ଟାଙ୍ଗୀ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟରେ ନିର୍ବାଚନରେ ବିଜେଡି ସମର୍ଥିତ ଛାତ୍ର ସଂଗଠନ BCJ D ବାଜିମାତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 15, 202637 views

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀସ୍ଥିତ ଦୁର୍ଗାଚରଣ ଚିଲିକା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ଛାତ୍ର ସଂଗଠନ BCJD ବାଜିମାତ କରିଛି। ନିର୍ବାଚନରେ ବିଭିନ୍ନ ପଦବୀରେ ସଂଗଠନର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।ସଭାପତି ପଦରେ ଆୟୁଷ୍ମାନ ପ୍ରଧାନ ବିଜୟୀ ହୋଇଥିବା ବେଳେ ଉପସଭାପତି ପଦରେ ଲକ୍ଷ୍ମୀପ୍ରିୟା ବେହେରା ଏବଂ ସାଧାରଣ ସମ୍ପାଦକ ପଦରେ ଆମେଲୀ ନାୟକ ନିର୍ବାଚିତ ହୋଇଛନ୍ତି।ଏହି ବିଜୟ ପରେ ଛାତ୍ର ସଂଗଠନର ନେତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବିଜୟର ଶ୍ରେୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଛାତ୍ରନେତା। ଏହି ଫଳାଫଳ ମହାବିଦ୍ୟାଳୟରେ BCJDର ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି।
