ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ସିଫା ବେଗମ
Nuapada (ନୂଆପଡ଼ା)ଭଜନ ଲାଲ ଜଗତOctober 16, 202636 views

ଖଡ଼ିଆଳ ): ନୂଆପଡ଼ା ଜିଲ୍ଲାର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ନିର୍ବାଚନରେ ସଭାପତି ପଦବୀରେ ସିଫା ବେଗମ, ଉପସଭାପତି ଭାବେ ରଞ୍ଜିତା ମାଝୀ, ସାଧାରଣ ସମ୍ପାଦକ ପଦବୀରେ ଗଜେନ୍ଦ୍ର କୁମାର ଗହୀର ଏବଂ ଡ୍ରାମାଟିକ୍ ସମ୍ପାଦକ ଭାବେ ଦିବ୍ୟାଶିନୀ ଶୁନାନୀ ବିଜୟୀ ହୋଇଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ସଭାପତି ପଦବୀ ପାଇଁ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ସିଫା ବେଗମ ୭୮୭ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିପିକା ପୋଡ ୪୯୨ ଖଣ୍ଡ ଏବଂ ମହେଶ୍ୱର ବାଗ ୨୭ ଖଣ୍ଡ ଭୋଟ ପାଇଥିଲେ। ଏହି ପଦବୀରେ ସିଫା ବେଗମ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୯୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।
ସେହିପରି ଉପସଭାପତି ପଦବୀରେ ରଞ୍ଜିତା ମାଝୀ ୮୭୧ ଖଣ୍ଡ ଭୋଟ ପାଇଥିବା ବେଳେ ଜୁଲି ଭୋଇ ୪୩୨ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ରଞ୍ଜିତା ମାଝୀ ୪୩୯ ଖଣ୍ଡ ଭୋଟର ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସାଧାରଣ ସମ୍ପାଦକ ପଦବୀରେ ଗଜେନ୍ଦ୍ର କୁମାର ଗହୀର ସର୍ବାଧିକ ୯୪୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମନୋରଞ୍ଜନ ବିଶ୍ୱାଳଙ୍କୁ ୩୦୧ ଖଣ୍ଡ ଭୋଟ ମିଳିଥିଲା। ଏହିପରି ଭାବେ ଗଜେନ୍ଦ୍ର ୬୪୧ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ଅନ୍ୟପକ୍ଷରେ ଡ୍ରାମାଟିକ୍ ସମ୍ପାଦକ ପଦବୀରେ ଦିବ୍ୟାଶିନୀ ଶୁନାନୀ ୭୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଲୀଳାବତୀ ପୋଡ ୫୦୨ ଖଣ୍ଡ ଭୋଟ ପାଇଥିଲେ। ଏହି ପଦବୀରେ ଦିବ୍ୟାଶିନୀ ୨୭୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।
ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜୟୀ ପ୍ରାର୍ଥୀମାନେ ଖୁସି ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନଙ୍କ ଉପରେ ଏବେ ମହାବିଦ୍ୟାଳୟର ଛାତ୍ର ସମାଜର ଆଶା ଓ ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ରହିଛି।
