ବଅଁରପାଳ ବ୍ଲକରେ କଂଗ୍ରେସ ପକ୍ଷରୁ ବ୍ଲକ କମିଟି ଓ ୩୫ ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳOctober 11, 2026100 views

ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଆଜି କଂଗ୍ରେସ ପକ୍ଷରୁ ବ୍ଲକ କମିଟି ଓ ୩୫ଟି ପଞ୍ଚାୟତର ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ନବଗଠିତ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏନ୍ଟିୟୁସି (INTUC)ର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପିସିସି ଉପସଭାପତି ସସ୍ମିତା ବେହେରା, ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ରାଣୀ ଧୀର ଏବଂ ତପନ କୁମାର ପ୍ରଧାନ ଯୋଗ ଦେଇଥିଲେ।
ସେହିପରି ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ରାକେଶ ମିଶ୍ର ଓ ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ କୁମାର ମାଝୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
