--:--:--
-- ---
Srishti News

ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ୪୨ ଲିଟର ଦେଶୀ ମଦ ଜବତ; ୨ ଅଭିଯୁକ୍ତ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 16, 20269 views
ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ୪୨ ଲିଟର ଦେଶୀ ମଦ ଜବତ; ୨ ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇଛି। ଡାଳତୋଳା ଏବଂ ପରିଚ୍ଛଳ ଛକ ଅଞ୍ଚଳରେ ଚଢ଼ାଉ କରି ଅବକାରୀ ବିଭାଗ ୪୨ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଅବକାରୀ ବିଭାଗର ଏଭଳି ଚଢ଼ାଉ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯାଇଛି।