--:--:--
-- ---
Srishti News

ଅନୁଗୋଳରେ ବେଆଇନ ଶିକାର ଉଦ୍ୟମ: ବେଟ୍ ବମ୍ ବିସ୍ଫୋରଣରେ ବାରହା ମୃତ, ୬ଟି ବମ୍ ଉଦ୍ଧାର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ କଣିହାଁ ,ଅନୁଗୋଳOctober 15, 202643 views
ଅନୁଗୋଳରେ ବେଆଇନ ଶିକାର ଉଦ୍ୟମ: ବେଟ୍ ବମ୍ ବିସ୍ଫୋରଣରେ ବାରହା ମୃତ, ୬ଟି ବମ୍ ଉଦ୍ଧାର
ଅନୁଗୋଳ: କଣିହାଁ ବନାଞ୍ଚଳର ରେଙ୍ଗାଳି ସେକ୍ସନ ଅନ୍ତର୍ଗତ ଗଣ୍ଡମଳା ବିଟ୍ ଅଞ୍ଚଳରେ ବେଆଇନ ବନ୍ୟଜନ୍ତୁ ଶିକାର ଉଦ୍ୟମ ବେଳେ ଅଘଟଣ। ବେଟ୍ ବମ୍ ବିସ୍ଫୋରଣରେ ଗୋଟିଏ ବାରହାର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ୬ଟି ବେଟ୍ ବମ୍ ଉଦ୍ଧାର କରିବା ସହ ଖମାର ଥାନା ଅଞ୍ଚଳର ୪ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବନ ବିଭାଗକୁ ଏନେଇ ଖବର ମିଳିଥିଲା। ଏହାପରେ ଆଜି ଭୋର ପ୍ରାୟ ୫ଟାରେ ଚଢ଼ାଉ କରାଯାଇ ବମ୍ ଉଦ୍ଧାର ସହ ୪ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି।