--:--:--
-- ---
Srishti News

ବେଗୁନିଆରେ ଦୁଇ ଦନ୍ତାହାତୀଙ୍କ ଚଳପ୍ରଚଳ, ଆତଙ୍କିତ ଅଞ୍ଚଳବାସୀ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 12, 202660 views
ବେଗୁନିଆରେ ଦୁଇ ଦନ୍ତାହାତୀଙ୍କ ଚଳପ୍ରଚଳ, ଆତଙ୍କିତ ଅଞ୍ଚଳବାସୀ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ବଡ଼ବେରଣା ଗ୍ରାମ ନିକଟସ୍ଥ ପଟାସ ଜଙ୍ଗଲରେ ଦୁଇଟି ଦନ୍ତାହାତୀ ରହିଥିବା ବେଳେ ସେମାନେ ବଡ଼ବେରଣା ରାସ୍ତା ପାର ହୋଇ କୁଶପଲା ରାସ୍ତା ଆଡ଼କୁ ଯାଉଥିବା ସୂଚନା ମିଳିଛି। ଦୁଇଟି ଦନ୍ତାହାତୀ ରାସ୍ତା ପାର ହୋଇ ଅନ୍ୟ ଅଞ୍ଚଳକୁ ଯାଉଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ। ହାତୀଙ୍କ ନିକଟକୁ ନଯିବା ସହ ସେମାନଙ୍କୁ ଉତ୍ତେଜିତ ନକରିବାକୁ ସାଧାରଣରେ ପରାମର୍ଶ ଦିଆଯାଉଛି।ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସତର୍କ କରାଇବା ଜରୁରୀ ହୋଇପଡ଼ିଛି।