--:--:--
-- ---
Srishti News

ବନ୍ଧମୁଣ୍ଡା ସେକ୍ଟର-C ମାର୍କେଟ୍‌ରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ସଫେଇ କାର୍ଯ୍ୟକ୍ରମ

Rourkela (ରାଉରକେଲା)ଗଣପତି ଦାସOctober 15, 20264 views
ବନ୍ଧମୁଣ୍ଡା ସେକ୍ଟର-C ମାର୍କେଟ୍‌ରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ସଫେଇ କାର୍ଯ୍ୟକ୍ରମ
ବନ୍ଧମୁଣ୍ଡା, ୧୫ ଅକ୍ଟୋବର ୨୦୨୬: ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ବନ୍ଧମୁଣ୍ଡା ସେକ୍ଟର-C ମାର୍କେଟ୍‌ରେ ଏକ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ବନ୍ଧମୁଣ୍ଡା ବିଜେପି ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାରଙ୍କ ଅଧ୍ୟକ୍ଷତାରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଦୀର୍ଘ ଦିନ ଧରି ସେକ୍ଟର-C ମାର୍କେଟ୍‌ରେ ଅଳିଆ ଆବର୍ଜନା ଜମା ହୋଇ ରହିଥିବାରୁ ବଜାରକୁ ଆସୁଥିବା ଗ୍ରାହକ, ସ୍ଥାନୀୟ ବ୍ୟବସାୟୀ, ରେଳବାଇ ପେନ୍‌ସନ୍ କାର୍ଯ୍ୟାଳୟକୁ ଆସୁଥିବା ବରିଷ୍ଠ ନାଗରିକ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଗ୍ରାହକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମାର୍କେଟ୍‌ ପରିସରକୁ ସ୍ୱଚ୍ଛ ଓ ପରିଷ୍କାର କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ରାଉରକେଲା ମହାନଗର ନିଗମ (RMC)ର କର୍ମଚାରୀମାନଙ୍କ ସହ ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ଧୀରେନ ସେନାପତିଙ୍କ ସମେତ ହିମାଂଶୁ ଚୌଧୁରୀ, ପ୍ରମିଳା ସୋନା, ଗାୟତ୍ରୀ ଜେନା, ରୀନା କୌର, ଦୀପା ଦତ୍ତ, ଏଲ୍.ଏ. ହରି ଡୋରା, ଦୁଃଖୀନାଥ ଚୌଧୁରୀ, ସତ୍ୟଜିତ ପ୍ରଧାନ, ମୁକେଶ ସିଂହ, ସି.ଏଚ୍. ମଣ୍ଡଳ ଏବଂ ପ୍ରବୀର ମିତ୍ର ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ମାର୍କେଟ୍‌ ପରିସରକୁ ସ୍ୱଚ୍ଛ ରଖିବା ସହ ସାଧାରଣ ଜନତାଙ୍କ ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବାର ବାର୍ତ୍ତା ଦିଆଯାଇଥିଲା। ଏଥିସହ ଅଞ୍ଚଳର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛ ବନ୍ଧମୁଣ୍ଡା ଆମର ସଂକଳ୍ପ।