ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ
Ganjam (ଗଞ୍ଜାମ)ବ୍ୟୁରୋ ରିପୋର୍ଟ, ପାଲିଟିକାଲ ଖଟି, ବ୍ରହ୍ମପୁରMarch 14, 2026106 views

ଗଞ୍ଜାମ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ନୂତନ ଜିଲ୍ଲା କମିଟି ଗଠିତ
ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଂଗଠିତ କରିବା ଲକ୍ଷ୍ୟରେ ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି। ଆଜି ଅନୁଷ୍ଠିତ ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେ ଅଭିଜ୍ଞ ସାମ୍ବାଦିକମାନଙ୍କୁ ବିଭିନ୍ନ ପଦପଦବୀ ପାଇଁ ଚୟନ କରାଯାଇଛି।
ସଭାପତି: ଅମରେନ୍ଦ୍ର ପଟ୍ଟନାୟକ , ଉପସଭାପତି: ନିଗମାନନ୍ଦ ପଣ୍ଡା ଓ ସୁବ୍ରତ ଦାସ, ସମ୍ପାଦକ ଭାବେ ବିନୋଦ କୁମାର ପଣ୍ଡା, ସହ-ସମ୍ପାଦକ ଭାବେ ସାନ୍ତୁନୁ ପଣ୍ଡା ଓ ଜ୍ୟୋତିରଂଜନ ଗୌଡ଼ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବାପୁନି ସେଠୀ, ଜଗନ୍ନାଥ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ ଏବଂ ବିଶ୍ୱମ୍ବର ଦାସ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ପରିଷଦ ସଭ୍ୟ ଭାବେ ବିଜୟାନନ୍ଦ ତ୍ରିପାଠୀ ଏବଂ ଅଜିତ୍ ଦାସ ନିର୍ବାଚିତ ହୋଇଛନ୍ତି l
ସୂଚନା ଅନୁଯାୟୀ, ଜିଲ୍ଲା ସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ମୋଟ ୧୩ଟି ପଦବୀ ମଧ୍ୟରୁ ଆଜି ୧୨ଟି ପଦବୀରେ ସଦସ୍ୟମାନଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ଏହି ସମଗ୍ର ନିର୍ବାଚନ ଓ ଚୟନ ପ୍ରକ୍ରିୟାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କବିରାଜ ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ।
ଅତି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି କମିଟି ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ପାତ୍ର ଜିଲ୍ଲାର ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଆଗାମୀ ଦିନରେ ଏହି ନୂତନ କମିଟି ଡିଜିଟାଲ ସାମ୍ବାଦିକ ମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରାଯାଇଛି। ଖୁବଶୀଘ୍ର ବାକି ରହିଥିବା ଗୋଟିଏ ପଦବୀ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ନିର୍ବାଚନ ଦାୟିତ୍ବ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ ପଲିଟିକାଲ ଖଟି।
