ପାଲଲହଡ଼ା ଥାନା ପରିଦର୍ଶନ କଲେ ଅନୁଗୋଳ ଏସ୍ପି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 6, 202674 views

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାଲଲହଡ଼ା ଥାନା ପରିଦର୍ଶନ କରି ପୋଲିସିଂ ବ୍ୟବସ୍ଥା ଏବଂ ଜନସେବା ପ୍ରଦାନର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ।
ପରିଦର୍ଶନ ଅବସରରେ ସେ ଥାନାର ସମସ୍ତ ପଦାଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ଆଇନ-ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ମାମଲାର ତଦନ୍ତର ଅଗ୍ରଗତି ଏବଂ ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଏସ୍ପି କର୍ମଚାରୀମାନଙ୍କୁ ଦାୟିତ୍ୱବୋଧ, କାର୍ଯ୍ୟଦକ୍ଷତା ଓ ସୌଜନ୍ୟପୂର୍ଣ୍ଣ ବ୍ୟବହାର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ନାଗରିକ-କୈନ୍ଦ୍ରିକ ଏବଂ ପ୍ରଭାବଶାଳୀ ପୋଲିସି ସୁନିଶ୍ଚିତ କରିବା ସହ ଲୋକଙ୍କ ବିଶ୍ୱାସ ଅତୁଟ ରଖିବା ପାଇଁ ନିଷ୍ଠା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
