--:--:--
-- ---
Srishti News

ସୁନାପୁର ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ

Ganjam (ଗଞ୍ଜାମ)ଦୁର୍ଗା ମାଧବOctober 6, 2026791 views
ସୁନାପୁର ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ
ଚିକିଟି, ୬/୧୦: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଞ୍ଚଳର କୋଟିଲିଙ୍ଗ ଗ୍ରାମର ଜଣେ ଯୁବକ ସୁନାପୁର ସମୁଦ୍ରରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ହେଲେ ଏ. ଯୁଧିଷ୍ଠି (୨୨)। ସୂଚନା ଅନୁଯାୟୀ, ଯୁଧିଷ୍ଠି ତାଙ୍କ ୧୪ ଜଣ ସାଙ୍ଗଙ୍କ ସହ ସୁନାପୁରକୁ ବଣଭୋଜି ପାଇଁ ଯାଇଥିଲେ। ଅପରାହ୍ନ ପ୍ରାୟ ୫ଟା ସମୟରେ ସେମାନେ ସୁନାପୁର ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଯୁଧିଷ୍ଠି ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ଘଟଣା ପରେ ତାଙ୍କ ସାଙ୍ଗମାନେ ଖୋଜାଖୋଜି କରିଥିଲେ ମଧ୍ୟ ଯୁଧିଷ୍ଠିଙ୍କ କୌଣସି ସନ୍ଧାନ ମିଳିନାହିଁ। ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି। ସୂଚନା ମୁତାବକ, ଯୁଧିଷ୍ଠି ଆନ୍ଧ୍ରପ୍ରଦେଶର ଏକ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ଯୁବକଙ୍କ ନିଖୋଜ ଖବର ପାଇବା ପରେ ପରିବାର ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବା ବେଳେ କୋଟିଲିଙ୍ଗ ଗ୍ରାମରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି।