--:--:--
-- ---
Srishti News

ଛାତ୍ର ସଂସଦ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 12, 202664 views
ଛାତ୍ର ସଂସଦ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ
ବିସିଜେଡି ସମର୍ଥିତ ପ୍ରାର୍ଥୀ ଗୁରୁତର ଆହତ, ବିଜେପି କର୍ମୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଖୋର୍ଦ୍ଧା, -: ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଲସିଂ ଗ୍ରାମରେ ଆକ୍ରମଣ ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଚାର ସମୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ନିରାକାରପୁର କଲେଜର ସଭାପତି ପ୍ରାର୍ଥୀ ବିଷ୍ଣୁଚରଣ ସେନାପତି ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି।ଛାତ୍ର ସଂସଦ ନିର୍ବାଚନ ପ୍ରଚାରକୁ ନେଇ ଘଟିଥିବା ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଘଟଣା ସମ୍ପର୍କରେ ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପୋଲିସ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ବୟାନ ମିଳିନଥିବାରୁ ଆକ୍ରମଣର ପ୍ରକୃତ କାରଣ ଓ ଘଟଣାର ସତ୍ୟତା ସ୍ପଷ୍ଟ ହୋଇନାହିଁ।