ଆଖଣ୍ଡଳମଣିଙ୍କ ଶିବବିବାହ ଦର୍ଶନ ପାଇଁ ୩୦ହଜାର ଭକ୍ତଙ୍କ ସମାଗମ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ିJune 20, 202674 views

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ି
ଭଦ୍ରକ :ଆରଡି ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗଦେଇଛନ୍ତି। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗୋଳମୂର୍ତ୍ତୀ ଦର୍ଶନ ପାଇଁ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ମଧ୍ଯରାତ୍ରରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯୁଗୋଳମୂର୍ତ୍ତୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ଭାବେ କନ୍ଯାପିତା ଵିଚିତ୍ର ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବଣ୍ଯାଢ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ଯ ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଁଚିବା ପରେ ବ୍ରାହ୍ମଣ ଓ ଜ୍ଯୋତିଷ୍ଯଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା। ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ଯ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ଯ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ଯ, କଲିକତା ମେଦିନପୁରର ମୟୁରଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯ, ଦେବଗଣଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ଯକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ବର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସଂଧ୍ଯା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ଯ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ହଜାରହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା। ଏଥିସହ ବାବାମଣି ଡିଗ୍ରୀ ମହାବିଦ୍ଯାଳୟର ଅଧ୍ଯାପକ ବିଜୟ କୁମାର ଦାଶଙ୍କ ତ୍ବତାବୋଧନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପିରାହାଟର ପ୍ରଦେଶ ସେବା ସଂଗଠନ, ସତ୍ଯସାଇ ସେବା ସଂଗଠନ, ଜିଲା ରକ୍ତ ସଂଗଠନ, ଜଗାଚାକର ସଂଘ ଆଦି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।
