ଆନନ୍ଦ ଉଲ୍ଲାସ ସହିତ ଗଣପର୍ବ ନୁଆଁଖାଇ ପାଳିତ
Kalahandi (କଳାହାଣ୍ଡି)ରିପୋର୍ଟ :-ନିରାକାର ଗୋପାଳ, ଧର୍ମଗଡ଼ ପ୍ରତିନିଧିSeptember 15, 2026177 views

ଧର୍ମଗଡ :-କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡ଼ଘୁମେର ଗ୍ରାମରେ ଜୁନା ଗନ୍ତିଆ ପରିବାର ପକ୍ଷରୁ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି,ସର୍ବ ପ୍ରଥମେ ନିଜ ଇଷ୍ଟ ଦେବଦେବୀ ଓ ପିତୃ ପୁରୁଷ ଙ୍କୁ ନବାର୍ନ ଲାଗିହେଲା ପରେ ପରିବାର ର ସମସ୍ତେ ଏକତ୍ରିତ ହୋଇ ନବାର୍ନ ଭକ୍ଷଣ କରିଥିଲେ ଓ ନୁଆଁଖାଇ ସରିଲା ପରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ, ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଜୁନା ଗନ୍ତିଆ ପରିବାର ର ସଦସ୍ୟ ମଧୁସୂଦନ ଗୋପାଳ,ଅର୍ଜୁନ ଗୋପାଳ, ବଳଦେବ ଗୋପାଳ, ସନ୍ତୋଷ ଗୋପାଳ, ଭୀମସେନ ଗୋପାଳ, ରାଧେଶ୍ୟାମ ଗୋପାଳ, ନିରାକାର ଗୋପାଳ, ସିଙ୍ଗ ଗୋପାଳ, ସିମାଞ୍ଚଳ ଗୋପାଳ,ରାଜିନ୍ଦ୍ର ଗୋପାଳ,ତିରିତ ଲାଲ ଗୋପାଳ, ଗଙ୍ଗାରାମ ଗୋପାଳ, ଭୋଦେବ ଗୋପାଳ ଙ୍କ ସପରିବାର ଆୟୋଜନ କରିଥିଲେ l
