Web News

Mysterious Illness Leaves Nuapada Mason Bedridden; Family Appeals for Government Assistance
Komna, June 20 A 32-year-old mason from Dharmapur village under Tarbod Gram Panchayat in Komna Block of Nuapada district has been left bedridden due to a prolonged and unidentified illness, pushing his family into severe financial distress. The family has appealed to the government for urgent medical and financial assistance. According to reports, Jaylal Kharsel (32), the sole earning member of his family, has been suffering from a serious ailment affecting his left leg for the past several years. Despite undergoing treatment at multiple hospitals and spending all available resources, his condition has not improved. Jaylal lives with his wife Jema Kharsel (27) and their two sons, Rajendra (8) and Digambar (5). He earned his livelihood as a mason and supported his family through daily labor work. The health crisis began in November 2021, when a wound developed on the big toe of his left foot. He initially sought treatment at the Tarbod Primary Health Centre and later at the District Headquarters Hospital. As his condition failed to improve, he was admitted to Thomas Hospital, Khariar Road, where doctors amputated the affected toe. Following the surgery, he recovered and resumed work. Due to a lack of employment opportunities in the area, Jaylal later migrated to Tamil Nadu for work as a mason. However, in December 2025, another wound appeared on a different toe of the same foot. The affected toe was amputated at the District Headquarters Hospital on April 3, 2026. Despite the surgeries, the infection reportedly spread further, reaching up to his knee and rendering his left leg almost completely immobile. He subsequently received treatment at Goras Hospital, Nuapada, and later at a private hospital in Mahasamund, Chhattisgarh, but without significant improvement. Today, Jaylal is unable to walk or work, leaving the family without a source of income. His wife is struggling to care for her husband and two young children. The family now survives largely on the 20 kilograms of rice provided through the ration card scheme. Family members stated that they have already mortgaged their land, gold ornaments, and household utensils to bear the mounting medical expenses. With no savings left, even arranging daily meals has become a challenge. Given their poor economic condition, the family has requested the government to provide financial aid, disability pension, and advanced medical treatment so that Jaylal can receive proper healthcare and the family can overcome its current hardship.
Nuapada (ନୂଆପଡ଼ା) • Reporter: Girendra Kumar Jagat

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଜନକଲ୍ୟାଣ ଶିବିର
ଟିଟିଲାଗଡ଼: ଟିଟିଲାଗଡ଼ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜନକଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥିରୂପେ ଟିଟିଲାଗଡ଼ ବିଧାୟକଙ୍କ ପଞ୍ଚାୟତ ପ୍ରତିନିଧି ଗୌରଚନ୍ଦ୍ର ହେର୍ଣ୍ଣା ଓ ସବନ ପୋଢ଼ ଯୋଗଦାନଦେଇ ଦୀପ ପ୍ରଜ୍ବଳନ କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ରାଜ୍ୟ ସରକାରଙ୍କ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଜନକଲ୍ୟାଣ ଯୋଜନା ଉପରେ ଅତିଥିମାନେ ଆଲୋକପାତ କରିଥିଲେ l ପରେ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ସାମିଲଥିବା ହିତାଧିକାରୀଙ୍କୁ କାର୍ଡ ସହିତ ଫ୍ରି ଚାଉଳ ବଣ୍ଟନ କରାଯିବା ସହିତ ଆବାସ ଯୋଜନାରେ ସାମିଲଥିବା ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ତିନିଦିନଧରି ଚାଲିବ l ଏହା ୨୨ତାରିଖ ରୁ ୨୪ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ବଣ୍ଟନ କାର୍ଯ୍ୟକ୍ରମ ରହିବ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଆରଏସ ମହେନ୍ଦ୍ର ଧରୁଆ, ସେଲସମ୍ୟାନ କୃପାସିନ୍ଧୁ ଗହୀର ଏବଂ ପଞ୍ଚାୟତ କାର୍ଯ୍ୟାଳୟର କର୍ମକର୍ତ୍ତା ସମୂହ ସହଯୋଗ କରିଥିଲେ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ୱାର୍ଡ ମେମ୍ବର, ଏମବିକେ, ସିଆରପି, ଅଙ୍ଗନୱାଡି କର୍ମୀ, ଆଶା ଓ ଜନସାଧାରଣ ଉପସ୍ଥିତ ଥିଲେ l
Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀଙ୍କ ରିପୋର୍ଟ

ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବିଶ୍ୱ ଯୋଗଦିବସ ପାଳିତ
ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବିଶ୍ୱ ଯୋଗଦିବସ ପାଳିତ ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଯୋଗ ପ୍ରଶିକ୍ଷକ ସସ୍ମିତା ନାୟକ ଉପସ୍ଥିତ ସଦସ୍ୟ ଓ ଅନ୍ତେବାସୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ସେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଓ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସେଣ୍ଟର ଆଡମିନିଷ୍ଟ୍ରେଟର ରଞ୍ଜିତା ମଞ୍ଜରୀ କର, କାଉନସେଲର ଶ୍ୱେତା ପରିଡା, କେସ୍ ୱାର୍କର ଲିପ୍ସା ପାତ୍ର ଓ ମଧୁସ୍ମିତା ପଣ୍ଡା, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସ୍ୱାଗତିକା ସାହୁଙ୍କ ସମେତ କର୍ମଚାରୀ ମେନକା ଜେନା, ରୋଜାଲିନ ସାହୁ, ମାମାଲି ପ୍ରଧାନ, ଭାଗ୍ୟଶ୍ରୀ ବେହେରା, ସଞ୍ଜିତା ନାୟକ, ଆଶୁତୋଷ ସାହୁ ଓ ଅନ୍ୟାନ୍ୟ ଅନ୍ତେବାସୀ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରଖିବାର ସନ୍ଦେଶ ଦେଇ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ

କେଉଁ ଅଧିକାର ବଳରେ ଭଙ୍ଗାଗଲା DIETର ଐତିହ୍ୟ ସମ୍ପଦ?
କେଉଁ ଅଧିକାର ବଳରେ ଭଙ୍ଗାଗଲା DIETର ଐତିହ୍ୟ ସମ୍ପଦ? ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ଖଲ୍ଲିକୋଟ: ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପରିସରରେ ଥିବା ଐତିହାସିକ ରାଜ ଉଆସ ଓ ସମ୍ପର୍କିତ ଐତିହ୍ୟ ସମ୍ପଦ ଭଙ୍ଗାଯାଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗ ରେ DIET ଖଲ୍ଲିକୋଟ ପରିସରରେ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ଗତ ୨୯ ଏପ୍ରିଲ ୨୦୨୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଉପସ୍ଥିତ ଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ନୂତନ ପ୍ରକଳ୍ପ ନିର୍ମାଣ ନାମରେ ରାଜପରିବାର ସହ ଜଡ଼ିତ କେତେକ ପୁରାତନ ସଂରଚନା, ମଣ୍ଡପ, ମନ୍ଦିର ଏବଂ ଐତିହାସିକ ଅଟ୍ଟାଳିକା ଭଙ୍ଗା ଯାଇଛି। ଏଥିସହିତ ପରିସରରେ ଥିବା କେତେକ ପୁରୁଣା ଆମ୍ବଗଛ ମଧ୍ୟ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ପ୍ରଶ୍ନ ହେଉଛି, ଭଙ୍ଗାଯାଇଥିବା ଐତିହ୍ୟ ସମ୍ପଦର ଅବଶେଷ, କାରୁକାର୍ଯ୍ୟ ଖଚିତ ପଥର, ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ କେଉଁଠାକୁ ଗଲା ଏବଂ ଏହାର ହିସାବ କିଏ ଦେବ। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତଦନ୍ତ ହେଲେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ, ସୂତ୍ରରୁ ପ୍ରକାଶ ଯେ ୧୯୫୬ ମସିହାରେ ଖଲ୍ଲିକୋଟ ରାଜପରିବାର ପକ୍ଷରୁ ଏହି ପ୍ରାସାଦ ପରିସର ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଜମିର ମାଲିକାନା, ହସ୍ତାନ୍ତର ପ୍ରକ୍ରିୟା ଏବଂ ଐତିହ୍ୟ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଏବେ ଜନମନରେ ଉଠିଛି। ଐତିହ୍ୟ ସମ୍ପଦ ଭଙ୍ଗାଯାଇଥିବା ଅଭିଯୋଗ କେତେଦୂର ସତ୍ୟ ଓ ଏଥିରେ କାହାର ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଐତିହ୍ୟ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ସୃଷ୍ଟି ନ୍ୟୁଜ୍ ପାଇଁ ଶିବରାମ ଜେନାଙ୍କ ରିପୋର୍ଟ।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ପାଟରାପଲ୍ଲୀ–ଖଜପଲ୍ଲୀ ନୂତନ ରାସ୍ତା ପାଇଁ ଭୂମି ପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ
ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପାଟରାପଲ୍ଲୀ ଗ୍ରାମରୁ ଖଜପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ରବିବାର ଭୂମି ପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାନସଭା କ୍ଷେତ୍ରର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଓ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ଧରି ପାଟରାପଲ୍ଲୀ–ଖଜପଲ୍ଲୀ ରାସ୍ତା ଦୟନୀୟ ଅବସ୍ଥାରେ ଥିବାରୁ ଏହି ଅଞ୍ଚଳର ହଜାର ହଜାର ଲୋକ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ନୂତନ ରାସ୍ତା ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ସହିତ ଅଞ୍ଚଳର ବିକାଶକୁ ମଧ୍ୟ ଗତି ମିଳିବ ବୋଲି ଆଶା କରାଯାଉଛି। ରାସ୍ତା କାମର ଶୁଭାରମ୍ଭକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଖୁସି ବ୍ୟକ୍ତ କରିବା ସହ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରକଳ୍ପ ଅଞ୍ଚଳ ବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।
Ganjam (ଗଞ୍ଜାମ) • ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦ

NTPC (CSR) ପାଣ୍ଠିରେ ନିର୍ମିତ ସୋଲାର ଚାଳିତ ପାଣି ଟାଙ୍କି ଅଚଳ, ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: କଣିହାଁ ବ୍ଲକ ଅଧୀନସ୍ଥ ବଇଣ୍ଡା ଗ୍ରାମରେ NTPCର CSR ପାଣ୍ଠିରୁ ନିର୍ମିତ ସୋଲାର ଚାଳିତ ପାଣି ଟାଙ୍କି ବର୍ତ୍ତମାନ ଅଚଳ ଅବସ୍ଥାରେ ପଡ଼ି ରହିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରୁ ଗ୍ରାମବାସୀ ଆବଶ୍ୟକୀୟ ପାନୀୟ ଜଳ ସୁବିଧା ପାଇପାରୁ ନାହାନ୍ତି। ସୂଚନା ଅନୁଯାୟୀ, ଟାଙ୍କିରୁ ଜଳ ଯୋଗାଣ ବନ୍ଦ ଥିବାବେଳେ ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ୟାପଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ଓ ବର୍ଷା ଋତୁରେ ମଧ୍ୟ ଶୁଦ୍ଧ ପାଣିର ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମିତ ଏହି ପ୍ରକଳ୍ପ ଯଦି କାର୍ଯ୍ୟକ୍ଷମ ନହୁଏ, ତେବେ ଏହା କାହା ସ୍ୱାର୍ଥରେ ନିର୍ମାଣ କରାଗଲା? ଏନେଇ ଗ୍ରାମବାସୀ NTPC କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରି ଯଥାଶୀଘ୍ର ମରାମତି କରି ନିୟମିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଟି.ୟୁ.ସି.ସି ର ରାଜ୍ୟସ୍ତରୀୟ କନଭେନସନ ଅନୁଷ୍ଠିତ
ଶ୍ରମିକ ଶ୍ରେଣୀର ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଟିୟୁସିସି ସର୍ବଭାରତୀୟ ସାଧାରଣ ସମ୍ପାଦକ ଜୀ.ଆର. ଶିବଶଙ୍କର ଙ୍କର ଆହ୍ୱାନ ରିପୋର୍ଟ: ସୁକାନ୍ତ ପ୍ରଧାନ, ଭୁବନେଶ୍ୱର ଭୁବନେଶ୍ୱର: ଦେଶର ଅନ୍ୟତମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଟ୍ରେଡ ୟୁନିୟନ କୋ- ଅଡିନେସନ ସେଣ୍ଟର (ଟି. ୟୁ. ସି. ସି ), ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ରାଜ୍ୟସ୍ତରୀୟ କନଭେନସନ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଟି.ୟୁ.ସି.ସି ର ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ କନଭେନସନକୁ ଶ୍ରମିକ ଶ୍ରେଣୀର ପ୍ରତିନିଧି ଭାବରେ ନବରଙ୍ଗପୁରର ଶ୍ରମିକ ନେତ୍ରୀ ନିଶା ଭତରା ଅନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଏହି କନଭେନସନର ମୁଖ୍ୟ ଅତିଥି ଭାବରେ ଟି.ୟୁ.ସି.ସି. ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଜୀ. ଆର. ଶିବଶଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୋଦି ସରକାର ଅମଳରେ ଶ୍ରମିକ ଶ୍ରେଣୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ବୋଲି ଅଭିଯୋଗ କରିଥିଲେ । ଦେଶରେ ପ୍ରଚଳିତ ଶ୍ରମ ଆଇନର ସଂଶୋଧନ କରାଯାଇ ଶ୍ରମ କୋଡ଼ ପ୍ରଚଳନ, ରାଷ୍ଟ୍ରୀୟତ ଉଦ୍ୟେlଗ ଗୁଡିକର ଘରୋଇ କରଣ, ବ୍ୟାପକ ଶ୍ରମିକ ଛଟେଇ, ଠିକା ନିଯୁକ୍ତି, ଆଠ ଘଣ୍ଟିଆ ବଦଳରେ ଦଶ ଘଣ୍ଟିଆ କାର୍ଯ୍ୟ ଦିବସ ପ୍ରଚଳନ ଆଦି ଫଳରେ ଶ୍ରମିକ ଶ୍ରେଣୀର ଦୁର୍ଦଶା ବୁଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଘଡି ସନ୍ଧି ମୁହୁର୍ତରେ ଏକ ଦେଶ ପ୍ରେମୀ, ଜାତୀୟତା ବାଦୀ ଶ୍ରମିକ ସଂଗଠନ ଭାବରେ ଶ୍ରମିକ ଶ୍ରେଣୀର ସଂଗ୍ରାମକୁ ତୀବ୍ରତର କରିବା ପାଇଁ ଉପସ୍ଥିତ ଟି.ୟୁ.ସି.ସି. ର ସାଥିମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଯୋଗ ଦେଇ "ଶ୍ରମକୋର୍ଡ଼ ଓ ଦେଶର ଶ୍ରମଜୀବୀ ମଣିଷ" ଶୀର୍ଷକ ବିଷୟ ବସ୍ତୁ ଉପରେ ବ୍ୟାପକ ଭାବରେ ନିଜର ମତ ରଖିଥିଲେ। କଷ୍ଟଲବ୍ଧ ସଂଗ୍ରାମ ଫଳରେ ଶ୍ରମିକ ଶ୍ରେଣୀ ହାସଲ କରିଥିବା ଅଧିକାର ଆଜି ଶ୍ରମକୋର୍ଡ଼ ପ୍ରଚଳନ ସହିତ ଦେଶରେ ଭୁଲଣ୍ଠିତ ହୋଇଛି ବୋଲି ଅଭିଯୋଗ ବଢିଥିଲେ। ସମ୍ମାନିତ ଅତିଥି ଭାବରେ ବଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ, ବରିଷ୍ଟ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସମଦୃଷ୍ଟି ର ସମ୍ପାଦକ ବିଘ୍ନେଶ୍ୱର ସାହୁ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଦୃଢ଼ ଭାବରେ ବିରୋଧ କରିବା ସହ ଏହା ବିରୋଧରେ ଐକବୋଧ ଶ୍ରମିକ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ କରିଥିଲେ। ଏହି କନଭେନସନ ଅବସରରେ ନୀଳାଚଳ ଇସ୍ପାତ ନିଗମ ଶ୍ରମିକ ସଂଘ , କଳିଙ୍ଗ ନଗର ଶ୍ରମିକ ସଂଘ ସମେତ ଅନ୍ୟାନ୍ୟ ଶ୍ରମିକ ସଂଗଠନର ନେତା ସବଶ୍ରୀ ପ୍ରତାପ ଜେନା, ବାବୁଲି ପୂର୍ତ୍ତି, ଯୁବ ଶ୍ରମିକ ନେତା ପ୍ରସନ୍ନଜିତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ନେତା ଟି.ୟୁ.ସି.ସି. ରେ ଯୋଗ ଦେଇଥିଲେ l ଟିୟୁସିସି ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଜୀ. ଆର. ଶିବଶଙ୍କର ସେମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ ପୂର୍ବକ ସଂଗଠନରେ ସାମିଲ କରିଥିଲେ। ଏହି କନଭେନସନ ଅବସରରେ ଟି.ୟୁ.ସି.ସି. ର ନୂତନ ୨୩ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଥିଲା। ଏହି ନୂତନ କମିଟିର ରାଜ୍ୟ ସଭାପତି ରୂପେ ଜ୍ୟୋତି ରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ରୂପେ ପ୍ରତାପ ଜେନା, ଏବଂ କୋଷାଧକ୍ଷ ରୂପେ ଲଷ୍ମୀ ଦୋରା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ନିରଞ୍ଜନ ଭୋଇ, ସନ୍ତୋଷ ସାହୁ, ଧନ ଗିଉରିଆ, ଅନ୍ତର୍ଯ୍ୟାମୀ ସାହୁ, ବିଶ୍ୱଜିତ ପଣ୍ଡା, ରାଜୁ ନାୟକ, ଦୁର୍ଯ୍ୟୋଧନ ପୂଜାରୀ, ବିଜୟ ସାହୁ, ରଜନୀଗନ୍ଧା ବାରିକ , ରିଙ୍କି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁକାନ୍ତ ପ୍ରଧାନ, ଭୁବନେଶ୍ୱର

ସୁସ୍ଥ ବାର୍ଦ୍ଧକ ପାଇଁ ଯୋଗ
ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ "ସୁସ୍ଥ ବାର୍ଦ୍ଧକ ପାଇଁ ଯୋଗ" ଏହି ବାର୍ତ୍ତା ନେଇ ଚଳିତ ବର୍ଷ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ର ଦୈନିକ ଅଭ୍ୟାସ ଫଳରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ରହେ ଏହି ବାର୍ତ୍ତା ଦେଇ ଆଜି ଆମ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରା ଯାଇଛି। ପ୍ରତି ବର୍ଷ ଜୁନ ମାସ ୨୧ତାରିଖରେ ଏହି ଯୋଗ ଦିବସ ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକରେ ମହା ଧୁମ ଧାମ ରେ ପାଳନ ସହିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ । ମାନ୍ୟବର ଜସ୍ବସୀ ପ୍ରଧାନ ମନ୍ତ୍ରୀ ଙ୍କ ଦ୍ଵାରା ଏହି ଯୋଗ ଦିବସ ୨୦୧୫ ମସିହା ଜୁନ ମାସ ୨୧ ତାରିଖରୁ ଏହା ପାଳନ ହୋଇ ଆସୁଛି। ଆଜି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଯୋଗ ପ୍ରଶିକ୍ଷକ ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର କାର୍ଯ୍ୟକର୍ତ୍ତା ତଥା ପତାଞ୍ଜଳୀ ଯୋଗ ପୀଠ ରୁ ଯୋଗ ଶିକ୍ଷା ଲାଭ କରିଥିବା ଆମ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ତାପସ କୁମାର ବେହେରା ଓ ବିଦ୍ୟାଳୟ ର ବରିଷ୍ଠ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ବ୍ୟାୟାମ ର ଉପକରିତା ସମର୍କରେ କହିବା ସହିତ କିଛି ଆସନ ଶିଖାଇଥିଲେ । ଯୋଗ ଆମ ଭାରତୀୟ ସଂସ୍କୃତି ର ପରିଚୟ ଓ ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ନିରୋଗ ରହେ ଏହି ବାର୍ତ୍ତା ଦେଇଥିଲେ। ସଭାର ଶେଷରେ ପ୍ରତିଦିନ ଯୋଗ କରିବା ପାଇଁ ଏକ ସାମୁହିକ ଶପଥ ପାଠ ଏନ ସି ସି ଅଫିସର ଶ୍ରୀ ସରୋଜ କୁମାର ସ୍ୱାଇଁ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ଅନିତା ଧଳ,ସୁଜୟ କୁମାର ରାଉତ ରାୟ, ଗୋମତି ସ୍ଵାଇଁ, ଶୈଳବାଳା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମାନସୀ ମହାନ୍ତି, ଶାଶ୍ଵତୀ ସୁଭଦର୍ଶନି ସାହୁ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ଦିଲୀପ କୁମାର ପାତ୍ର ପ୍ରଭୁତି ସହଯୋଗ କରିଥିଲେ।ଶେଷ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଦେଇ ଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୃଷ୍ଟିକର ଖାଦ୍ୟ ପୁଡ଼ିଆ ଦେଇ ସଭା କାର୍ଯ୍ୟ ଶେଷ କରା ଯାଇଥିଲା।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ: ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ଅନୁଷ୍ଠିତ ଯୋଗ ଦିବସରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଶରୀର,ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଆଜିକାଲି ଘରେ ଘରେ ଉଚ୍ଚ ରକ୍ତଚାପ, ବହୁମୂତ୍ର ରୋଗ ଦେଖିବାକୁ ମିଳୁଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ହାରାହାରି ଅଧ ଘଣ୍ଟା ଯୋଗ କଲେ ଏହି ଭୟାବହ ରୋଗରୁ ରକ୍ଷା ପାଇପାରିବେ ବୋଲି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର କହିଥିଲେ । ଯୋଗ ଶିକ୍ଷକ ଜଗବନ୍ଧୁ ବିହାରୀ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଦିବସ ରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଭାଇ , ଭଉଣୀ ମାନେ ଯୋଗ ଦେଇଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ସହିତ ଯୋଗର ଉପକାରିତା, ସୁସ୍ଥ ଶରୀର ଏବଂ ସୁସ୍ଥ ମନ ଗଠନରେ ଏହାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଶିକ୍ଷାକର୍ମୀ କୁନ୍ତଳା ଦେହୁରୀ ସକ୍ରିୟ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଢେଙ୍କାନାଳରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଳିତ, ଯୋଗ ଆମକୁ ସୁସ୍ଥ,ସୁଖୀ ଓ ମାନସିକ ଭାବେ ସଶକ୍ତ କରିଥାଏ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି , ଢେ଼ଙ୍କାନାଳ ଢେଙ୍କାନାଳ, ୨୧.୬- ଆଜି ପ୍ରାତଃ ୬ଟାରେ ପିଏମ୍ ଶ୍ରୀ ( ବ୍ରଜନାଥ ବଡ଼ଜେନା) ବି.ବି. ହାଇସ୍କୁଲ,ଢେ଼ଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ବାର୍ତ୍ତାକୁ ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ଯୋଗ ଆମକୁ ସୁସ୍ଥ, ସୁଖୀ ଏବଂ ମାନସିକ ଭାବେ ସଶକ୍ତ ରଖିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉଚିତ। ପରବର୍ତ୍ତୀ ସମୟରେ ଯୋଗ ମହୋତ୍ସବ ସମିତି, ଢେଙ୍କାନାଳର ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଏକ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅତିଥିଙ୍କ ସମେତ ଢେଙ୍କାନାଳ ସହରର ଯୋଗପ୍ରେମୀ ଓ ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲେଖନ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଢେଙ୍କାନାଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି , ଢେ଼ଙ୍କାନାଳ

କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହଅନୁଷ୍ଠିତ,
ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା କୋକସରା ବ୍ଲକ ମହିମା ଶିବ ମନ୍ଦିର ପ୍ରାଙ୍ଗଣ ରେ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ, ତଥା ସାଙ୍ଗଠନିକ ବୈଠକ ମହିମା, ଓ ଡୁଡୁକାଠେଙ୍ଗା ପଞ୍ଚ୍ୟାୟତ ଗଣ୍ଡ ସମାଜ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଆଜି ଅନୁଷ୍ଠିତ ହୋଇ ଅଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟ ଦେବ ଶ୍ରୀ ଚତୁର୍ଭୁଜ ବୁଢା ଦେଓଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ଗ୍ରହଣ କରାଯାଇ ଥିଲା , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମ ପ୍ରସାଦ ଧରୁଆ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀମନ୍ତ ଧରୁଆ, ମୁଖ୍ୟବକ୍ତା, ଅବସରପ୍ରାପ୍ତ, ଓଏଏସ, ଅଫିସର ଶ୍ରୀ ମହେଶ୍ୱର ମାଝୀ, ଦିଗାମ୍ବର ଦଳପତି, ନାରୀନେତ୍ରୀ , ଶ୍ରୀମତି ଇନ୍ଦୁ ରେଖା ମାଝୀ, ପୂର୍ବତନ ସରପଞ୍ଚ , ଡାଳିମ୍ବ ନାଏକ, ଉଦ୍ଧବ ଧରୁଆ, ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ , ପ୍ରଶ୍ନ କୁମାର ନାଏକ, ଚୈତନ୍ୟ ଧରୁଆ , ଜଗମୋହନ ନାଏକ, ଗୋଶିଂ ଧରୁଆ, ନୃପରାଜ ନାଏକ, ଯୋଗଦାନ କରି ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା, ଏହି ସଭାରେ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି ଅର୍ଥନୀତି ବିକାଶ ଓ ସମାଜ କୁ ସଂଗଠିତ କରିବା ପାଇଁ ସମସ୍ତେ ଏକଯୁଟ ହେବା ପାଇଁ ବକ୍ତା ମାନେ କହିଥିଲେ, ଉକ୍ତ ଶପଥ ଗ୍ରହଣ ସମାରୋହରେ, ବ୍ଲକ ଗଣ୍ଡ ସମାଜ ତରଫରୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ +୨ ରେ ୬୦ ପ୍ରତିଶଧ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଉକ୍ତ ଶପଥ ଗ୍ରହଣ ସମାରୋହରେ ବ୍ଲକ ଗଣ୍ଡ ସମାଜ ସଭାପତି ଶ୍ରୀ ନନ୍ଦ କିଶୋର ଧରୁଆ, ଉପସଭାପତି , ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରା ନନ୍ଦ ଧରୁଆ , ସହ ସମ୍ପାଦକ, ତ୍ରିନାଥପୋଟା,ମେଡ଼ିଆ ସଂଯୋଜକ ଅମୋଜ ଧରୁଆ କୋଷାଧ୍ୟକ୍ଷ, ଜୟସିଂ ମାଝୀ ମେହେରୁଲାଳ ମାଝୀ ନିରଞ୍ଜନ ମାଝୀ ତଥା ସମସ୍ତ ପଞ୍ଚ୍ୟାୟତ ର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ, ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା
