ଛେଣ୍ଡିପଦାରେ ଜନ ଅଭିଯୋଗର ମିଳିତ ଶୁଣାଣି, ୩ଟି ଅଭିଯୋଗର ତୁରନ୍ତ ସମାଧାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା ,ଅନୁଗୋଳOctober 12, 202695 views

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଛେଣ୍ଡିପଦା ବ୍ଲକ ମୁଖ୍ୟାଳୟଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଛି।
ଏହି ଶୁଣାଣିରେ ମୋଟ ୩୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ସେଥିମଧ୍ୟରୁ ୩ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏଥିସହ ଜଣେ ଅସହାୟ ଓ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଅଭିଯୋଗର ତ୍ୱରିତ ନିଷ୍ପତ୍ତି ଲକ୍ଷ୍ୟରେ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଥିଲା।
