ଆରମ୍ଭ ହେଲା ବରୁଆଁ-ବରୀ ରାସ୍ତା ମରାମତି
Jajpur (ଯାଜପୁର)ବରୀ ରୁ ସୁଧାଂଶୁ ଶେଖର ଓଝଙ୍କ ରିପୋର୍ଟOctober 13, 202626 views

ଯାଜପୁର ବରୀ: ବରୁଆଁ-ବରୀ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି । ଆଜିକୁ ବେଶ କିଛି ମାସ ହେଲା ଏହି ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇ ଗତାଗତରେ ସମସ୍ୟା ସୃଷ୍ଟି କରୁଥିଲା । ଏହା ଛଡା ଗତ ବନ୍ୟାରେ ଏହି ରାସ୍ତାର ବ୍ୟାପକ ଅଂଶ ବୁଡି ଯିବାରୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଖାଲଖମାରେ ପୂର୍ଣ୍ଣ ହୋଇଥିବା ଏହି ରାସ୍ତା ମରାମତି କରିବାରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇ ନଥିଲା । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା । ବିଶେଷ କରି ବାଇକ ଓ କାର ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ
ମରାମତି ବେଳେ କିଛି ସ୍ଥାନକୁ ଛାଡି ଦେଉଛନ୍ତି ଠିକାଦାର
ଦୀର୍ଘଦିନ ପରେ ପ୍ରମୁଖ ରାସ୍ତା ମରାମତି ଆରମ୍ଭ ହୋଇଥିଲା ବେଳେ ଏହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି । ହେଲେ ପୂର୍ତ୍ତ ବିଭାଗର ମନମାନି ମରାମତି କାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଛି । ମରାମତି ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନରହିବାରୁ ଠିକାଦାର ମରାମତି କାର୍ଯ୍ୟ ନିମ୍ନ ମାନର କରୁଥିବା ଦେଖିବାକୁ ମିଳିଛି । ରାସ୍ତାର କିଛି ଅଂଶ ଯେଉଁଠି ପିଚୁ ପଡିବାର ଆଵଶ୍ୟକତା ଅଛି ସେଠାରେ ପିଚୁ ପକା ଯାଇ ନଥିବା ଦେଖିବାକୁ ମିଳିଛି । ଏହା ଫଳରେ ବର୍ଷା ହେଲେ ଏହି ଛୋଟ ଖାଲ ଗୁଡିକ ପୁଣି ବଡ଼ ହେବାର ଆଶଙ୍କା ରହିଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
