ଅସହାୟତାର କରୁଣ କାହାଣୀ, କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗରJune 20, 202670 views

ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର
ଗଞ୍ଜାମ: ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମର ରୋଡ଼ ପାର୍ଶ୍ଵର ଏକ ଭଙ୍ଗା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ତାଳ ଛପର କୁଡିଆରେ ଆଜକୁ ପ୍ରାୟ ୧୫ ବର୍ଷ ହେଲା ବହୁତ କଷ୍ଟରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ । ଅଗଝୋଳ ଗ୍ରାମର ରମେଶ ମୂଲି ଗରିବ ଶ୍ରେଣୀର ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ତାଙ୍କ ପତ୍ନୀ ଓ ଦୁଇଝିଅକୁ ନେଇ ବହୁତ ଅସୁବିଧା ସହ କଷ୍ଟକର ଜୀବନ ଯାପନ କରୁଥିବା ଜଣାପଡିଛି । ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ରହିଥିବା ଯୋଗୁଁ ସବୁ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଖାଇବା, ରହିବା ଓ ପିନ୍ଧିବା ପାଇଁ ନାହିଁ ସଠିକ୍ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯାହାକୁ ନେଇ ବହୁ କଷ୍ଟରେ ଚଳୁଛନ୍ତି, ଅସହାୟ ରମେଶ ମୂଲିଙ୍କ ପରିବାର । ଆଜକୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ପରେ ସରକାର ଗଲାଣି ନା ପଡୁଛି ସରକାର ନା ପଡୁଛି ପ୍ରଶାସନର ନଜର । ଭଞ୍ଜନଗର ବ୍ଲକ ପ୍ରଶାସନ ଏଥୁପ୍ରତି ଦୃଷ୍ଟି ଆକର୍ଷଣ କରି ଅସହାୟ ରମେଶ ମୂଲିଙ୍କ ପରିବାରକୁ ସରକାରୀ ସହାୟତା ଓ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଓ ପରିବାର ପକ୍ଷରୁ ଦାବି କରାଯାଇଛି। ଯଦି ସରକାର ଓ ସ୍ଥାନୀୟ ପ୍ରଶାସନର ନଜର ପଡିବ ତାହେଲେ ନିଶ୍ଚୟ ଭାବେ ପରିବାରଟି ଉଦ୍ଧାର ହୋଇପାରିବ ବୋଲି ଅନୁମାନ କରାଯାଉଛି । ଯଦି ଏହି ପରିବାର ପ୍ରତି ଅବିଚାର କରାଯାଏ ତାହେଲେ ପରିବର୍ତ୍ତନ ଆଣିଥୁବା ଭୋଟରଙ୍କ ଭରସା ନିଶ୍ଚିତ ଭାବେ ହରାଇବେ ରାଜ୍ୟ ସରକାର । ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ଓ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।
