--:--:--
-- ---
Srishti News

ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ, ହାତିବାରୀJuly 5, 202678 views
ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ
ହାତୀବାରୀ- ଗତ ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି,ଘଟଣା ସ୍ଥଳରେ ହାତୀ ବାଡି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତ ମହିଳା ଙ୍କ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି, ପୋଲିସ ବିଭାଗ ର ସୂଚନା ଓ ମୃତ ମହିଳା ଙ୍କ ଭାଇ ସମୀର କଣ୍ଡୁ ଲାନା ଙ୍କ ଲିଖିତ ସୂଚନା ଅନୁଯାୟୀ ଗତକାଲି ତାଙ୍କ ଭଉଣୀ କରିସ୍ମା ବୟସ ୨୪ ନିଜ ଗ୍ରାମ କନ୍ଦରକେଲା ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା,ସାପ କାମୁଡ଼ି ଘରୁବାହାରୁ ଥିବା ବେଳେ ତାଙ୍କ ମା ଦେଖିଥିଲା, ନିଜ ଝିଅ କୁ ପଚାରିବାରୁ ତାଙ୍କ ଝିଅ କହିଥିଲା ଯେ ମତେସାପ କାମୁଡ଼ି ଦେଇଛି, ସାଙ୍ଗେ ସାଙ୍ଗେ ତାକୁ ୧୦୮ଆମ୍ବୁଲାନ୍ସରେ ରାଉଲକେଲା ସରକାରୀ ଡାକ୍ତରଖାନା କୁ ନେଇଥିଲେ . ଆଜି ସକାଳ ଭୋର ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ଲିଖିତ ଥାନାରେ ଜଣାଇଥିଲେ, ହାତୀ ବାରିପୋଲିସ ଏକ ୟୁଡି କେସ ନମ୍ବର ୧୩ ୪,୭,୨୬ ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ମୃତ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ହାତୀବାରୀ ପୋଲିସ.