ପିଏନ୍ କଲେଜରେ ଜମୁଛି ଛାତ୍ର ସଂସଦ ନିର୍ବାଚନ, ଜୋରଦାର ପ୍ରଚାରରେ ପ୍ରାର୍ଥୀ
Khordha (ଖୋର୍ଦ୍ଧା)ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 12, 2026106 views

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ (ପିଏନ୍ କଲେଜ) ପରିସରରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି। ନିଜ ସପକ୍ଷରେ ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି।କଲେଜ ପରିସରରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ଭେଟି ନିଜ ନିଜର ପ୍ରଚାର କରିବା ସହ ସମର୍ଥନ ଲୋଡ଼ୁଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ନିଜ ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ଓ ଛାତ୍ର ଗୋଷ୍ଠୀଙ୍କ ତତ୍ପରତା ବୃଦ୍ଧି ପାଇଛି।
ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ କଲେଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କୁ ଛାତ୍ରଛାତ୍ରୀଙ୍କ ସମର୍ଥନ ମିଳୁଛି, ତାହାକୁ ନେଇ ଏବେ ମହାବିଦ୍ୟାଳୟ ପରିସରରେ ଚର୍ଚ୍ଚା ଜୋର ଧରିଛି।
