--:--:--
-- ---
Srishti News

ପାଟରାପଲ୍ଲୀ–ଖଜପଲ୍ଲୀ ନୂତନ ରାସ୍ତା ପାଇଁ ଭୂମି ପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ

Ganjam (ଗଞ୍ଜାମ)ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦJune 22, 2026158 views
ପାଟରାପଲ୍ଲୀ–ଖଜପଲ୍ଲୀ ନୂତନ ରାସ୍ତା ପାଇଁ ଭୂମି ପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ
ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥପ୍ରସାଦ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପାଟରାପଲ୍ଲୀ ଗ୍ରାମରୁ ଖଜପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ରବିବାର ଭୂମି ପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାନସଭା କ୍ଷେତ୍ରର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଓ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ଧରି ପାଟରାପଲ୍ଲୀ–ଖଜପଲ୍ଲୀ ରାସ୍ତା ଦୟନୀୟ ଅବସ୍ଥାରେ ଥିବାରୁ ଏହି ଅଞ୍ଚଳର ହଜାର ହଜାର ଲୋକ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ନୂତନ ରାସ୍ତା ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ସହିତ ଅଞ୍ଚଳର ବିକାଶକୁ ମଧ୍ୟ ଗତି ମିଳିବ ବୋଲି ଆଶା କରାଯାଉଛି। ରାସ୍ତା କାମର ଶୁଭାରମ୍ଭକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଖୁସି ବ୍ୟକ୍ତ କରିବା ସହ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରକଳ୍ପ ଅଞ୍ଚଳ ବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।