--:--:--
-- ---
Srishti News

Web News

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ
Mar 26, 2026105 views

ଭଞ୍ଜନଗର ଜଳସେଚନ ବିଭାଗର ବାବୁ ଭିଜିଲାସନ୍ସ ଜାଲରେ

ଭଞ୍ଜନଗର: କିଛିଦିନ ପୂର୍ବରୁ ଜଳସେଚନ ବିଭାଗର ଜଣେ ବାବୁଙ୍କୁ ଭିଜିଲାସନ୍ସ ମାଡ଼ି ବସିଥିବା ବେଳେ ଆଜି ପ୍ରତ୍ୟୁଷରୁ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତି ମାମଲାରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡ଼ିଓ ପଞ୍ଚୁ ବେହେରାଙ୍କୁ ଧରିଛି l ସର୍ବମୋଟ ୫ଟି ସ୍ଥାନରେ ଏକାକାଳୀନ ରେଡ ଚାଲିଛି l ବେହେରାଙ୍କ ଭଞ୍ଜନଗର ଅଫିସ, ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାରରେ ଥିବା ୩ମହଲା କୋଠା, ବ୍ରହ୍ମପୁର ଭୀମନଗର ସ୍ଥିତ ସମ୍ପର୍କୀୟ ଘର ଓ ପୋଲସରା ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ଜାରିରହିଛି l ଏହି ଚଢ଼ାଉରେ ଭିଜିଲାସନ୍ସ ବିଭାଗର ୩ଜଣ ଡ଼ିଏସପି, ୭ଜଣ ଇନ୍ସପେକ୍ଟର ଓ ବିଭାଗର କର୍ମଚାରୀମାନେ ସାମିଲ ରହିଛନ୍ତି l

Ganjam (ଗଞ୍ଜାମ)ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର (ପଲିଟିକାଲ ଖଟି)

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ
Mar 23, 2026165 views

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ

ପାଣିକୋଇଲିରେ ‘ମାଇଁ ଛୋଟା ସ୍କୁଲ’ ଉଦ୍ଘାଟିତ ପାଣିକୋଇଲି: ଦୀର୍ଘଦିନ ଧରି ପାଣିକୋଇଲି ଅଞ୍ଚଳରେ ପ୍ଲେ ସ୍କୁଲର ଅଭାବ ଥିବାରୁ ଅଭିଭାବକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଣିକୋଇଲି ଠାରେ ‘ମାଇଁ ଛୋଟା ସ୍କୁଲ’ର ଔପଚାରିକ ଉଦ୍ଘାଟନ କରାଯାଇଛି। ପାଣିକୋଇଲି ଆରଡି ଅଫିସ ନିକଟରେ ଏହି ସ୍କୁଲ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ପ୍ଲେ ଠାରୁ ୟୁକେଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହା ଫଳରେ ସ୍ଥାନୀୟ ଶିଶୁମାନେ ଆଉ ବାହାରକୁ ଯାଇ ପଢ଼ିବାକୁ ପଡ଼ିବ ନାହିଁ, ଏବଂ ସେମାନଙ୍କର ଭବିଷ୍ୟତ ଏଠାରେ ଗଢ଼ିଉଠିବ। ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସଙ୍କ ସଂଚାଳନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ସମାଜସେବୀ ସୁଚାସ ଧଳ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଣିକୋଇଲି ଶାଖା ପରିଚାଳକ ମାନସ ରଞ୍ଜନ ବେହେରା, ଯୁବନେତା ଜହର ଅଲ୍ଲୀ, ଶିଳ୍ପପତି ତ୍ରିଲୋଚନ ଦାଶ, ରମ୍ଭାକର ସେନାପତି, ଡାକ୍ତର ଦେବାଶିଷ ମହାନ୍ତି ଏବଂ ସମିତିସଭ୍ୟା ସୁଜାତା ଘଡାଇ ପ୍ରମୁଖ ଉପସ୍ଥିତ ଥାଇ ସ୍କୁଲର ଉଦ୍ଘାଟନ କରିଥିଲେ। ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ। ଶିକ୍ଷିକା ଆୟୁଷା ନାୟକ, ରଶ୍ମୀରେଖା ସାହୁ, ଉର୍ମିଳା ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା ଙ୍କ ସହିତ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପାଣିକୋଇଲି (ସ୍ରିଷ୍ଟି ନିୟୁଜ)

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର
Mar 23, 2026228 views

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର

ଦୁଃଖର ପାହାଡ଼ ତଳେ ଦୁଇ ଭଉଣୀ: ମାଆ ପରେ ବାପାଙ୍କ ମୃତ୍ୟୁ, ଜୀବନ ସଂଘର୍ଷରେ ଅସହାୟ ପରିବାର ଭାଗ୍ୟ କେବେ କାହାର ଜୀବନକୁ କେମିତି ଦୁଃଖରେ ଭରିଦେବ, ସେଥି ପୂର୍ବାନୁମାନ କରିବା କଷ୍ଟକର । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଅନକାପୁର ଗ୍ରାମରେ । ଏଠାରେ ଏକ ଅସହାୟ ପରିବାର ଏବେ ଦୁଃଖ ଓ ଅନିଶ୍ଚିତତାର ଛାୟା ତଳେ ଜୀବନ କାଟୁଛି । ହେମଳତା ଗୋଆଲ (୨୨) ଓ ତାଙ୍କ ସାନ ଭଉଣୀ ନମନ୍ତୀ ଗୋଆଲ (୧୮) ଙ୍କ ଜୀବନରେ ଏକ ପରେ ଏକ ଦୁର୍ଘଟନା ଆଘାତ ଆଣିଛି । କିଛି ଦିନ ପୂର୍ବରୁ ମାଆ ଗୁରୁତର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ମାଆଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଅମର ଗୋଆଲ (୬୫) ପରିବାର ପ୍ରତିପୋଷଣର ଭାର ବହନ କରିବାକୁ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ପ୍ରସ୍ଥାନ କରିଥିଲେ । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ ଦୟା କରିନଥିଲା, ଚଳିତ ମାର୍ଚ୍ଚ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହା ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି । ବଡ଼ ଭଉଣୀ ହେମଳତା ଜନ୍ମଜାତ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜେ କାମ କରିପାରୁନାହାନ୍ତି । ତାଙ୍କ ଦେଖାଶୁଣା ପାଇଁ ସାନ ଭଉଣୀ ନମନ୍ତୀ ନିଜ ପାଠପଢା ବନ୍ଦ କରି ଦେଇଛନ୍ତି । ଏବେ ଘରର ସମସ୍ତ ଦାୟିତ୍ୱ ତାଙ୍କ ନାଜୁକ କାନ୍ଧ ଉପରେ ରହିଛି । ସରକାରୀ ସହାୟତା ଭାବେ ପରିବାରକୁ କେବଳ ରାସନ କାର୍ଡ ଓ ଦିବ୍ୟାଙ୍ଗ ଭତା ଭାବେ ମାସିକ ୧୨୦୦ ଟଙ୍କା ମିଳୁଛି । କିନ୍ତୁ ଏହି ଅଳ୍ପ ରାଶିରେ ଦୁଇଜଣଙ୍କ ଜୀବନ ଚାଲାଇବା ଅତ୍ୟନ୍ତ କଷ୍ଟସାଧ୍ୟ । ଅନେକ ଦିନ ଚୁଲି ଜଳିନଥିବାରୁ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଅନ୍ୟପଟେ, ହେମଳତାଙ୍କ ଦିବ୍ୟାଙ୍ଗ ସ୍ତର ୮୦% ହେବାକୁ ଥିବା ସତ୍ତ୍ୱେ ମାତ୍ର ୬୦% ଦର୍ଶାଯାଇଛି । ଏହା ଫଳରେ ସେ ପୂର୍ଣ୍ଣ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ଏହି ପରିସ୍ଥିତିରେ ସ୍ଥାନୀୟ ସୂଚନାକର୍ମୀ କ୍ଷୀରସିନ୍ଧୁ ସଗରିଆ ଦାବୀ କରିଛନ୍ତି ଯେ, ହେମଳତାଙ୍କୁ ପୁନଃ ଦିବ୍ୟାଙ୍ଗ ଶିବିରରେ ପରୀକ୍ଷା କରାଯାଇ ୮୦% ଦର୍ଜା ଦେଇ ମୁଖ୍ୟମନ୍ତ୍ରୀ ସହାୟତା ଯୋଗାଇଦିଆଯାଉ । ସେହିପରି, ସାନ ଭଉଣୀ ନମନ୍ତୀଙ୍କ ପାଠପଢା ପୁନରୁଦ୍ଧାର ପାଇଁ ଯଥୋଚିତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଯଦି ଶୀଘ୍ର ସରକାରୀ ଓ ସାମାଜିକ ସହଯୋଗ ମିଳିନଥାଏ, ତେବେ ଏହି ଦୁଇ ଭଉଣୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ପରିବାର ପ୍ରତିପୋଷଣରେ ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Nuapada (ନୂଆପଡ଼ା)ମଳୟ ମେହେର, ବୋଡେ଼ନ, ସିନାପାଲି (ସ୍ରିଷ୍ଟି ନିୟୁଜ)

ଲୋକକଳାକୁ ନୂଆ ମଞ୍ଚ : ତିଖାଳି ଡ୍ୟାମ ଲୋକ ମହୋତ୍ସବ ଉଦଯାପିତ
Mar 17, 2026139 views

ଲୋକକଳାକୁ ନୂଆ ମଞ୍ଚ : ତିଖାଳି ଡ୍ୟାମ ଲୋକ ମହୋତ୍ସବ ଉଦଯାପିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଡ୍ୟାମ ପରିସରରେ ଆୟୋଜିତ ତିନି ଦିନିଆ ତିଖାଳି ଡ୍ୟାମ ଲୋକ ମହୋତ୍ସବ ର ତୃତୀୟ ତଥା ଶେଷ ସନ୍ଧ୍ୟା ରବିବାର ଆଡମ୍ବରପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଥିଲା । ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜୀବନ୍ତ ରଖିବା ସହ ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜୀବନ ଦେବା ଲକ୍ଷ୍ୟରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଶେଷ ସନ୍ଧ୍ୟାର ସଭାରେ ଖଡ଼ିଆଳ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ମହୋତ୍ସବ ପାଳନ କମିଟିର ସଭାପତି ଶ୍ରୀ ଗୌତମ ତାଣ୍ଡି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଯୋଗଦେଇ ଏପରି ଲୋକମହୋତ୍ସବ ଅଞ୍ଚଳର ସାଂସ୍କୃତିକ ପରିଚୟକୁ ଜାଗ୍ରୁତ କରିବାରେ ଏବଂ ନୂତନ ପିଢ଼ୀକୁ ନିଜ ମୂଳ ସଂସ୍କୃତି ସହ ଜଡି ରଖିବାରେ ବଡ଼ ଭୂମିକା ନିଭାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାସ ଓ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଶ୍ରୀ ଅଜିଜ ଖାନ ଯୋଗଦେଇ ଅଞ୍ଚଳର ଲୋକକଳା ଓ ଲୋକସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଡଃ ଫଣୀନ୍ଦମ ସିଂ ଦେଓ ଲୋକସାହିତ୍ୟ ଓ ଲୋକକଳା ଗ୍ରାମୀଣ ସମାଜର ଆତ୍ମା ବୋଲି କହି ଏହାର ସୁରକ୍ଷା ପାଇଁ ଏପରି ମଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ବେହେରା ଉପସ୍ଥିତ ରହି ମହୋତ୍ସବର ସଫଳତାକୁ ସ୍ତୁତି କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବିଘ୍ନରାଜ ଉଚ୍ଚ ବିଦ୍ୟାଳୟ, ସାନମହେଶ୍ୱରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ପରିବେଶକୁ ସାଂସ୍କୃତିକ ମାହୋଲରେ ମହକାଇଥିଲେ । ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଶ୍ରୀ ମୋତିଲାଲ ବାଗ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ କୁନୁ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ଆସର ଦର୍ଶକମାନଙ୍କ ମନକୁ ବିମୋହିତ କରିଥିଲା । ପଶ୍ଚିମ ଓଡ଼ିଶାର ସୁପ୍ରଶିଦ୍ଧ କଣ୍ଠଶିଳ୍ପୀ ରକଷ୍ଟାର ରୁକୁ ସୁନା ଓ ଟ୍ରୁପ୍ସଙ୍କ ‘ଷ୍ଟାର ନାଇଟ୍ ଓର୍କେଷ୍ଟ୍ରା’ ଗୀତ-ସଙ୍ଗୀତର ଝଙ୍କାରରେ ସମଗ୍ର ତିଖାଳି ଡ୍ୟାମ ପରିସରକୁ ଉତ୍ସବମୟ କରିଦେଇଥିଲା । ଲୋକନୃତ୍ୟ, ଲୋକସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ଦର୍ଶକମାନଙ୍କ ହୃଦୟକୁ ମୋହି ନେଇଥିଲା । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଅଞ୍ଚଳର ଲୋକକଳା, ପରମ୍ପରା ଓ ସଂସ୍କୃତିର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ତିଖାଳି ଡ୍ୟାମ ଲୋକ ମହୋତ୍ସବ ଶେଷ ଦିନ ଭବ୍ୟ ଓ ସ୍ମରଣୀୟ ଭାବରେ ସମାପ୍ତ ହୋଇଥିଲା, ଯାହା ଅଞ୍ଚଳର ସାଂସ୍କୃତିକ ଚେତନାକୁ ଆଉ ଏକ ପଦକ୍ଷେପ ଆଗକୁ ନେଇଛି ।

Nuapada (ନୂଆପଡ଼ା)ମଳୟ ମେହେର, ସିନାପାଲି

ଖରାରେ ତ୍ରାହି ତ୍ରାହି ସିନାପାଲି: ଜଳଛତ୍ର କେବେ
Mar 17, 2026126 views

ଖରାରେ ତ୍ରାହି ତ୍ରାହି ସିନାପାଲି: ଜଳଛତ୍ର କେବେ

ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ସିନାପାଲି ଅଞ୍ଚଳରେ ଖରାର ପ୍ରକୋପ ଦିନକୁ ଦିନ ବଢ଼ୁଛି । ଦିନ ବେଳେ ତୀବ୍ର ଗରମ ଓ ସୂର୍ଯ୍ୟ କିରଣ ଲୋକଙ୍କ ଜୀବନକୁ ଅସହ୍ୟ କରିଦେଇଛି । ଏହି ପରିସ୍ଥିତିରେ ସାଧାରଣ ଲୋକ ଓ ପଥଚାରୀଙ୍କ ସୁବିଧା ପାଇଁ ସିନାପାଲି ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଜଳଛତ୍ର ଖୋଲିବାକୁ ଦାବି ଜୋରଦାର ହେଉଛି । ବଜାର ଅଞ୍ଚଳ, ବସ୍‌ଷ୍ଟାଣ୍ଡ, କାପସୀ, ଯୁଗେନପଦର, ଗୋଡ଼ାଳଛକ, ବ୍ଲକ ଛକ ତଥା ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ତୀବ୍ର ଗରମରେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ସେବାମୂଳକ ସଂଗଠନ ଓ ସାମାଜିକ କର୍ମୀମାନଙ୍କ ପକ୍ଷରୁ ଜଳଛତ୍ର ଖୋଲାଯାଉଥିଲା । କିନ୍ତୁ ଏବର୍ଷ ଖରା ଆଗୁଆଁ ଆସିଥିଲେ ମଧ୍ୟ କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ଜଳଛତ୍ର ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଯାତ୍ରୀ, ଶ୍ରମିକ ଓ ଦୂରଦୂରାନ୍ତରୁ ବଜାରକୁ ଆସୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ସିନାପାଲି ଗ୍ରାମ ପଂଚାୟତ, ସାମାଜିକ ସଂଗଠନ ଓ ସ୍ଥାନୀୟ ସମାଜସେବୀ ମାନେ ଆଗକୁ ଆସି ମୁଖ୍ୟ ଚକ, ବସ୍‌ଷ୍ଟାଣ୍ଡ ଓ ଜନସାଧାରଣ ଯାତାୟାତ କରୁଥିବା ସ୍ଥାନରେ ଶୀଘ୍ର ଜଳଛତ୍ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଯଦି ସମୟରେ ଜଳଛତ୍ର ବ୍ୟବସ୍ଥା କରାଯାଏ, ତେବେ ଗରମରେ ଅସୁବିଧା ଭୋଗୁଥିବା ପଥଚାରୀ ଓ ଗରିବ ଲୋକମାନଙ୍କ ପାଇଁ ଏହା ବଡ଼ ସହାୟତା ହେବ ବୋଲି ସ୍ଥାନୀୟ ମତ ପ୍ରକାଶ ପାଇଛି । ଏବେ ଦେଖିବାକୁ ବାକି ରହିଲା, ସିନାପାଲିର ପ୍ରତ୍ୟେକ ଅଞ୍ଚଳରେ ଜଳଛତ୍ର କେବେ ଆରମ୍ଭ ହେବ ।

ମଳୟ ମେହେର, ସିନାପାଲି

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା
Mar 17, 2026246 views

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା

ରାୟଗଡ଼ାରେ ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ: ବିଲ ଟଙ୍କା ଜାରି ହେଲେ ମଧ୍ୟ ଠିକାଦାରଙ୍କୁ ମିଳୁନି ପାଇସା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମ ପଞ୍ଚାୟତରେ ଥିବା ଏକ ପ୍ରାଥମିକ ସ୍କୁଲ ନିର୍ମାଣ କାମକୁ ନେଇ ଗଭୀର ଅନିୟମିତତାର ଅଭିଯୋଗ ଉଠିଛି। ଏହି ପୁରୁଣା ସ୍କୁଲର ଟିଣ ଛାଦ ପବନରେ ଉଡ଼ିଯାଇଥିବାକୁ ୧୮ ମାସ ହେଲାଣି, ଯାହାର ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଢ଼ୁଛନ୍ତି। ସୂଚନା ଅନୁସାରେ, ନୂତନ ସ୍କୁଲ ନିର୍ମାଣ କାମ ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଛାତ ଲେବେଲ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇଥିଲା। ଏହି କାମକୁ ଠିକାଦାର ସୋମନାଥ ନନ୍ଦ କରିଥିବା ବେଳେ, ୨୧ ଅକ୍ଟୋବର ୨୦୨୪ ରେ ୫,୨୫,୪୮୧ ଟଙ୍କାର ବିଲ ହୋଇଥିଲା। କିନ୍ତୁ ଅଭିଯୋଗ ଅନୁଯାୟୀ, ଏହି ଟଙ୍କା ଜୁନିୟର ଇଞ୍ଜିନିୟର ବିକାଶ ଚନ୍ଦ୍ର ମହାପାତ୍ରଙ୍କ ଖାତାକୁ ଯାଇଥିଲେ ମଧ୍ୟ ଠିକାଦାରଙ୍କୁ ପୂରା ପରିମାଣ ମିଳିନାହିଁ। ଠିକାଦାରଙ୍କ କହିବା ଅନୁସାରେ, ପିସି (PC) ନାମରେ ଟଙ୍କା କଟାଯାଉଛି ଏବଂ ପ୍ରାୟ ୧୬,୦୦୦ ଟଙ୍କା ପ୍ରତି ଲକ୍ଷରେ କମିସନ ହେଉଥିବା ଅଭିଯୋଗ ରହିଛି। ଏହି ସମସ୍ୟା ନେଇ ସେ ଗ୍ରିଭେନ୍ସ ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାସହ ଏହି ଅଭିଯୋଗ ଡିପିସି (DPC) ଓ ପ୍ରକଳ୍ପ ନିର୍ଦ୍ଦେଶକ (PD)ଙ୍କୁ ଜଣାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଚନ୍ଦ୍ରପୁର ବ୍ଲକ ବିଡିଓ (BDO)ଙ୍କ ସମ୍ମୁଖରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିଲା ଓ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନ ଦିଆଯାଇଥିଲା, କିନ୍ତୁ ସେଥିରେ କୌଣସି ଅଗ୍ରଗତି ହୋଇନାହିଁ। ପୁନଃ ୨୪ ଫେବୃଆରୀ ୨୦୨୬ ରେ ଗ୍ରିଭେନ୍ସ ଶୁଣାଣି ସମୟରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଓ ଟଙ୍କା ଦେବାକୁ ଅସ୍ବୀକାର କରାଯାଇଥିବା ଅଭିଯୋଗ ଆସିଛି। ଠିକାଦାରଙ୍କ ଅଭିଯୋଗ ଅନୁସାରେ, ଏପରି ଅନିୟମିତତା କେବଳ ଏହି ସ୍କୁଲରେ ନୁହେଁ, ବହୁତ ସ୍କୁଲ ନିର୍ମାଣ କାମରେ ମଧ୍ୟ ହେଉଛି ଓ ଅନେକ ଲୋକ ହଇରାଣ ହେଉଛନ୍ତି। କିଛି ଲୋକ ଭବିଷ୍ୟତରେ କାମ ନ ମିଳିବା ଭୟରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି ବୋଲି ସେ କହିଛନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ସରକାରୀ ଯୋଜନାର ଟଙ୍କା କେଉଁଠି ଯାଉଛି ଓ କେବେ ଏହାର ନିଷ୍ପକ୍ଷ ତଦନ୍ତ ହେବ। ଏହି ଘଟଣା ଉପରେ ତଦନ୍ତ କରି ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀ

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ
Mar 14, 2026150 views

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ ​ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଂଗଠିତ କରିବା ଲକ୍ଷ୍ୟରେ ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି। ଆଜି ଅନୁଷ୍ଠିତ ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେ ଅଭିଜ୍ଞ ସାମ୍ବାଦିକମାନଙ୍କୁ ବିଭିନ୍ନ ପଦପଦବୀ ପାଇଁ ଚୟନ କରାଯାଇଛି। ସଭାପତି: ଅମରେନ୍ଦ୍ର ପଟ୍ଟନାୟକ , ଉପସଭାପତି: ନିଗମାନନ୍ଦ ପଣ୍ଡା ଓ ସୁବ୍ରତ ଦାସ, ସମ୍ପାଦକ ଭାବେ ବିନୋଦ କୁମାର ପଣ୍ଡା, ସହ-ସମ୍ପାଦକ ଭାବେ ସାନ୍ତୁନୁ ପଣ୍ଡା ଓ ଜ୍ୟୋତିରଂଜନ ଗୌଡ଼ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବାପୁନି ସେଠୀ, ଜଗନ୍ନାଥ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ ଏବଂ ବିଶ୍ୱମ୍ବର ଦାସ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ପରିଷଦ ସଭ୍ୟ ଭାବେ ବିଜୟାନନ୍ଦ ତ୍ରିପାଠୀ ଏବଂ ଅଜିତ୍ ଦାସ ନିର୍ବାଚିତ ହୋଇଛନ୍ତି l ସୂଚନା ଅନୁଯାୟୀ, ଜିଲ୍ଲା ସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ମୋଟ ୧୩ଟି ପଦବୀ ମଧ୍ୟରୁ ଆଜି ୧୨ଟି ପଦବୀରେ ସଦସ୍ୟମାନଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ଏହି ସମଗ୍ର ନିର୍ବାଚନ ଓ ଚୟନ ପ୍ରକ୍ରିୟାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କବିରାଜ ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ। ଅତି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି କମିଟି ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ପାତ୍ର ଜିଲ୍ଲାର ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ଏହି ନୂତନ କମିଟି ଡିଜିଟାଲ ସାମ୍ବାଦିକ ମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରାଯାଇଛି। ଖୁବଶୀଘ୍ର ବାକି ରହିଥିବା ଗୋଟିଏ ପଦବୀ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ନିର୍ବାଚନ ଦାୟିତ୍ବ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ ପଲିଟିକାଲ ଖଟି।

Ganjam (ଗଞ୍ଜାମ)ବ୍ୟୁରୋ ରିପୋର୍ଟ, ପାଲିଟିକାଲ ଖଟି, ବ୍ରହ୍ମପୁର

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଅନୁଗୁଳ ଜିଲ୍ଲା କମିଟି ଘୋଷଣା, ସନାତନ ସଭାପତି - ସୁଶୀଲ ସମ୍ପାଦକ ନିର୍ବାଚିତ
Mar 13, 2026487 views

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଅନୁଗୁଳ ଜିଲ୍ଲା କମିଟି ଘୋଷଣା, ସନାତନ ସଭାପତି - ସୁଶୀଲ ସମ୍ପାଦକ ନିର୍ବାଚିତ

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଅନୁଗୁଳ ଜିଲ୍ଲା କମିଟି ଘୋଷଣା, ସନାତନ ସଭାପତି - ସୁଶୀଲ ସମ୍ପାଦକ ନିର୍ବାଚିତ ଭୁବନେଶ୍ୱର: ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଅନୁଗୁଳ ଜିଲ୍ଲା କମିଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା ଘୋଷଣା କରିଛନ୍ତି l ୨୦୨୬-୨୭ ବର୍ଷ ପାଇଁ ରାଜ୍ୟ ପରିଷଦ ସଭ୍ୟ ଭାବେ ଶ୍ରୀ ରୁଦ୍ର ମୋହନ ସାହୁ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ସଭାପତି ଭାବେ ସନାତନ କର, ଉପସଭାପତି ଭାବେ ସୁମନ୍ତ କୁମାର ସାହୁ, ଜିଲ୍ଲା ସମ୍ପାଦକ ଭାବେ ସୁଶୀଲ କୁମାର ଆଇଚ, ସହ-ସମ୍ପାଦକ ପ୍ରିୟବ୍ରତ ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ କୃତିବାସ ନାୟକ, ପ୍ରିୟ ମାଧବ ଦାସ ଓ ସୌଭାଗ୍ୟ ନାୟକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା ଜଣାଇଛନ୍ତି l ନବ ନିର୍ବାଚିତ ସମସ୍ତ ପଦାଧିକାରୀଙ୍କୁ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ତରଫରୁ ଶ୍ରୀ ମନୋଜ ଶତପଥୀ, ରାଜୁ ତିୱାରୀ, ସୁବାସ ଗୁପ୍ତା, ଇନ୍ଦ୍ରାବଳି ମିସ୍ତ୍ରୀ, ହର ହର ଶମ୍ଭୁ କୁମାର ଚୌଧୁରୀ, ଗଣପତି ଦାସ, ତପନ ଦାସ, ଭରତ ଦତ୍ତ ବିଶ୍ୱକର୍ମା, ସନ୍ଦୀପ ଅଗ୍ରୱାଲ, କବିରାଜ ପାତ୍ର, ଜ୍ଞାନ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

Khordha (ଖୋର୍ଦ୍ଧା)Ganapati Dash, Bhubaneswar

ଭଞ୍ଜନଗର RTO ଅଫିସର ବେପରୁଆ କାର୍ଯ୍ୟଶୈଳୀ: ଗୋଟିଏ ଗାଡି ଯାଞ୍ଚ, ଅନ୍ୟ ମାଲିକଙ୍କୁ ₹୧୬,୦୦୦ ଚାଲାଣ!
Mar 13, 2026219 views

ଭଞ୍ଜନଗର RTO ଅଫିସର ବେପରୁଆ କାର୍ଯ୍ୟଶୈଳୀ: ଗୋଟିଏ ଗାଡି ଯାଞ୍ଚ, ଅନ୍ୟ ମାଲିକଙ୍କୁ ₹୧୬,୦୦୦ ଚାଲାଣ!

ଭଞ୍ଜନଗର ଆରଟିଓ ଅଫିସର ଅଦ୍ଭୁତ ଓ ବେପରୁଆ କାର୍ଯ୍ୟଶୈଳୀ ପୁଣିଥରେ ଅଧିକାରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି। ଗୋଟିଏ ଗାଡିକୁ ଯାଞ୍ଚ କରି ଅନ୍ୟ ଜଣେ ନିର୍ଦୋଷ ଗାଡି ମାଲିକଙ୍କୁ ଭାରି ମାତ୍ର ର ଚାଲାଣ ପଠାଇବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ଭଞ୍ଜନଗର ଅଞ୍ଚଳରେ ଆରଟିଓ କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଜଣେ ବାଇକ ଚାଳକଙ୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ସେ ହେଲମେଟ ପିନ୍ଧିନଥିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ସହିତ ମଦ୍ୟପାନ କରି ଗାଡି ଚଳାଉଥିବାର ଅଭିଯୋଗ ଥିଲା । ଏହାପରେ କର୍ମଚାରୀମାନେ ସେହି ଗାଡି ଓ ଚାଳକଙ୍କ ଫଟୋ ନେଇ, ତାଙ୍କର ଚାଲାଣ କାଟିଥିଲେ। କିନ୍ତୁ ଚମତ୍କାର କଥା ହେଉଛି, ଉକ୍ତ ଚାଲାଣଟି ସେହି ଗାଡି ଚାଳକ ବା ମାଲିକ ଙ୍କୁ ନ ପଠାଇ ଅନ୍ୟ ଜଣେ ଗାଡି ମାଲିକଙ୍କୁ ପଠାଯାଇଥିଲା l ସିଧାସଳଖ ₹୧୬,୦୦୦ ଟଙ୍କାର ଚାଲାଣ। ଫଳରେ ନିର୍ଦୋଷ ଗାଡି ମାଲିକ ଅକାରଣରେ ହଇରାଣ ହେବା ସହ ଆରଟିଓ ଙ୍କ କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ପ୍ରଶ୍ନ ଉଠିଛି। ଏପରି ଅବ୍ୟବସ୍ଥା ଓ ଅବହେଳାପୂର୍ଣ୍ଣ କାର୍ଯ୍ୟ ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣାର ସତ୍ୟତା ତୁରନ୍ତ ଯାଞ୍ଚ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l

Ganjam (ଗଞ୍ଜାମ)Bijaya Nanda Tripathy, Political Khati, Bhanjanagar

ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ: ୧୩ରୁ ତିନିଦିନ କଳା-ସଂସ୍କୃତି ର ପର୍ବ
Mar 12, 2026186 views

ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ: ୧୩ରୁ ତିନିଦିନ କଳା-ସଂସ୍କୃତି ର ପର୍ବ

ନୂଆପଡା, ଖଡ଼ିଆଳ : ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ତିଖାଲି ଡ୍ୟାମ୍ ଠାରେ ଆସନ୍ତା ୧୩ ତାରିଖରୁ ୧୫ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଭବ୍ୟ ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବ ମାଧ୍ୟମରେ ଅଞ୍ଚଳର ଲୋକକଳା, ସାହିତ୍ୟ, ଏଇତିହ୍ୟ ଓ ପୁରାତନ ପରମ୍ପରାକୁ ଆଗକୁ ଆଣିବା ସହ ଲୁଚିଯାଉଥିବା ଲୋକ କଳାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରହିଛି । ମହୋତ୍ସବ ପାଇଁ ମଞ୍ଚ ସଜା, ପରିସର ସୁନ୍ଦରୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟୟକୁ ପହଁଚି ସାରିଛି । ଏହାକୁ ନେଇ ଆଜି ସନ୍ଧ୍ୟାରେ ତିଖାଲି ଡ୍ୟାମ୍ ମହୋତ୍ସବ ମଞ୍ଚ ପରିସରରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉପାଧ୍ୟକ୍ଷ ଓ ମହୋତ୍ସବ କମିଟି ସଭାପତି ଗୌତମ ତାଣ୍ଡି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ସାଧାରଣ ସମ୍ପାଦକ ପରମେଶ୍ବର ବାରିକ, ଉପସଭାପତି ରମେଶ ଠାକୁର, ଦଶମୁ ବେହେରା, ଶ୍ୟାମସୁନ୍ଦର କୁଲଦୀପ ଓ କୋଷାଧ୍ୟକ୍ଷ ବାପିନା ସାହୁ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଏଥିସହ ସହ-ସମ୍ପାଦକ ହେରାମ୍ବ ଶବର, କୁନାଲ ଚରଣ ବେହେରା, ନରେଶ ମହାରଥା, ସରପଞ୍ଚ ଜିତୁ କୁମାର, ସରପଞ୍ଚ କୁନୁ ଚରଣ ବେହେରା ଓ ଅନେକ ସଦସ୍ୟ ଓ ସ୍ବେଚ୍ଛାସେବୀ ବୈଠକରେ ଯୋଗଦେଇଥିଲେ । ଏହି ଲୋକ ମହୋତ୍ସବରେ ବିଭିନ୍ନ ଲୋକନୃତ୍ୟ, ଲୋକସଙ୍ଗୀତ, ସାହିତ୍ୟ ସଭା ସହ ମିନାବଜାର ଓ ସ୍ଥାନୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ଏହା ମାଧ୍ୟମରେ ଅଞ୍ଚଳର ପ୍ରତିଭାଶାଳୀ କଳାକାରମାନେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଓ ଲୋକପରମ୍ପରାକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଁଚାଇବାର ଏକ ସୁନ୍ଦର ପ୍ରୟାସ ହେବ ।ମହୋତ୍ସବକୁ ସୁରୁଖୁରୁରେ ଓ ଆକର୍ଷଣୀୟ ଭାବରେ ସମ୍ପନ୍ନ କରିବା ପାଇଁ ସମସ୍ତ ସଦସ୍ୟ ଓ ସ୍ବେଚ୍ଛାସେବୀମାନେ ଏକତ୍ରିତ ଭାବରେ ପ୍ରୟାସ ଜାରି ରଖିଛନ୍ତି । ତିଖାଲି ଡ୍ୟାମ୍ ପରିସରରେ ମଞ୍ଚ ମରାମତି ଓ ସଜା କାମ ମଧ୍ୟ ଶେଷ ପର୍ଯ୍ୟୟକୁ ପହଁଚି ସାରିଥିବାରୁ ଅଞ୍ଚଳରେ ମହୋତ୍ସବ ପାଇଁ ଉତ୍ସାହ ଓ ଆନନ୍ଦର ମହଳ ଦେଖାଯାଉଛି । ଏହି ମହୋତ୍ସବ ଅଞ୍ଚଳର କଳା, ସାହିତ୍ୟ ଓ ସଂସ୍କୃତିକୁ ନୂତନ ମଞ୍ଚ ଦେବା ସହ ଲୁଚିଯାଉଥିବା ଲୋକ କଳାକୁ ବଞ୍ଚାଇ ରଖିବାରେ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହେବ ।

Nuapada (ନୂଆପଡ଼ା)ମଳୟ ମେହେର, ପଲିଟିକାଲ ଖଟି, ଖଡ଼ିଆଳ

ପେଟ୍ରୋଲ ନ ପାଇ ଗ୍ରାହକ ନିରାଶ
Mar 12, 2026234 views

ପେଟ୍ରୋଲ ନ ପାଇ ଗ୍ରାହକ ନିରାଶ

ଲମତାପୁଟ, ୧୧।୩, ଲମତାପୁଟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେଇଛି । ଦୁଇଦିନ ହେବ ଅଞ୍ଚଳରେ ଥ‌ିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ମିଳୁ ନ ଥ‌ିବା ଅଭିଯୋଗ ହୋଇଛି । ବାଇକ୍ ଚାଳକଙ୍କଠାରୁ ଆରମ୍ଭ କରି ବଡ଼ ଗାଡ଼ି ମାଲିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲମତାପୁଟ ଅଞ୍ଚଳର ପେଟ୍ରୋଲ ପମ୍ପ୍ ଖାଁ ଖାଁ ହୋଇପଡିଛି । ଗତ ଦୁଇଦିନ ହେବ ଅଞ୍ଚଳରେ ଥିବା ଫିଲିଂ ଷ୍ଟେସନଗୁଡିକରେ ତେଲ ସରି ଯାଇଛି । ଲୋକେ ଗାଡ଼ି ଧରି ପକେ.ଇବ।କୁ ଆସୁଛନ୍ତି ସତ ହେଲେ ନିରାଶ ହୋଇ ଫେରୁଛନ୍ତି । ପେଟ୍ରୋଲ ଅଭାବରୁ ଅନେକ ଗାଡ଼ି ମଝି ରାସ୍ତାରେ ଅଟକି ରହିଛି । ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି । ଲମତାପୁଟରେ ଦୁଇଟି ପେଟ୍ରୋଲ ପମ୍ପରେ ତେଲ ନ ଥିବାରୁ କଳାବଜାର ମଧ୍ୟ ବୃଦ୍ଧି ପାଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ବାଇକ୍ ଠେଲି ଠେଲି ଲୋକେ ପେଟ୍ରୋଲ ପମ୍ପକୁ ଆସି ବନ୍ଦ ଥିବା ଦେଖ୍ ନିରାଶ ହୋଇପଡୁଛନ୍ତି । ପେଟ୍ରୋଲ ପମ୍ପ୍ ମାଲିକ ମୁହଁ ଖୋଲୁ ନାହାନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ମିଳୁଥିବା ବେଳେ ଲମତାପୁଟ ଅଞ୍ଚଳରେ ଏଭଳି ସ୍ଥିତି କେମିତି ସୃଷ୍ଟି ହୋଇଛି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଲମତାପୁଟ ବ୍ଲକରେ ଥିବା ୩ ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରି ଯାଇଛି । ଅନ୍ୟପଟେ ବ୍ଲକର ବିଭିନ୍ନ ଅଞ୍ଚଳରେ କଳାବଜାର ଦେଖିବାକୁ ମିଳିଛି। ବିଭିନ୍ନ ପେଟ୍ରୋଲ ପମ୍ପରୁ ତେଲ ଆଣି ରାସ୍ତା କଡରେ ବିକ୍ରି କରାଯାଉଥ‌ିବା ଗ୍ରାହକ ଅଭିଯୋଗ କରିଛନ୍ତି । କିଛି ସ୍ଥାନରେ ଡିଜେଲ ମିଳୁଥିବା ଦେଖ‌ିବାକୁ ମିଳିଛି । ଲମତାପୁଟ ଅଞ୍ଚଳରେ ପ୍ରଥମ ଥର ପାଇଁ ପେଟ୍ରୋଲ ସମସ୍ୟା ଦେଖାଯାଇଥିବା ଅଭିଯୋଗ ହେଉଛି ।

Nabarangpur (ନବରଙ୍ଗପୁର)Govinda Tripathy, Political Khati, Lamtaput

ରାଇଘର ଅଞ୍ଚଳର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏସ.ଏଲ.ଏନର ପ୍ରୟାସ
Mar 12, 2026148 views

ରାଇଘର ଅଞ୍ଚଳର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏସ.ଏଲ.ଏନର ପ୍ରୟାସ

ରାଇଘର, ୧୧/୩: ନବରଙ୍ଗପୁର ଜିଲ୍ଲା ଭଳି ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ରେ ଏଠାକାର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ତିଆରି କରିବା ଓ ଏ ଦୁର୍ଗମ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଲବ ଆଣିବା ପାଇଁ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ୧୯୯୦ ମସିହାରେ ଉମରକୋଟ ଠାରେ ଏ ଅଞ୍ଚଳର ବିଶିଷ୍ଟ ସମାଜ ସେବକ ଶ୍ରୀଯୁକ୍ତ ଜୟଦେବ ପରିଡ଼ା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତଥା ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ୍ ପ୍ର ତିଷ୍ଠା କରିଥିଲେ । ଯାହା ଆଜି ଏ ଅଞ୍ଚଳ ପାଇଁ ଏକ ବରଦାନ ସଦୃଶ। ଇଂରାଜୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଦାନ ଦେବା ସହ, ସହ, ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ, ସହିଦ ଲକ୍ଷ୍ମନ ନାୟକ ପବ୍ଲିକ ସ୍କୁଲ ଉମରକୋଟ ଓ ରାଇଘର ଯେଉଁ ପ୍ରଚେଷ୍ଟା ଜାରି ରଖୁଛି, ତାହା ନିହାତି ପ୍ରଶଂସନୀୟ। ଏ ଅଞ୍ଚଳରେ ଏହା ଏକ ମାତ୍ର ଆଇ.ସି.ଆଇ.ସି ବୋର୍ଡ ଦ୍ଵାରା ପରିଚ।ଳିତ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ନର୍ସରୀ ଠାରୁ +୨ ପର୍ଯ୍ୟନ୍ତ ଶିକ୍ଷା ଦାନ ଦିଅଯାଉଅଛି। ଏହା ବ୍ୟକ୍ତିଗତ ଓ ବୌଦ୍ଧିକ ବିକାଶର କେନ୍ଦ୍ର ଅଟେ। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଜୟଦେବ ପରିଡ଼ା, ସେକ୍ରେଟାରୀ ଓମପ୍ରଭା ସାହୁ, କୋଷାଧକ୍ଷା ଶ୍ରୀମତି ସୁଜାତା ମହାନ୍ତି, ନିର୍ଦେଶକ ରଶ୍ମିରଞ୍ଜନ ପରିଡା, ରାଇଘର ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ଜୟତି ବର୍ମା, ତ‌ଥା ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷା ସହ ଶୃଙ୍ଖଳା ଓ ନୈତିକତା ଶିକ୍ଷା ଦେବା ପାଇଁ ସର୍ବଦା ପ୍ରତିଶ୍ରୁତି ବଦ୍ଧ । ଆଜି ଏ ଅଞ୍ଚଳ ପାଇଁ ଏ ଅନୁଷ୍ଠାନ ଏକ ମଣିଷ ତିଆରି ଏ କାରଖାନା ସଦୃଶ ଅଟେ। ଏଠାକାର ବହୁ ଛାତ୍ର ଛାତ୍ରୀ ଆଜି ରାଜ୍ୟ, ଦେଶ ତଥା ବିଦେଶରେ ମଧ୍ୟ ବେଶ୍ ପ୍ରତିଷ୍ଠିତ । ଚଳିତବର୍ଷ ପାଠ୍ୟକ୍ରମ ପାଇଁ ବର୍ତ୍ତମାନ ପିଲାଙ୍କ ନାମଲେଖା ଆରମ୍ଭହୋଇଯାଇଛି।

Nabarangpur (ନବରଙ୍ଗପୁର)Govinda Tripathy, Political khati, Raighar