--:--:--
-- ---
Srishti News

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 20, 2026112 views
ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ପ୍ରାୟ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣ ପୁରୁଷଙ୍କୁ ପୋଲିସ କାବୁ କରି ପଚରାଉଚରା ଜାରି ରଖିଛି। ଜବତ ସାମଗ୍ରୀ ଓ ନଗଦ ଟଙ୍କାର ଉତ୍ସ ନେଇ ତଦନ୍ତ ଚାଲିଥିବା ବେଳେ, ବ୍ରାଉନ ସୁଗାର କାରବାର ସହ ଜଡିତ ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି ଚଢ଼ାଉକୁ ଅନୁଗୋଳ ପୋଲିସର ନିଶା କାରବାର ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।