜୁନାଗଡ ବ୍ଲକ ଅନ୍ତର୍ଗତ କୁରୁଗୁଡ଼ା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲ୍ଲାରେ ଶିକ୍ଷା ଦିଗରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଏହି ବିଦ୍ୟାଳୟ ୧୯୫୦ ମସିହା ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉ ଅଛି।
ପ୍ରଜ୍ୟାୟକ୍ରମେ ବର୍ତ୍ତମାନ ଷଷ୍ଠ ରୁ ଦ୍ୱାଦଶ ( ବିଜ୍ଞାନ) ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ହୋଇ ସାରିଲାଣି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଠ ପଢ଼ୁ ଥିବା ସହ ପଛୁଆ ବର୍ଗ ତଥା ସାଧାରଣ ବର୍ଗ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ପାଠ ପଢ଼ୁଛନ୍ତି। ଦ୍ୱାଦଶ ଶ୍ରେଣୀ କେବଳ ବିଜ୍ଞାନ ବିଭାଗ ର ଅଛି। ଦ୍ୱାଦଶ ରେ କଳା ଓ ବାଣିଜ୍ୟ ବିଭାଗ ଖୋଲା ହେଲେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଉପକୃତ ହେବେ। ଏଠି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
