ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବିନେଇ ଅକ୍ଟୋବର ୧୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୟୁରଭଞ୍ଜ ସାମ୍ବାଦିକ ମିଳିତ ମହାମଞ୍ଚର ଧାରଣା
Mayurbhanj (ମୟୂରଭଞ୍ଜ)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ମୟୁରଭଞ୍ଜOctober 11, 202689 views

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ତରଫରୁ
ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୂ), ଉତ୍କଳ ସାମ୍ବାଦିକ ସଙ୍ଘ, ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର, ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ପ୍ରମୁଖ ଅନୁଷ୍ଠାନର ସମ୍ମତି କ୍ରମେ ଆସନ୍ତା ଅକ୍ଟୋବର ୧୨ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାରେ ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ଦାବୀରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସୂଚନା ମିଳିଛି l
ଏଥିପାଇଁ ବିଧିବଦ୍ଧ ଭାବେ ପୋଲିସ ଅନୁମତି ନିଆଯାଇଛି l
ଜିଲ୍ଲାର ସମସ୍ତ ସଂଗ୍ରାମୀ ସାମ୍ବାଦିକ ମାନଙ୍କୁ, ସଙ୍ଘ ମତ ନିର୍ବିଶେଷରେ ଜିଲ୍ଲାର ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଆସନ୍ତା ସୋମବାର, ଅକ୍ଟୋବର ୧୨ ତାରିଖରେ ଦିବା ୧୦ ଘଟିକା ସମୟରେ ବାରିପଦା ସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଧାରଣରେ ଯୋଗ ଦେବାକୁ ମିଳିତ ମହାମଞ୍ଚ ତରଫରୁ ଅନୁରୋଧ କରାଯାଇଛି l
