--:--:--
-- ---
Srishti News

ରାଜସୁନାଖଳା ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଧାJuly 5, 2026113 views
ରାଜସୁନାଖଳା ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
ଖୋର୍ଧା: ବେଆଇନ ମଦ ଚୋରା ଚାଲାଣ ବେଳେ ରାଜସୁନାଖଳା ନିକଟରେ ଖୋର୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ବିରୋଧରେ ସମ୍ପର୍କିତ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜବତ ମଦର ପରିମାଣ ଏବଂ ଏହାର ଉତ୍ସ ସମ୍ପର୍କରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।