--:--:--
-- ---
Srishti News

Web News

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ
Jul 5, 2026•58 views

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ

ରାଉରକେଲା ୪/୭, ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଧାଙ୍ଗ୍ରିନାଚା ଠାରେ ଆୟୋଜିତ ୭୭ତମ "ବନ ମହୋତ୍ସବ" କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ । ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଓ ବୀରମିତ୍ରପୁର ବନ ବିଭାଗର କର୍ମଚାରୀମାନଙ୍କ ସହ ମିଶି ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ବିଧାୟକ ଶ୍ରୀ ତିର୍କୀ। "ଆସନ୍ତୁ ସମସ୍ତେ ମିଶି ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଆମ ବୀରମିତ୍ରପୁରକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା କାର୍ଯ୍ୟକ୍ରମରେ ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ରାଉରକେଲା ଏସିଏଫ୍ ସୁରଜିତ କୁମାର, ବୀରମିତ୍ରପୁର ବନ ଅଧିକାରୀ ସୁ୍ଦେଶନା ପ୍ରଧାନ,ବୀରମିତ୍ରପୁର ବିଧାୟକ ପ୍ରତିନିଧି ଶଶି ସାଗର, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଛାତ୍ର ନେତା ମହମ୍ମଦ ଏଯାଜ ଆଲମଙ୍କ ସମେତ ବନ ବିଭାଗର ଏବଂ ଅନ୍ଯାନ୍ଯ ଅଧିକାରୀମାନେ ଏହି ୭୭ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ କୁମାର ଗୁପ୍ତା

ଜେଟିସିଟି କ୍ଲବରେ ବନ ମହୋତ୍ସବ
Jul 5, 2026•32 views

ଜେଟିସିଟି କ୍ଲବରେ ବନ ମହୋତ୍ସବ

ରାଉରକେଲା: ବନ ମହୋତ୍ସବ ଅବସରରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ପ୍ରୋତ୍ସାହନ ପରିଷଦର ଓଡ଼ିଶା ମଡ୍ୟୁଲ ପକ୍ଷରୁ ସେକ୍ଟର-୧୩ ଜେଟିସିସି କ୍ଲବ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଡିଏଫଓ ରବିକାନ୍ତ ମୀନା ଯୋଗଦେଇଥିଲେ । ଏହି ଅବସରରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ପ୍ରୋତ୍ସାହନ ପରିଷଦର ଓଡ଼ିଶା ମଡ୍ୟୁଲର ଅଧ୍ୟକ୍ଷ ଅମିତାଭ ସାମଲଙ୍କ ସହ ଲଭଲିନା ସାମଲ,ଆୟୁଷ ସାମଲ, ଅନିକେତ ସାହୁ, ନୀଳକଣ୍ଠ ଦାସ, ଆଲୋକ ପ୍ରଧାନ ଏବଂ ପିରୁଚରଣ ମୁର୍ମୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ରିପୋର୍ଟ: ସୁବାସ କୁମାର ଗୁପ୍ତା

ବାସନ୍ତୀ କଲୋନି ସରକାରୀ ଡାକ୍ତରଖାନାରେ ଅବହେଳା ମାମଲା..... ଆଖି ଡ୍ରପ୍ ବଦଳରେ କାନ ଡ୍ରପ୍ ଦିଆଗଲା.....
Jul 5, 2026•44 views

ବାସନ୍ତୀ କଲୋନି ସରକାରୀ ଡାକ୍ତରଖାନାରେ ଅବହେଳା ମାମଲା..... ଆଖି ଡ୍ରପ୍ ବଦଳରେ କାନ ଡ୍ରପ୍ ଦିଆଗଲା.....

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟିର ବାସନ୍ତୀ କଲୋନିରେ ଥିବା ସରକାରୀ ଡାକ୍ତରଖାନାରେ ଅବହେଳା ଅଭିଯୋଗର ଏକ ମାମଲା ସାମ୍ନାକୁ ଆସିଛି। ବାସନ୍ତୀ କଲୋନି ବାସିନ୍ଦା ସନୋଜ ଶର୍ମା ଗତ ସୋମବାର, ଜୁନ୍ ୨୯, ୨୦୨୬ ସକାଳ ପ୍ରାୟ ୯ଟାରେ ଚକ୍ଷୁ ପରୀକ୍ଷା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ପରୀକ୍ଷା ପରେ, ତାଙ୍କୁ ଔଷଧ ନେବା ପାଇଁ କାଉଣ୍ଟରକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, କାଉଣ୍ଟରରେ କେହି ଉପସ୍ଥିତ ନଥିଲେ, ତେଣୁ ସେ କାମକୁ ଚାଲିଗଲେ ଏବଂ ସେହି ଦିନ ସନ୍ଧ୍ୟାରେ ଔଷଧ ନେଇ ଘରକୁ ଫେରି ଆସିଲେ। ରାତିରେ ଯେତେବେଳେ ସେ ତାଙ୍କ ଆଖିରେ ଔଷଧ ଲଗାଇଲେ, ସେତେବେଳେ ତାଙ୍କର ପ୍ରବଳ ଜଳାପୋଡ଼ା ଅନୁଭବ ହେଲା। ତାଙ୍କ ଝିଅ ଔଷଧ ପରୀକ୍ଷା କରି ଜାଣିଲେ ଯେ ଏହା ଆଖି ଡ୍ରପ୍ ନୁହେଁ, କାନ ଡ୍ରପ୍। ସେ ତୁରନ୍ତ ପାଣିରେ ଆଖି ଧୋଇଦେଲେ। ପରେ ଶ୍ରୀ ଶର୍ମା ସକାଳ ପ୍ରାୟ ୧୧ଟାରୁ ପରବର୍ତ୍ତୀ ଦୁଇ ଦିନ ପାଇଁ ହସ୍ପିଟାଲ ବନ୍ଦ ରହିବା ବିଷୟରେ ସୂଚନା ପାଇଥିଲେ ଏବଂ ଜୁଲାଇ ୨ରେ, ସେ ଘଟଣା ବିଷୟରେ ହସ୍ପିଟାଲ କର୍ମଚାରୀଙ୍କୁ ଜଣାଇଥିଲେ। ସେ ପରିସ୍ଥିତି ଯାଞ୍ଚ କରିଥିଲେ ଏବଂ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ଶର୍ମା କହିଛନ୍ତି, "ଆଜି ମୋ ସହ ଏହି ଘଟଣା ଘଟିଛି; କାଲି ଏହା ଅନ୍ୟ କାହା ସହିତ ହୋଇପାରେ। ଔଷଧ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ବିପଦପୂର୍ଣ୍ଣ ପଦାର୍ଥ। ଯଦି ଜଣେ ନିରକ୍ଷର ବ୍ୟକ୍ତିକୁ ଭୁଲବଶତଃ ଭୁଲ ଔଷଧ ଦିଆଯାଏ ଏବଂ ତାହା ନପଢି ବ୍ୟବହାର କରାଯାଏ, ତେବେ କାହାର ଜୀବନ ଯାଇପାରେ।" ସେ ହସ୍ପିଟାଲ ପ୍ରଶାସନକୁ ଏହି ଘଟଣାର ତଦନ୍ତ କରିବାକୁ, ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଭବିଷ୍ୟତରେ ଏପରି ଅବହେଳାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Rourkela (ରାଉରକେଲା) • ରିପୋର୍ଟ : ସୁବାସ କୁମାର ଗୁପ୍ତା

ରୋଟାରୀ କ୍ଲବ ଅଫ୍ରା ଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ
Jul 5, 2026•39 views

ରୋଟାରୀ କ୍ଲବ ଅଫ୍ରା ଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ର ସ୍ଥାପନା ଦିବସ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ରୋଟାରିଆନ ଡ ସରିତା ମଲ୍ଲଙ୍କ ଅଧ୍ୟକ୍ଷତା ଓ ରୋଟାରିଆନ ସୁଚିସ୍ମିତା ବିଶ୍ୱାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଆଲାମ ସିଂ ରୂପ୍ରା ମୁଖ୍ୟ ଅତିଥି ଓ ଫାଷ୍ଟ ଲେଡି ହରପାଲ ରୂପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦାୟୀ ସଭାପତି ରୋଟାରିଆନ ବିଣାପାଣି ରଥ ଓ ବିଦାୟୀ ସମ୍ପାଦକ ରୋଟାରିଆନ ରଶ୍ମି ମିଶ୍ର ଙ୍କ ଠାରୁ ୨୦୨୬-୨୭ ପାଇଁ ସଭାପତି ରୋଟାରିଆନ ଡ ସରିତା ମଲ୍ଲ ଓ ସମ୍ପାଦକ ନମିତା ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ। ମୁଖ୍ୟଅତିଥି ରୋଟାରିଆନ ଋପ୍ରା କ୍ଲବ ର ଲକ୍ଷ୍ୟ ଓ ଆଭିମୁଖ୍ୟ, ଆବଶ୍ୟକତା ଥିବା ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ସେବା ତଥା ଆନ୍ତର୍ଜାତୀୟ ସ୍ତରରେ ଦୀର୍ଘ ୧୬ ବର୍ଷ ଧରି ଶ୍ରେଷ୍ଠ ଏନଜିଓ ଭାବେ ପ୍ରସିଦ୍ଧି ଲାଭ କରିଥିବା ରୋଟାରୀ କ୍ଲବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହା ସହ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ଓ ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଡ ମଲ୍ଲ ତାଙ୍କ ଅଭିଭାଷଣରେ ଅନୁଷ୍ଠାନ ପ୍ରତି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବା ସହ ସମସ୍ତ ଅଭିଜ୍ଞ ବରିଷ୍ଠଙ୍କ ଉପଦେଶ କୁ ଗ୍ରହଣ କରିବା ପାଇଁ ମତ ରଖିଥିଲେ।ଏହି ଅବସରରେ ୩ ଜଣ ନୂତନ ରୋଟାରିଆନ ଙ୍କ ମଧ୍ୟରୁ ଉପସ୍ଥିତ ୨ ଜଣ ସରସ୍ଵତୀ ଜେନା,ମୁନି କାକୁଟି ଙ୍କୁ ପିନ୍ ଦିଆଯାଇ କ୍ଲବ କୁ ସ୍ବାଗତ କରାଯାଇଥିଲା। ସେହିପରି ଡ଼ଃ ମଲ୍ଲ ଙ୍କ ନେତୃତ୍ବରେ ଏକ ନୂତନ କାର୍ଯ୍ୟକାରୀ କମିଟି ର ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା। ଫାଷ୍ଟ ଲେଡି ରୋଟାରିଆନ ଋପ୍ରା, ଉପଦେଷ୍ଟା ରୋଟାରିଆନ ପିପି ଡ ଅଞ୍ଜନା ମୈତ୍ର, ଅତିଥି ସ୍ବାମୀ ଦିବ୍ୟ ସୁନ୍ଦର ମହାରାଜ ବକ୍ତବ୍ୟ ରଖିଥିଲେ। କୋଷାଧ୍ୟକ୍ଷ ରୋଟାରିଆନ ଦେବଜିତ ବାନାର୍ଜୀ ଓ ସମସ୍ତ ରୋଟାରିଆନ ସର୍ବଶ୍ରୀ ଦିଲିପ୍ ଭୁଇ,ସୂରଜ ନାୟକ, ଆଶିଷ ନାୟକ,ପୁତୁଲ ରାହୁଲ, ଦୀପିକା ଦେ,କମଲ ଅଗ୍ରୱାଲ, ସନ୍ଧ୍ୟାରାଣୀ ବରାଳ, ଜୟଶ୍ରୀ ପଟ୍ଟନାୟକ, ଲଳିତା ମୁଦାଲି, ଅର୍ଚ୍ଚନା ମହାନ୍ତି, ବିଜୟ ବୈଭବ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଗଣେଶ୍ୱର ପଟ୍ଟନାୟକ, ଡାକ୍ତର ଗୋପାଳ ଚନ୍ଦ୍ର ରାୟ ଙ୍କ ସମେତ ବିଭିନ୍ନ ରୋଟାରୀ କ୍ଲବ ର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ରୋଟାରିଆନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ: ସୁବାସ କୁମାର ଗୁପ୍ତା

ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ
Jul 5, 2026•78 views

ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ

ହାତୀବାରୀ- ଗତ ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି,ଘଟଣା ସ୍ଥଳରେ ହାତୀ ବାଡି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତ ମହିଳା ଙ୍କ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି, ପୋଲିସ ବିଭାଗ ର ସୂଚନା ଓ ମୃତ ମହିଳା ଙ୍କ ଭାଇ ସମୀର କଣ୍ଡୁ ଲାନା ଙ୍କ ଲିଖିତ ସୂଚନା ଅନୁଯାୟୀ ଗତକାଲି ତାଙ୍କ ଭଉଣୀ କରିସ୍ମା ବୟସ ୨୪ ନିଜ ଗ୍ରାମ କନ୍ଦରକେଲା ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା,ସାପ କାମୁଡ଼ି ଘରୁବାହାରୁ ଥିବା ବେଳେ ତାଙ୍କ ମା ଦେଖିଥିଲା, ନିଜ ଝିଅ କୁ ପଚାରିବାରୁ ତାଙ୍କ ଝିଅ କହିଥିଲା ଯେ ମତେସାପ କାମୁଡ଼ି ଦେଇଛି, ସାଙ୍ଗେ ସାଙ୍ଗେ ତାକୁ ୧୦୮ଆମ୍ବୁଲାନ୍ସରେ ରାଉଲକେଲା ସରକାରୀ ଡାକ୍ତରଖାନା କୁ ନେଇଥିଲେ . ଆଜି ସକାଳ ଭୋର ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ଲିଖିତ ଥାନାରେ ଜଣାଇଥିଲେ, ହାତୀ ବାରିପୋଲିସ ଏକ ୟୁଡି କେସ ନମ୍ବର ୧୩ ୪,୭,୨୬ ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ମୃତ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ହାତୀବାରୀ ପୋଲିସ.

Sundargarh (ସୁନ୍ଦରଗଡ଼) • ରିପୋର୍ଟ : ଗଣପତି ଦାସ, ହାତିବାରୀ

ରାଜସୁନାଖଳା ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
Jul 5, 2026•113 views

ରାଜସୁନାଖଳା ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଧା: ବେଆଇନ ମଦ ଚୋରା ଚାଲାଣ ବେଳେ ରାଜସୁନାଖଳା ନିକଟରେ ଖୋର୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ବିରୋଧରେ ସମ୍ପର୍କିତ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜବତ ମଦର ପରିମାଣ ଏବଂ ଏହାର ଉତ୍ସ ସମ୍ପର୍କରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଧା

Accused Arrested in Assault Case Over Previous Enmity; Forwarded to Court
Jul 5, 2026•194 views

Accused Arrested in Assault Case Over Previous Enmity; Forwarded to Court

Boden, July 4: Boden Police in Nuapada district have arrested an accused in connection with an assault case involving a woman from Larka village under Boden Police Station limits. The accused was arrested and produced before the court after police investigation reportedly established his involvement in the incident. Further investigation is underway. According to police, Boden Police Station Case No. 142, dated June 15, 2026, was registered under Sections 296, 351(2), 74, 115(2), and 117(2) of the Bharatiya Nyaya Sanhita (BNS). In her written complaint, the victim alleged that on June 14, 2026, at around 5:00 p.m., the accused, owing to previous enmity, abused her in obscene language, threatened to kill her, and attacked her with a wooden stick (lathi). The assault caused a bleeding injury to her hand, following which the accused fled the spot. Acting on the complaint, Boden Police registered a case and launched an investigation. During the course of the inquiry, investigators reportedly collected sufficient evidence establishing the accused’s involvement. Based on the evidence, the accused was arrested on July 4 and later forwarded to the competent court for necessary legal proceedings. Police officials stated that the investigation is still in progress, and further legal action will be taken if additional evidence or facts emerge during the course of the investigation.

Nuapada (ନୂଆପଡ଼ା) • By Malaya Meher & Kashyap Jagat

Irregularities Alleged in Paver Block Road Work; Villagers Demand Probe Over Use of Substandard Materials
Jul 5, 2026•125 views

Irregularities Alleged in Paver Block Road Work; Villagers Demand Probe Over Use of Substandard Materials

Sinapali, July 4: Allegations of large-scale irregularities have surfaced in the ongoing paver block road construction at Kopia Bazar Pada under Makhapadar Gram Panchayat in Sinapali block of Nuapada district. Local residents have alleged that the project, being executed at an estimated cost of around ₹7 lakh, is being carried out in violation of prescribed construction standards, with substandard materials and allegedly duplicate cement being used. According to villagers, the quality norms laid down for government-funded construction works are not being followed. They alleged that inferior-quality cement is being used instead of standard materials, raising serious concerns about the durability and longevity of the project. They further stated that if quality standards are compromised in a publicly funded project, it would amount to a waste of public money. Residents have also questioned the absence of a mandatory project information board at the construction site. They pointed out that key details such as the total project cost, duration of the work, implementing agency, and the names of the concerned technical officials have not been displayed, raising concerns over transparency and accountability. Efforts were made to obtain the response of Sangram Keshari Parida, Junior Engineer of Sinapali Block, regarding the allegations. However, despite repeated attempts to contact him over the phone, he did not respond. As a result, his version on the matter could not be obtained. In light of the allegations, local residents have demanded an independent quality inspection, laboratory testing of the construction materials, and a high-level inquiry into the execution of the project. They have also urged the administration to make all project-related information public and to take appropriate action against those found responsible if any irregularities are established. The administration’s response to these allegations and the action it may initiate following an investigation are now being closely watched by the local community.

Nuapada (ନୂଆପଡ଼ା) • By Malaya Meher

Maternal Death Amid Doctors’ Protest Raises Questions Over Emergency Healthcare
Jul 5, 2026•180 views

Maternal Death Amid Doctors’ Protest Raises Questions Over Emergency Healthcare

Khariar, July 4: A tragic incident reported from Nuapada district during the ongoing doctors’ protest has raised serious concerns over the availability of emergency healthcare services. A pregnant woman from Birighat village in Khariar block died after allegedly failing to receive timely medical treatment, prompting grief and outrage among local residents. The deceased has been identified as Geetanjali Kharsel, wife of Bhal Kharsel, of Birighat village. According to family members, she developed labour pain on Friday evening and was being shifted to the Khariar Sub-Divisional Hospital in a 108 ambulance. However, she delivered a healthy baby while still on the way to the hospital. Following the delivery, the placenta was reportedly not expelled, causing her condition to deteriorate rapidly. The family alleged that due to the ongoing doctors’ protest, no doctor was available at the Khariar Sub-Divisional Hospital to provide the required emergency treatment. The nursing staff reportedly made efforts to manage the situation, but her condition continued to worsen. At around 11 p.m., Geetanjali was shifted to Khariar Mission Hospital. As her condition remained critical, she was referred to a higher medical centre in Raipur, Chhattisgarh, at around 2 a.m. Unfortunately, she died on the way before reaching the hospital. The bereaved family has alleged that timely medical intervention at the government hospital could have saved her life. The incident has sparked public concern over the availability of emergency healthcare services during the ongoing protest and the adequacy of alternative arrangements for critical patients. So far, neither the Health Department nor the protesting doctors’ association has issued an official statement regarding the incident. Local residents have demanded a thorough inquiry to ascertain the circumstances surrounding the woman’s death and to determine whether any lapse in emergency medical care occurred. The incident has once again brought attention to the continuity of essential healthcare services during protests, particularly emergency maternal care, and has raised broader questions about the preparedness of the healthcare system to handle life-threatening situations.

Nuapada (ନୂଆପଡ଼ା) • By Bhajan Lal Jagat

କୋରେଇ ବିଧାୟକଙ୍କ ଦ୍ୱାରା ପାଣିକୋଇଲି ଗ୍ରାମ ପଞ୍ଚାୟତ ରେ ୮କୋଟି ଟଙ୍କାର ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ
Jul 5, 2026•124 views

କୋରେଇ ବିଧାୟକଙ୍କ ଦ୍ୱାରା ପାଣିକୋଇଲି ଗ୍ରାମ ପଞ୍ଚାୟତ ରେ ୮କୋଟି ଟଙ୍କାର ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ

ଯାଜପୁର : କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ପାଣିକୋଇଲି ଗ୍ରାମପଂଚାୟତରେ ୮ କୋଟି ଟଙ୍କା ବ୍ୟୟରେ ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରାଯାଇଛି । ଦିବା ୧୨ ଘଟିକା ସମୟରେ ମାନ୍ୟବର ବିଧାୟକ ଚାନ୍ଦପୁର ଛକ ଠାରୁ ଏକ ବିଶାଳ ମଟର ସାଇକେଲ ପଟୁଆରରେ ଯାଇ ପାଣିକୋଇଲି ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ପହଂଚି ସମସ୍ତ ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ହେବା ଦ୍ୱାରା କୋରେଇ ନିର୍ବାଚନ ମଣ୍ଡଳୀର ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡି ହେବା ସହ ପାଣିକୋଇଲି ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ କ୍ଷେତ୍ରରେ ଉନ୍ନତି ହୋଇପାରିବ । ଦିନକୁ ଦିନ କୋରେଇ ବିକାଶରେ ଅଗ୍ରଗତି ହେଉଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସନାୟକ କହିଥିଲେ - ଆଗାମୀ ଦିନରେ କୋରେଇର ଗମନାଗମନ, ସ୍ୱାସ୍ଥ୍ୟସେବା, କୃଷିର ଉନ୍ନତି, ଶିକ୍ଷାର ଉନ୍ନତି ନିମନ୍ତେ ଅନେକ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଖୁବ୍‌ଶୀଘ୍ର ସ୍ଥାପନ କରାଯିବ । ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପାଣିକୋଇଲି ଭାରତୀୟ ଜନତା ପାର୍ଟି ସଭାପତି ବିନୋଦ ଜେନା, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ପଦ୍ମଲୋଚନ ମଲ୍ଲିକ, ଏସ. କେ ଜହର ଅଲ୍ଲୀ,ଜ଼ିଲ୍ଲା ମହିଳା ସଭାପତି ଦିପ୍ତିମୟୀ କୁଆଁର, ଜୟନ୍ତୀ ସାହୁ, ରୁନୁ ଭୂୟାଁ, ମିନତୀ ପଣ୍ଡା,ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ପ୍ରୀତି ରଞ୍ଜନ ସାହୁ,ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ମୂଳପାଳ ସରପଞ୍ଚ ଜୟନ୍ତ ନାୟକ,ବନ୍ଦାଳ ସରପଞ୍ଚ ବିଷ୍ଣୁ ରଥ,ଗୋଳେଇପୁର ସରପଞ୍ଚ ସସ୍ମିତା ମାଝୀ, ବିକାଶ ଜେନା, ନିରଞ୍ଜନ ନାୟକ, ସୂର୍ଯ୍ୟମଣୀ ପଣ୍ଡା,ଶଶୀକାନ୍ତ ମଲ୍ଲିକ, ଅଜୟ ସାହୁ, ପ୍ରଶାନ୍ତ ନାଥ, ଆଲୋକ ପରିଡା, ଖରସ୍ରୋତା ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ମୌସୁମୀ ପରିଡା, ଦେବେନ୍ଦ୍ର ସ୍ୱାଇଁ, କଳ୍ପତରୁ ମହାପାତ୍ର, ଜଗଦୀଶ୍ଵର ମଲ୍ଲିକ, ବିନାୟକ ସାହୁ, ମୋନାଲିସା, ଶୀତେଶ ପରିଡା, ଦେବାଶିଷ ପରିଡା, ବୀଣାପାଣି ଜେନା, ଅଜିତ ରାଉତ, ସୁବାସ ପଣ୍ଡା, କାର୍ତିକ ସାହୁ, ଅକ୍ଷୟ ନାୟକ, ଗୋପାଳ ସେଠି, ଲଷ୍ମୀଧର କରଣ, ଅଶୋକ ବାରିକ, ମନୋଜ ଦାସ, ଖରସ୍ରୋତା ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ସାହୁ, ଗୋକୁଳାନନ୍ଦ ସାହୁ, ପ୍ରେମେଶ ମହାକୁଡ଼, ମନୋଜ ପାଢ଼ୀ, ଉପେନ୍ଦ୍ର ପାତ୍ର,ସଂଜୀବ ନାୟକ, ବିଦ୍ୟାଧର ବେହେରା, ଅଶୋକ ନାୟକ, ଉଦୟ ପରିଡା, ହିମାଂଶୁ ପାଢ଼ୀ, ରାଜେନ୍ଦ୍ର ଗାହଣ,ସମେତ ସତାଧିକ କର୍ମୀ ସାମିଲ ହୋଇଥିଲେ।

Jajpur (ଯାଜପୁର) • ରିପୋର୍ଟ :ବସନ୍ତ କୁମାର ମଲ୍ଲିକ- କୋରେଇ

ଦାବି ପୂରଣ ନହେଲେ ଚିନିଶିଳ୍ପ ମୁଖ୍ୟ ଫାଟକ ଆଗରେ ହେବ ଆମରଣ ଅନଶନ: ପ୍ରଶାସନକୁ କର୍ମଚାରୀ ସଂଘର ୭ ଦିନର ଅଲ୍ଟିମେଟମ୍
Jul 5, 2026•99 views

ଦାବି ପୂରଣ ନହେଲେ ଚିନିଶିଳ୍ପ ମୁଖ୍ୟ ଫାଟକ ଆଗରେ ହେବ ଆମରଣ ଅନଶନ: ପ୍ରଶାସନକୁ କର୍ମଚାରୀ ସଂଘର ୭ ଦିନର ଅଲ୍ଟିମେଟମ୍

ଆସିକା/ଗଞ୍ଜାମ: ଆସିକା ସମବାୟ ଚିନିଶିଳ୍ପର ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ଏବେ ଆନ୍ଦୋଳନ ତେଜିବାରେ ଲାଗିଛି। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ସକାରାତ୍ମକ ନିଷ୍ପତ୍ତି ନେଉ ନଥିବାରୁ, ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଚିନିଶିଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଚେତାବନୀ ଦିଆଯାଇଛି। ​ସୂଚନା ଅନୁଯାୟୀ, ଚିନିଶିଳ୍ପରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ସଂଘ ପକ୍ଷରୁ ପରିଚାଳନା ପରିଷଦ ଓ ନିର୍ଦ୍ଦେଶକଙ୍କୁ ବାରମ୍ବାର ଅବଗତ କରାଯାଇଥିଲା। ଏହାପରେ ଗତ ୨୭ ନଭେମ୍ବର ୨୦୨୫ରେ ଚିନିଶିଳ୍ପର ନିର୍ଦ୍ଦେଶକ, କର୍ମଚାରୀ ସଂଘ ଏବଂ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି (Form-K) ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ଫେବୃଆରୀ ୨୦୨୬ ସୁଦ୍ଧା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମୟ ସୀମା ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। ​ଚୁକ୍ତିଭଙ୍ଗ ପରେ ଗତ ୨୩ ମାର୍ଚ୍ଚ ୨୦୨୬ରେ କର୍ମଚାରୀମାନେ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ସେହି ସମୟରେ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ, ପରିଷଦର ସଦସ୍ୟ ଏବଂ ଆସିକା ଥାନା ଅଧିକାରୀଙ୍କ ଉପସ୍ଥିତିରେ '୧୫ ଏପ୍ରିଲ ୨୦୨୬' ସୁଦ୍ଧା ଦାବି ପୂରଣ କରାଯିବ ବୋଲି ପୁନର୍ବାର ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଧାରଣା ସ୍ଥଗିତ ରହିଥିଲା। ମାତ୍ର ଏହି ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଥିଲା। ​ପ୍ରଶାସନର ଏଭଳି ଅବହେଳା ବିରୋଧରେ ଗତ ୧୧ ଜୁନ୍ ୨୦୨୬ରେ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ୩ ଦିନ ମଧ୍ୟରେ ଚିନିଶିଳ୍ପ ଗସ୍ତ କରି ନିଷ୍ପତ୍ତି ନେବେ ବୋଲି କହିଥିଲେ ଏବଂ ସେହି ଅନୁଯାୟୀ ଗତ ୨୬ ଜୁନ୍ ୨୦୨୬ରେ ସେ ଚିନିଶିଳ୍ପକୁ ଆସିଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଜିଲ୍ଲାପାଳଙ୍କ ଗସ୍ତ ସତ୍ତ୍ୱେ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି ଉପରେ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ​ପ୍ରଶାସନିକ ସ୍ତରରେ ବାରମ୍ବାର ମିଳୁଥିବା ପ୍ରତାରଣାରେ ଅତିଷ୍ଠ ହୋଇ କର୍ମଚାରୀ ସଂଘ ଏବେ ଆରପାର୍ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛି। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ଯେ, ଆସନ୍ତା ୭ ଦିନ ମଧ୍ୟରେ ଯଦି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ଠିକ୍ ନିଷ୍ପତ୍ତି ନିଆନଯାଏ, ତେବେ ସମସ୍ତ ଅସ୍ଥାୟୀ କର୍ମଚାରୀ ଚିନିଶିଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିବେ। ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଥିବାର ସୂଚନା ମିଳିଛି।

Ganjam (ଗଞ୍ଜାମ) • ​ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଅଧାପନ୍ତରିଆ ନେଳିଆ ବନ୍ଧ
Jul 5, 2026•148 views

ଅଧାପନ୍ତରିଆ ନେଳିଆ ବନ୍ଧ

ଗଞ୍ଜାମ: ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ ୧ ରେ ଵା ବା ଅମରେଶଙ୍କ ମନ୍ଦିର। ତାର ସମ୍ମୁଖ ରେ ଅଛି ନେଳିଆ ବନ୍ଧ,ଯାହାର ଆୟତନ ହେବ ୭ ଏକର ବୋଲି ଜଣାପଡିଛି। କିନ୍ତୁ ଉକ୍ତ ବନ୍ଧର ଚତୁଃପାର୍ଶ୍ଵରେ କେତେକ ସ୍ବାର୍ଥନେୱସୀ ବ୍ୟକ୍ତି ବିଶେଷ ମାନେ ଜଵର ଦଖଲ ରେ ରଖିଛନ୍ତି । ବିଶେଷ ସୂତ୍ର ରୁ ପ୍ରକାଶ ରାମଚନ୍ଦ୍ର ପଟ୍ଟନାୟକ ଯେ କି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେ ନେଳିଆ ବନ୍ଧ କୁ ଜବରଦଖଲ କରିଥିବା ବେଳେ ଘର କରି ଭଡ଼ାରେ ଦେଉଥିବା ଜଣାପଡିଛି। ଅପରପକ୍ଷରେ ଦେଖିବାକୁ ମିଳିଛି ରାଧାକୃଷ୍ଣ ମନ୍ଦିର କୁ ଲାଗି ଥିବା କେତେକ ଉଚ୍ଚଶିକ୍ଷିତ ନିଜର ଶୌଚାଳୟ ଘର ଟାଙ୍କି ନେଳିଆ ବନ୍ଧ ର ହୁଡା ଉପରେ ଅଛି। ଏସଂକ୍ରାନ୍ତରେ ରିପୋର୍ଟ ର ଶିବରାମ ଜେନା ବିଭିନ୍ନ ମାଧ୍ୟମରେ ସରକାରଙ୍କୁ ତଥା ଖଲ୍ଲିକୋଟ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରାଙ୍କୁ ଅବଗତ କରାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ମାଛ ତେଲରେ ମାଛ ଭାଜି ଦେଲେ, ହିଡର ମାଟି ହିଡରେ ଛାପି ଦେଇ ଚୁପ୍ ଚାପ୍ ରହିଗଲେ। ନେଳିଆ ବନ୍ଧ କୁ ମଞ୍ଜୁର ହୋଇଥିଲା ୩୧ଲକ୍ଷ ପୁନଃ ଉଦ୍ଧାର କାର୍ଯ୍ୟ ନିମିତ୍ତ କିନ୍ତୁ ଉକ୍ତ କାମ ବନ୍ଦ ହୋଇ ଅଧାପନ୍ତରିଆ ଥିବାରୁ, ଏଠାକୁ ଆସୁଥିବା ଭକ୍ତମାନଙ୍କ ଦୃଷ୍ଟିରେ ପଡ଼ିଲେ ନାନା ପ୍ରକାର ଆଲୋଚନା କରୁଛନ୍ତି । ଯେହେତୁ ଉକ୍ତ ବନ୍ଧ ଉପରେ ସାତ ସାହି ଲୋକ ନିର୍ଭର କରୁଥିବାବେଳେ ମନ୍ଦିର କୁ ଆସୁଥିବା ଭକ୍ତମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକ୍ଷେତ୍ରରେ ଯେଉଁ ମାନେ ଉକ୍ତ ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ନେଇଛନ୍ତି ଯଥା ଶୀଘ୍ର କାମ ସମାପନ କରିବା କୁ ଜନସାଧାରଣ ଙ୍କ ନିବେଦନ।

Ganjam (ଗଞ୍ଜାମ) • ରିପୋର୍ଟ - ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ