--:--:--
-- ---
Srishti News

ଗରିବ କିଡନୀ ପୀଡ଼ିତଙ୍କୁ ସହାୟତା, ଆଶାର ଆଲୋକ ଦେଖାଇଲେ ଅଭିମନ୍ୟୁ ସାହୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳSeptember 5, 2026105 views
ଗରିବ କିଡନୀ ପୀଡ଼ିତଙ୍କୁ ସହାୟତା, ଆଶାର ଆଲୋକ ଦେଖାଇଲେ ଅଭିମନ୍ୟୁ ସାହୁ
ବଅଁରପାଳ: ଅର୍ଥାଭାବରୁ ଚିକିତ୍ସା ପାଇଁ ସଂଘର୍ଷ କରୁଥିବା ଗରିବ କିଡନୀ ପୀଡ଼ିତ ପ୍ରଦୀପ ନାଏକଙ୍କୁ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ କଙ୍କିନାଳୀ ଗ୍ରାମର ପ୍ରଦୀପ ନାଏକ ଗତ କିଛିଦିନ ହେବ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ପ୍ରଦୀପଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଭଲମନ୍ଦ ବୁଝିଥିଲେ। ଏହି ଅବସରରେ ଶ୍ରୀ ସାହୁ ପ୍ରଦୀପଙ୍କ ଉତ୍ତମ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଆଗାମୀ ଦିନରେ ମଧ୍ୟ ପ୍ରଦୀପଙ୍କ ଚିକିତ୍ସା ଖର୍ଚ୍ଚରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବେ ବୋଲି ପରିବାରକୁ ଆଶ୍ୱାସନ ଦେଇଥିଲେ। ଅର୍ଥାଭାବରେ ଚିକିତ୍ସା ପାଇଁ ଚିନ୍ତିତ ଥିବା ପରିବାରକୁ ଏହି ସହାୟତା କିଛିଟା ଆଶ୍ୱସ୍ତ କରିବା ସହ ନୂଆ ଆଶା ସୃଷ୍ଟି କରିଛି। ଜଣେ ଅସହାୟ ପରିବାର ପ୍ରତି ଅଭିମନ୍ୟୁ ସାହୁଙ୍କ ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।