--:--:--
-- ---
Srishti News

Web News

ପି.ଏମ୍. କିଷାନ ଉତ୍ସବ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା,  ଜିଲ୍ଲାର ୧ ଲକ୍ଷ ୪ ହଜାର ୬୬୨ ଜଣ କୃଷକଙ୍କୁ ୨୩ ତମ କିସ୍ତି ପ୍ରଦାନ
Jun 20, 202678 views

ପି.ଏମ୍. କିଷାନ ଉତ୍ସବ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା, ଜିଲ୍ଲାର ୧ ଲକ୍ଷ ୪ ହଜାର ୬୬୨ ଜଣ କୃଷକଙ୍କୁ ୨୩ ତମ କିସ୍ତି ପ୍ରଦାନ

ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ ଜିଲ୍ଲା ଢେଙ୍କାନାଳ, ୨୦.୬- ପି.ଏମ. କିଷାନ ଉତ୍ସବ ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପି.ଏମ୍ କିଷାନ ଉତ୍ସବ ଦିବସ ପାଳନ ଅବସରରେ ପଶ୍ଚିମ ବଙ୍ଗ, ହୁଗୁଳିର ତାରକେଶ୍ଵର ଠାରେ ଆୟୋଜିତ ଉତ୍ସବ ସ୍ଥଳୀରୁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ୩୪.୬ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ୍ କିଷାନ ସମ୍ମାନନିଧି ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ୨୩ ତମ କିସ୍ତି ଡ଼ି. ବି. ଟି. ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଥିରେ ଜିଲାର ୧ଲକ୍ଷ ୪ ହଜାର ୬୬୨ ଜଣ କୃଷକ ଭାଇ ଭଉଣୀ ଏହି କିସ୍ତି ଅର୍ଥରାଶି ପାଇଛନ୍ତି । ଅପରାହ୍ନରେ ଆୟୋଜିତ ଉତ୍ସବରେ ଜିଲା ପରିଷଦର ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ସହିତ ପ୍ରାକୃତିକ ଉପାୟରେ ଜୈବ କୃଷି ପ୍ରତି ଆକୃଷ୍ଟ ହେବାକୁ ଆହ୍ବାନ ଦେଇଥିଲେ । ଏହା ଦ୍ୱାରା ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ଉନ୍ନତି ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସାଂସଦଙ୍କ ପ୍ରତିନିଧି ଶ୍ରୀ ନରେଶ ଚ଼ନ୍ଦ୍ର ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀ ଅରୁଣ କୁମାର ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ କୃଷିର ଉପ-ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ରାଉତ୍ ରାୟ, ସମବାୟ ସମିତି ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ, ଜଳ ବିଭାଜିକାର ପି.ଡ଼ି. ଶ୍ରୀ ସନତ କୁମାର ନାୟକ, ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପ୍ରଭାସ ଚ଼ନ୍ଦ୍ର ବେହେରା, ଫାଉଣ୍ଡେସନ୍ ଅଫ୍ ଇକୋଲୋଜିକାଲ ସିକ୍ୟୁରିଟିର ଡିଷ୍ଟ୍ରିକ୍ଟ କୋଡ଼ିନେଟର ଶ୍ରୀ ପ୍ରଣବ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କୁ ସ୍ୱାଗତ ଜଣାଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜୈବିକ କୃଷିର ମୂଳ ଧାରଣା ଓ ଏହାର ଗୁରୁତ୍ଵ, ମୃତ୍ତିକା ସ୍ଵାସ୍ଥ୍ୟ ପରିଚାଳନା, ଜୈବ ସାର ଓ ଜୈବ କୀଟନାଶକର ବ୍ୟବହାର, ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ ପ୍ରଣାଳୀ ଓ ଉତ୍ପାଦନ ବୃଦ୍ଧି ଏବଂ ବଜାର ସୁଯୋଗ ଦ୍ୱାରା ଉପାର୍ଜନ ବୃଦ୍ଧି ସଂପର୍କରେ ଆଲୋକପାତ କରିଥିଲେ । ପ୍ରାକୃତିକ ପ୍ରଣାଳୀରେ ଜୈବ କୃଷି କାର୍ଯ୍ୟ କଲେ ଉତ୍ପାଦନ ଖର୍ଚ୍ଚ ୭୦ % କମ୍ ହୋଇଥାଏ । କୃଷି ଉତ୍ପାଦ ସ୍ୱାସ୍ଥ୍ୟକର ଏବଂ ଅଧିକ ସ୍ଵାଦଯୁକ୍ତ ହୋଇଥାଏ । ଅଧିକ ରାସାୟନିକ ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇଯାଏ ଏବଂ ପରିବେଷ ନଷ୍ଟ ହୋଇଥାଏ । ଜୈବ ସାର ପ୍ରୟୋଗ ଫଳରେ ମାଟିରେ ଅଣୁଜୀବଙ୍କ ବୃଦ୍ଧି ଘଟିଥାଏ ଏବଂ ମାଟିର ଉର୍ବରତା ବଢ଼ିଥାଏ । ଗୋବର, ଗୋ-ମୂତ୍ର ଓ ଅନ୍ୟାନ୍ୟ ଜୈବ ପଦାର୍ଥ ପ୍ରାୟୋଗ ଦ୍ଵାରା ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ପାଇଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ଫାର୍ମ ପଣ୍ଡ ଦ୍ୱାରା ଜଳସେଚ଼ନ ସହିତ ଜଳସ୍ତର ବୃଦ୍ଧି କରାଯାଇ ପାରିବ ଏଣୁ ଏହାର ନିର୍ମାଣ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । କାମଧେନୁ ଯୋଜନାରେ ୭୦ % ସବ୍‌ସିଡ ମିଳୁଥିବାରୁ ଏହାର ସୁଯୋଗ ନେବା ଗୋପାଳନ ପାଇଁ ପରାମର୍ଶ ଦେଇଛନ୍ତି । ଏହା ଫଳରେ ଆମେ କ୍ଷୀର ପାଇବା ସହ ଜୈବ ସାର ମାଗଣାରେ ପାଇପାରିବା ବୋଲି କହିଥିଲେ । ନିଜ ଜମି ମାଟିକୁ ମାଗଣାରେ ପରୀକ୍ଷା କରାଇ ବିହନ ବିଶୋଧନ କରି ଜୈବ ସାର ବ୍ୟବହାର କରି ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଜୈବ କୃଷି ଉତ୍ପାଦ ସ୍ୱାସ୍ଥ୍ୟ ପ୍ରଦାୟକ ଓ ଆୟୁଷ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ପ୍ରାକୃତିକ ଜୈବ କୃଷି କାର୍ଯ୍ୟ କରି ଅନନ୍ୟ ସଫଳତା ହାସଲ କରିଥିବା କୃଷକ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରିଷ୍ଠ ବୈଜ୍ଞାନିକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନା

ଛାତ ଉଡ଼ିଗଲା, ବାରଣ୍ଡାରେ ପାଠପଢ଼ା : କୁଇମୁଣ୍ଡା ସ୍କୁଲର ଦୁର୍ଦ୍ଦଶା ନେଇ ଉଦବେଗ, ଦୁଇ ମାସ ହେଲା ସମାଧାନ ନାହିଁ, ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ
Jun 20, 202682 views

ଛାତ ଉଡ଼ିଗଲା, ବାରଣ୍ଡାରେ ପାଠପଢ଼ା : କୁଇମୁଣ୍ଡା ସ୍କୁଲର ଦୁର୍ଦ୍ଦଶା ନେଇ ଉଦବେଗ, ଦୁଇ ମାସ ହେଲା ସମାଧାନ ନାହିଁ, ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ବୋଡେ଼ନ: ୨୦/୦୬ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମପଞ୍ଚାୟତର ଉପାନ୍ତ ଅଞ୍ଚଳ କୁଇମୁଣ୍ଡା ଉନ୍ନୀତ ସରକାରୀ ବିଦ୍ୟାଳୟର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ସୋଚନୀୟ ହୋଇପଡ଼ିଛି । ବିଦ୍ୟାଳୟ କୋଠରୀର ଛାତ ନଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠପଢ଼ା କରିବାକୁ ବାଧ୍ୟ ହେଉଥିବା ବେଳେ, ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି । ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ହୋଇଥିବା କାଳବୈଶାଖୀ ଝଡ଼ରେ ବିଦ୍ୟାଳୟର ଆଜବେଷ୍ଟର ଛାତ ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା । ଏହା ପରେ ଗ୍ରାମବାସୀମାନେ ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିନଥିବା ଅଭିଯୋଗ ହେଉଛି । ଏପରି ପରିସ୍ଥିତିରେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଖୋଲା ବାରଣ୍ଡାରେ କ୍ଲାସ ଚାଲୁଥିବାରୁ ଖରା, ବର୍ଷା ଓ ପବନ ମଧ୍ୟରେ ଶିକ୍ଷାଦାନ ପ୍ରକ୍ରିୟା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏହାର ପ୍ରଭାବ ସିଧାସଳଖ ଭାବେ ଶିକ୍ଷାର୍ଥୀଙ୍କ ପାଠପଢ଼ା ଉପରେ ପଡ଼ୁଥିବା ଅଭିଭାବକମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍କୁଲ ଭିତ୍ତିଭୂମି, ଶୌଚାଳୟ, ରୋଷେଇ ଘର, ପାନୀୟ ଜଳ ବ୍ୟବସ୍ଥା ଓ ଶିକ୍ଷାନୁକୂଳ ପରିବେଶ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୁଇମୁଣ୍ଡା ବିଦ୍ୟାଳୟରେ ଏହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲର ଜରୁରୀ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଦି ଖୁବଶୀଘ୍ର ସମସ୍ୟାର ସମାଧାନ ନ ହୁଏ, ତେବେ ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଗଣଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Nuapada (ନୂଆପଡ଼ା)ରିପୋର୍ଟର: କଶ୍ୟପ ଜଗତ, ବୋଡେ଼ନ

ମିର୍ଜାପୁରରେ ସୁନା ଓ ଟଙ୍କା ଚୋରି
Jun 20, 202693 views

ମିର୍ଜାପୁରରେ ସୁନା ଓ ଟଙ୍କା ଚୋରି

ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରା କଳାହାଣ୍ଡି: ଧର୍ମଗଡ ତଥା କୋକସରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଭୁବନେଶ୍ବର ନାଗଙ୍କ ଘରେ ମଧ୍ୟ ଚୋରି ହୋଇଥ‌ିବା ଅଭିଯୋଗ ହୋଇଛି। ସମସ୍ତ ପରିବା ରାତିରେ ଶୋଇଥିବା ବେଳେ ଚୋର ମାନେ କବାଟ ଭାଙ୍ଗି ଘରେ ଥିବା ତିନି ଭରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରି ନେଇଛିନ୍ତି। ଭୁବନେ ଜଣେ ମଜୁରିଆ ଭାବରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି।ଆଗକୁ ପୁଅ ବିବାହ କରିବା ପାଇଁ ସେ କିଛି ସୁନା ଓ ଟଙ୍କା ରଖିଥିଲେ। କିନ୍ତୁ ଚୋର କଳାକନା ବୁଲେଇ ଦେଇଥିବାରୁ ପରିବାର ଚିନ୍ତାରେ ପଡି ଯାଇଛନ୍ତି। ଏହାକୁ ନେଇ ଭୁବନେଶ୍ବର ନାଗ କୋକସରା ଥାନାକୁ ଯାଇ ଚୋରି ହୋଇଥିବା ଲିଖୂତ ଅଭିଯୋଗ କରିଛନ୍ତି ।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରା

ଅସହାୟତାର କରୁଣ କାହାଣୀ, କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ
Jun 20, 2026112 views

ଅସହାୟତାର କରୁଣ କାହାଣୀ, କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ

ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର ଗଞ୍ଜାମ: ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମର ରୋଡ଼ ପାର୍ଶ୍ଵର ଏକ ଭଙ୍ଗା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ତାଳ ଛପର କୁଡିଆରେ ଆଜକୁ ପ୍ରାୟ ୧୫ ବର୍ଷ ହେଲା ବହୁତ କଷ୍ଟରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ । ଅଗଝୋଳ ଗ୍ରାମର ରମେଶ ମୂଲି ଗରିବ ଶ୍ରେଣୀର ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ତାଙ୍କ ପତ୍ନୀ ଓ ଦୁଇଝିଅକୁ ନେଇ ବହୁତ ଅସୁବିଧା ସହ କଷ୍ଟକର ଜୀବନ ଯାପନ କରୁଥିବା ଜଣାପଡିଛି । ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ରହିଥିବା ଯୋଗୁଁ ସବୁ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଖାଇବା, ରହିବା ଓ ପିନ୍ଧିବା ପାଇଁ ନାହିଁ ସଠିକ୍ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯାହାକୁ ନେଇ ବହୁ କଷ୍ଟରେ ଚଳୁଛନ୍ତି, ଅସହାୟ ରମେଶ ମୂଲିଙ୍କ ପରିବାର । ଆଜକୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ପରେ ସରକାର ଗଲାଣି ନା ପଡୁଛି ସରକାର ନା ପଡୁଛି ପ୍ରଶାସନର ନଜର । ଭଞ୍ଜନଗର ବ୍ଲକ ପ୍ରଶାସନ ଏଥୁପ୍ରତି ଦୃଷ୍ଟି ଆକର୍ଷଣ କରି ଅସହାୟ ରମେଶ ମୂଲିଙ୍କ ପରିବାରକୁ ସରକାରୀ ସହାୟତା ଓ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଓ ପରିବାର ପକ୍ଷରୁ ଦାବି କରାଯାଇଛି। ଯଦି ସରକାର ଓ ସ୍ଥାନୀୟ ପ୍ରଶାସନର ନଜର ପଡିବ ତାହେଲେ ନିଶ୍ଚୟ ଭାବେ ପରିବାରଟି ଉଦ୍ଧାର ହୋଇପାରିବ ବୋଲି ଅନୁମାନ କରାଯାଉଛି । ଯଦି ଏହି ପରିବାର ପ୍ରତି ଅବିଚାର କରାଯାଏ ତାହେଲେ ପରିବର୍ତ୍ତନ ଆଣିଥୁବା ଭୋଟରଙ୍କ ଭରସା ନିଶ୍ଚିତ ଭାବେ ହରାଇବେ ରାଜ୍ୟ ସରକାର । ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ଓ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଧର୍ମଗଡ ଉପଖଣ୍ଡ ରକ୍ତଭଣ୍ଡାର ବନ୍ଦକୁ ନେଇ ଜନଅସନ୍ତୋଷ
Jun 20, 2026328 views

ଧର୍ମଗଡ ଉପଖଣ୍ଡ ରକ୍ତଭଣ୍ଡାର ବନ୍ଦକୁ ନେଇ ଜନଅସନ୍ତୋଷ

ରିପୋର୍ଟ: ନିରାକାର ଗୋପାଳ, ସ୍ୱତନ୍ତ୍ର ପ୍ରତିନିଧି, ଧର୍ମଗଡ ଧର୍ମଗଡ: କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାର ବନ୍ଦ କୁ ନେଇ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରେ ଜନ ଅସନ୍ତୋଷ ଓ ଉଦବେଗ ପ୍ରକାଶ ପାଉଛ, ଉକ୍ତ ରକ୍ତଭଣ୍ଡାର କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାପାଇଁ ବିଜୁ ଜନତା ଦଳ ଧର୍ମଗଡ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ୨୦୦୪ମସିହାରେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଉଦ୍ୟମରେ ଉକ୍ତ ରକ୍ତଭଣ୍ଡାର ନିର୍ମାଣ ହୋଇଥିଲା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ, ଫଳରେ ଧର୍ମଗଡ ଉପଖଣ୍ଡ ର ଧର୍ମଗଡ, କୋକସରା, ଜୟପାଟଣା, କଳମପୁର, ଜୁନାଗଡ଼, ଗୋଲାମୁଣ୍ଡା ବ୍ଲକ ଓ ପଡୋଶୀ ନୂଆପଡା,ନବରଙ୍ଗପୁର ଜିଲ୍ଲା ତଥା ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳର ହଜାର ହଜାର ରୋଗୀ ଧର୍ମଗଡ଼ ଉପଖଣ୍ଡ ରକ୍ତଭଣ୍ଡାର ଉପରେ ନିର୍ଭର କରୁଥିଲେ କିନ୍ତୁ ଗତ ୬ତାରିଖ ଦିନ ଠାରୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିରୀକ୍ଷଣ ରେ ଆସି ରକ୍ତଭଣ୍ଡାର ର ଆବଶ୍ୟକୀୟ ଦଲିଲପତ୍ର ଦାଖଲ ହୋଇନଥିବାରୁ ରକ୍ତଭଣ୍ଡାର ବନ୍ଦ କରିଦେଥିବା ଉପଖଣ୍ଡ ଚିକିତ୍ସାଧୀକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯାହାଫଳରେ ସ୍ୱାସ୍ଥ୍ୟ ବିଭାଗ ର ଅବହେଳା କୁ ପଦାରେ ପକାଇଦେଛି,ଜରୁରୀ କାଳୀନ ଚିକିତ୍ସା ପାଇଁ ରକ୍ତ ମିଳୁନଥିବାରୁ ଆଜି କୋକସରା ଥାନା ଛତା ଗହିରା ଗ୍ରାମର ପ୍ରିୟାଂଶୁ ଦୁର୍ଗା ନାମକ ଏକ ତିନି ବର୍ଷ ର ଶିଶୁ କୁ ଭବାନୀପାଟଣା ଡାକ୍ତରଖାନା ରେଫର କରାଯାଇଥିଲା ଫଳରେ ଠିକ ସମୟରେ ରକ୍ତ ମିଳିପାରିନଥିବାରୁ ସେଠାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି, ଏଣୁ ବନ୍ଦ କରିଦେଇଥିବା ରକ୍ତଭଣ୍ଡାରକୁ ପୁନଃ ଚାଲୁକରିବାରେ ଦୃଢ଼ ପଦକ୍ଷେପ ନେବାକୁ ବିଜେଡି ଧର୍ମଗଡ ପକ୍ଷରୁ ଦାବି ହେଉଛି ନଚେତ ଆଗାମୀଦିନରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି, ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବ୍ଲକ ସଭାପତି ଡାକେ ଲହଜଳ, ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଳ,ରାଜ୍ୟ ସମ୍ପାଦିକା ହୀରା ବାଗ,ପୂର୍ଵ ସମାଜ କଲ୍ୟାଣ ବୋର୍ଡ ଅଧ୍ୟାକ୍ଷା କଲ୍ୟାଣୀ ନାଏକ, ସନ୍ତୋଷ ପାଢୀ, ଜାଗା ସାହୁ, ଧନିରାମ ଗୋପାଳ, ରତନ ନାଏକ, ପ୍ରମୋଦ ହଂସ,ଆଇନ ଜୀବି ରାଜେନ୍ଦ୍ର ମୁନି,ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ନାଏକ, ପିଣ୍ଟୁ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ

Kalahandi (କଳାହାଣ୍ଡି)ରିପୋର୍ଟ: ନିରାକାର ଗୋପାଳ, ସ୍ୱତନ୍ତ୍ର ପ୍ରତିନିଧି, ଧର୍ମଗଡ

ଓଡିଶା ଶିଳ୍ପ ସଂଘର କ୍ୱାଲିଟି ସମ୍ପର୍କିତ କର୍ମଶାଳା, ଓଡ଼ିଶା ଶିଳ୍ପ ସଂଘରେ ବି.ଆଇ.ଏସ ର ଟେଷ୍ଟିଙ୍ଗ ଲ୍ୟାବକୁ ଗୁରୁତ୍ୱ !
Jun 20, 2026190 views

ଓଡିଶା ଶିଳ୍ପ ସଂଘର କ୍ୱାଲିଟି ସମ୍ପର୍କିତ କର୍ମଶାଳା, ଓଡ଼ିଶା ଶିଳ୍ପ ସଂଘରେ ବି.ଆଇ.ଏସ ର ଟେଷ୍ଟିଙ୍ଗ ଲ୍ୟାବକୁ ଗୁରୁତ୍ୱ !

ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ ଜଗତପୁର,:ଭାରତ ସରକାରଙ୍କ ଏମ୍.ଏସ.ଏମ.ଇ.ଡି.ଏଫ୍. ଓ ଏବଂ ବି. ଆଇ.ଏସ୍. ମିଳିତ ସହଯୋଗରେ କ୍ୱାଲିଟୀ ସମ୍ପର୍କିତ ଏକ କର୍ମଶାଳା ଓଡ଼ିଶା ଶିଳ୍ପ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ଉକ୍ତ କର୍ମଶାଳାରେ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | କ୍ଷୁଦ୍ର ଶିଳ୍ପର ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା ଏବଂ ଏହାକୁ ମାପିବାର ଆବଶ୍ୟକତାକୁ ଶ୍ରୀ କାନୁନଗୋ ଅତି ସରଳ ଭାବରେ ବୁଝାଇବା ସହ ଭାରତରେ ପ୍ରସ୍ତୁତ ସମସ୍ତ ସାମଗ୍ରୀର ଗୁଣବତ୍ତାର ମାନକ ଧାର୍ଯ୍ୟ କରିବା ଏବଂ ତାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ବି.ଆଇ.ଏସ୍. ହେଉଛି ଭାରତ ସରକରଙ୍କ ଏକ ପ୍ରମୁଖ ସଂସ୍ଥା ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଏମ୍.ଏସ.ଏମ.ଇ.ଡି.ଏଫ୍. ଓ ଏବଂ ବି. ଆଇ.ଏସ୍. ର ଓଡ଼ିଶା ଡାଇରେକ୍ଟର ପି. କେ. ଗୁପ୍ତା ଯୋଗଦେଇ କ୍ଷୁଦ୍ର ଶିଳ୍ପରେ ଗୁଣବତ୍ତାର ମାନକ ବଜାୟ ରଖିବାର ଆବଶ୍ୟକତାକୁ ଆଲୋକପାତ କରିଥିଲେ । ସେଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବି.ଆଇ.ଏସ୍. ର କଲିକତା ସ୍ତିତ ରିଜିଓନାଲ ଅଫିସର ସିନିୟର୍ ଡାଇରେକ୍ଟର ଶୁଭଦୀପ ବସୁ ଯୋଗଦେଇ ଆଜିର ଦୁନିଆରେ କ୍ୱାଲିଟୀ ର ଆବଶ୍ୟକତା ଏବଂ ବିଶ୍ୱ ବଜାରରେ ବି.ଈଇ.ଏସ୍. ର ମାନ୍ୟତା ବିଷୟରେ ସବିଶେଷ ଆଲୋଚନା କରିଥିଲେ। ସାରା ପୃଥିବୀରେ ଭାରତ ତିଆରି ଜିନିଷ ର ଚାହିଦାକୁ ବଢ଼ାଇବା ପାଇଁ ଗୁଣବତ୍ତା ବା କ୍ୱାଲିଟୀ ହେଉଛି ମୁଖ୍ୟ ଆବଶ୍ୟକତା ଏବଂ ଏହି କ୍ୱାଳିଟୀ କୁ ପରଖିବା ପାଇଁ ଆବଶ୍ୟକ ବି.ଆଇ.ଏସ୍. ମାନର ଲ୍ୟାବ ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ଏହାକୁ ପୂରଣ କରିବା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ମାନଙ୍କ ପାଇଁ କଷ୍ଟସାଧ୍ୟ । ଏହି ଆବଶ୍ୟକତା କୁ ପୂରଣ କରିବା ପାଇଁ ଭାରତ ସରକାର ଙ୍କ ତରଫରୁ ବି.ଆଇ.ଏସ୍. ସହଯୋଗରେ ଓଡ଼ିଶା ଶିଳ୍ପ ସଂଘରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମନ ଟେଷ୍ଟିଙ୍ଗ ଲ୍ୟାବ ପ୍ରତିଷ୍ଠା କରାଗଲେ କ୍ଷୁଦ୍ର ଶିଳ୍ପଦ୍ୟୋଗୀମାନେ ବହୁତ କମ ଖର୍ଚରେ ସେମାନଙ୍କ ତିଆରି ଜିନିଷର କ୍ୱାଲିଟୀ ଟେଷ୍ଟ କରିପାରିବେ ବୋଲି ଶ୍ରୀ ବସୁ କହିଥିଲେ | ସେହିପରି ବି.ଆଇ.ଏସ୍. ଭୁବନେଶ୍ଵର ସ୍ଥିତ ଶାଖା ଡାଇରେକ୍ଟର ଅକ୍ଷୟ କୁମାର ପୁରୋହିତ ସମ୍ମାନୀତ ଅତିଥି ଭାବେ ଯୋଗଡେଇ ସମସ୍ତ ଶିଳ୍ପଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ କରିବା ସହିତ ଉତ୍ପାଦିତ ସମସ୍ତ ଜିନିଷର ଗୁଣବତ୍ତା ନିୟନ୍ତ୍ରଣ ରଖିବାରେ ସରକାର ଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ୱ ଶିଳ୍ପଦ୍ୟୋଗୀ ଏବଂ କଟକ ସ୍ଥିତ ଅନ୍ୟ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଶିଳ୍ପ ସଂଘ ପୂର୍ବତନ ସମ୍ପାଦକ ଗୌର ଗୋପାଳ ସେନ ମଞ୍ଚ ପରିଚାଳନା କରିଥିଲେ | ଶିଳ୍ପ ସଂଘ ଉପସଭାପତି ବିନୋଦ ଭୂତ୍, ସମ୍ପାଦକ ଦେବେନ୍ଦ୍ର ଶର୍ମା, ସୁଭ୍ରକାନ୍ତ ପଣ୍ଡା, ଅଜୟ ପଣ୍ଡା, ଅଶୋକ ସାହୁ, ରମା ବଲ୍ଲଭ ନାୟକ, ବିପିନ ଦଣ୍ଡପାଟ, ପ୍ରଶାନ୍ତ ମହାପାତ୍ର, ଅରୁଣ ବାଗେଡିଆ, ସୁଧାକର ସ୍ୱାଇଁ, ଶାଶ୍ୱତ ଜେନା, ଅକ୍ଷୟ ଜେନା, ପ୍ରିୟ ରଞ୍ଜନ ମହାନ୍ତି, ନିହାର କୁମାର ଭୂୟାଁ, ଅନିଲ ଜୈନ, ସୁଶାନ୍ତ କୁମାର ମଲ୍ଲିକ, ଅଭିଳାଶ ଦାସ ପ୍ରମୁଖ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ | ଶେଷରେ ବେଳେ ସଂଘ ସଭାପତି ରାଜେଶ କାନୁନଗୋ ଧନ୍ୟବାଦ୍ ଅର୍ପଣ କରିବା ସହ ଉତ୍ପାଦିତ ସାମଗ୍ରୀ ର ଉନ୍ନତ ଗୁଣବତ୍ତା ହିଁ ଭାରତକୁ ବିଶ୍ୱ ବଜାରରେ ଅଗ୍ରଣୀ କରିପାରିବ ବୋଲି କହିଥିଲେ।

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ
Jun 20, 2026137 views

ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣା କଳାହାଣ୍ଡି- ଜୟପାଟଣା: ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି l କାମ ନକରି ସ୍ଥାନୀୟ ADEO ସରପଞ୍ଚ ଏବଂ PEO ମିଳିତ ଭାବରେ ବିଲ ହଡ଼ଫ୍ କରିଥିବା ଅଭିଯୋଗ ଆସୁଛି । ହଁ ଆଜ୍ଞା ଏଭଳି ଦୁର୍ନୀତି ଅଭିଯୋଗ ଆସିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଗ୍ରାମପଞ୍ଚାୟତର ଲୁହବୁହା ଠାରୁ କଦଲୀବାହାଲି ରାସ୍ତା ଉନ୍ନତି କାରଣ ପ୍ରକଳ୍ପରେ । ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନା ର ପାଞ୍ଚ ଲକ୍ଷ ଟଙ୍କା ପାଣ୍ଠି ରହିଥିବା ବେଳେ ୩ ଲକ୍ଷ ୬୨ ହଜାର ୯୧୦ ଟଙ୍କା କେବଳ ଶ୍ରମିକ ନିୟୋଜିତ କରି ତାଙ୍କ ଜବକାର୍ଡ ମାଧ୍ୟମରେ ମଜୁରୀ ଦେବା ବଦଳରେ , କାମ ନକରି କେତେକ ଜବକାର୍ଡ ହିତାଧିକାରୀଙ୍କୁ କିଛି ପଇସା ଦେଇ NMMS ଦ୍ୱାରା ପଇସା ପକାଇ ହଡ଼ଫ୍ କରିଥିବା ଜଣାପଡ଼ିଛି। ଖାଲି ସେତିକି ନୁହଁ ୧ ଲକ୍ଷ୍ୟ ୩୯ ହଜାର ୯0 ଟଙ୍କା ସାମଗ୍ରୀ ଅଂଶ ରହିଥିବା ବେଳେ ଏହାର କୌଣସି କାମ ନକରି ରାତି ଅଧରେ ମୁରୁମ୍ ଟିକେ ଟିକେ JCB ମେସିନ୍ ବ୍ୟବହାର କରି ସ୍ପ୍ରେଡ କରିଥିବା ଜଣାପଡ଼ିଛି । ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ଗଲେ କୌଣସି ରାସ୍ତା କାମ କରାଯାଇ ନାହିଁ, ଭଲରେ ରାସ୍ତା ତିଆରି କରାଯାଉ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏନେଇ ସରକାର ଏବଂ ପ୍ରଶାସନ ପକ୍ଷରୁ କେବେ ଦୃଷ୍ଟି ଦେବେ କିମ୍ବା ଦୁର୍ନୀତି କୁ ଘଣ୍ଟ ଘୋଡାଇ ରଖିବେ ତାହା ଦେଖିବାକୁ ବାକି ରହିଲା।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣା

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ
Jun 20, 2026107 views

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ପ୍ରାୟ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣ ପୁରୁଷଙ୍କୁ ପୋଲିସ କାବୁ କରି ପଚରାଉଚରା ଜାରି ରଖିଛି। ଜବତ ସାମଗ୍ରୀ ଓ ନଗଦ ଟଙ୍କାର ଉତ୍ସ ନେଇ ତଦନ୍ତ ଚାଲିଥିବା ବେଳେ, ବ୍ରାଉନ ସୁଗାର କାରବାର ସହ ଜଡିତ ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି ଚଢ଼ାଉକୁ ଅନୁଗୋଳ ପୋଲିସର ନିଶା କାରବାର ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ପୋଲିସର ବ୍ୟାପକ ଯାଞ୍ଚ ଅଭିଯାନ
Jun 20, 2026124 views

ଅନୁଗୋଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ପୋଲିସର ବ୍ୟାପକ ଯାଞ୍ଚ ଅଭିଯାନ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏବଂ ସାର୍ବଜନୀନ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସଗୁଡ଼ିକରେ ଏକ ବ୍ୟାପକ ଯାଞ୍ଚ ଅଭିଯାନ ଚାଲାଯାଇଛି। ଏହି ଅଭିଯାନ ସମୟରେ ପୋଲିସ ଦଳ ପକ୍ଷରୁ ବାସିନ୍ଦାଙ୍କ ପରିଚୟପତ୍ର, ରେଜିଷ୍ଟର ଏଣ୍ଟ୍ରି ଏବଂ ରହଣୀ ସମ୍ପର୍କିତ ତଥ୍ୟର ଘନିଷ୍ଠ ଯାଞ୍ଚ କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ହୋଟେଲ ଓ ଲଜ୍ ପରିଚାଳକମାନଙ୍କୁ ସମସ୍ତ ଅତିଥିଙ୍କ ସଠିକ୍ ତଥ୍ୟ ସଂରକ୍ଷଣ ଓ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଅପରାଧ ପ୍ରତିରୋଧ, ଆଇନ-ଶୃଙ୍ଖଳା ସୁଦୃଢ଼ କରିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାତ୍ରପୁର ବ୍ଲକ ଆଙ୍କୁଲିରେ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ
Jun 20, 202673 views

ପାତ୍ରପୁର ବ୍ଲକ ଆଙ୍କୁଲିରେ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ

କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ​ପାତ୍ରପୁର:(ଚିକିଟି )ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମାଆ ଏବଂ ଏକ ବର୍ଷରୁ କମ୍ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ପାତ୍ରପୁର ବ୍ଲକର ଆଙ୍କୁଲି ପରି ଏକ ଦୁର୍ଗମ ଅଞ୍ଚଳରେ ଆୟୋଜିତ 'ବ୍ଲକ ସ୍ତରୀୟ ନିରୀକ୍ଷଣ ସାଥୀ' କାର୍ଯ୍ୟକ୍ରମରେ ଯୋଗ ଦେଇ ଚିକିଟିର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ "ମାଗଣା ଅଟୋ ଆମ୍ବୁଲାନ୍ସ" ସେବାର ଶୁଭ ଉଦ୍ଘାଟନ କରିଛନ୍ତି । ରାସ୍ତାଘାଟ ସମସ୍ୟା ଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ଜରୁରୀକାଳୀନ ସମୟରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଏହି ଅଟୋ ଆମ୍ବୁଲାନ୍ସ ବେଶ ସହାୟକ ହେବ । କାର୍ଯ୍ୟକ୍ରମରେ ଗର୍ଭବତୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟକ୍ତି ଯେପରି ଅବହେଳିତ ନହୁଅନ୍ତି, ତାହାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ମାଗଣା ଅଟୋ ଆମ୍ବୁଲାନ୍ସ ସେବା ସ୍ଥାନୀୟ ଅଧିବାସୀଙ୍କ ପାଇଁ ଏକ ବଡ଼ ସହାୟତା ହେବ । ​ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ସସ୍ମିତା ପ୍ରଧାନ ପାଲା ଗାୟିକା ସମ୍ମାନିତ ହେବାର କିଛି ଦୃଶ୍ୟ
Jun 20, 2026161 views

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ସସ୍ମିତା ପ୍ରଧାନ ପାଲା ଗାୟିକା ସମ୍ମାନିତ ହେବାର କିଛି ଦୃଶ୍ୟ

ରିପୋର୍ଟ,- କୈଳାଶ ଚନ୍ଦ୍ର ବଳ ସସ୍ମିତା ପ୍ରଧାନ (ବଲ୍) ପାଲା ଗାୟିକା,ହେଉଛନ୍ତି, ଜଣେ କେନ୍ଦ୍ରାପଡା ଜିଲ୍ଲା, ରାଜନଗର ବ୍ଲକ,ଘଡିଆମାକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ,ସେ ଛୋଟ ବେଳୁ ସଂଗୀତ ପ୍ରତି ଦୁର୍ବଳତା ଥିଲା,କାଳକ୍ରମେ ସେ ପାଲା ଗାଇବା ପାଇଁ ଇଚ୍ଛା ପ୍ରକଷ୍ଟ କରି,ପାଲା ଗୁରୁ ଙ୍କୁ ଠାରୁ ପାଲା ଶିକ୍ଷା ଗ୍ରହଣ କରିଥିଲେ,ପ୍ରଥମ ଗୁରୁ ସେହି ମାଟିର ଯୋଗ୍ୟସନ୍ତାନ ଯାହାଙ୍କ ଘର ହେଉଛି ଡାଙ୍ଗମାଳ ଗ୍ରାମ ନିବାସୀ ନିରଞ୍ଜନ ନାୟକ ସେବୀ ଜଣେ ପାଲା ଗାୟକ,ଦ୍ୱିତୀୟ ଗୁରୁ ହେଉଛନ୍ତି ଯାଜପୁର ଜିଲ୍ଲା ଛତିଆ ଗ୍ରାମ ରମେଶ ଚନ୍ଦ୍ର ପ୍ରଧାନ, ତୃତୀୟ ଗୁରୁ ଜଗତସିଂପୁର ଜିଲ୍ଲା ର ଗୋପିନାଥପୂର୍ ବାଣୀବିନୋଦ ପ୍ରସନ୍ ପଟ୍ଟନାୟଙ୍କଠାରୁ ସିଶ୍ଵତ୍ ଗ୍ରହଣ କରି ,ଆଜି ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରେ କଲିକତା,ବମ୍ବେ, ଝାରଖଣ୍ଡ,ଦିଲ୍ଲୀ,ଗୋଆ,ରେ ମଧ୍ୟ ପାଲା ପରିବେଷଣ କରି ଦର୍ଶକମାନ ମନମୁଗ୍ଧକର କରି ପାରିଛନ୍ତି, ଏମିତିକି ରାଜ୍ୟ,ଜିଲ୍ଲା, ଅଭିବ୍ୟକ୍ତ କଟକ ଜିଲ୍ଲା, କୋଣ ଅନୁକୋଣରେ ପାଲା ପରିବେଷଣ କରି ସୁନାମ ଅର୍ଜନ କରିଥିବା ଆମ ମାଟି ର ଝିଅ,ଏବଂ ବୋହୂ,ମାନପତ୍ର ପାଇବା ସହିତ ଟ୍ରଫି ମଧ୍ୟ ପାଇ ପଟ୍ଟାମୁଣ୍ଡାଇ ପାଇଁ ଗର୍ବ ଗୌରବ ହୋଇପାରିଛନ୍ତି,

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ,- କୈଳାଶ ଚନ୍ଦ୍ର ବଳ

ଆଖଣ୍ଡଳମଣିଙ୍କ  ଶିବବିବାହ ଦର୍ଶନ ପାଇଁ ୩୦ହଜାର ଭକ୍ତଙ୍କ ସମାଗମ
Jun 20, 2026105 views

ଆଖଣ୍ଡଳମଣିଙ୍କ ଶିବବିବାହ ଦର୍ଶନ ପାଇଁ ୩୦ହଜାର ଭକ୍ତଙ୍କ ସମାଗମ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ି ଭଦ୍ରକ :ଆରଡି ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗଦେଇଛନ୍ତି। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗୋଳମୂର୍ତ୍ତୀ ଦର୍ଶନ ପାଇଁ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ମଧ୍ଯରାତ୍ରରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯୁଗୋଳମୂର୍ତ୍ତୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ଭାବେ କନ୍ଯାପିତା ଵିଚିତ୍ର ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବଣ୍ଯାଢ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ଯ ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଁଚିବା ପରେ ବ୍ରାହ୍ମଣ ଓ ଜ୍ଯୋତିଷ୍ଯଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା। ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ଯ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ଯ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ଯ, କଲିକତା ମେଦିନପୁରର ମୟୁରଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯ, ଦେବଗଣଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ଯକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ବର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସଂଧ୍ଯା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ଯ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ହଜାରହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା। ଏଥିସହ ବାବାମଣି ଡିଗ୍ରୀ ମହାବିଦ୍ଯାଳୟର ଅଧ୍ଯାପକ ବିଜୟ କୁମାର ଦାଶଙ୍କ ତ୍ବତାବୋଧନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପିରାହାଟର ପ୍ରଦେଶ ସେବା ସଂଗଠନ, ସତ୍ଯସାଇ ସେବା ସଂଗଠନ, ଜିଲା ରକ୍ତ ସଂଗଠନ, ଜଗାଚାକର ସଂଘ ଆଦି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ି