ବୋଲଗଡ଼ ଗୋପବନ୍ଧୁ ଛକ ନିକଟରେ ଓଲଟିଲା ସାର ବୋଝେଇ ଟ୍ରକ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 6, 202671 views

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋପବନ୍ଧୁ ଛକ ନିକଟରେ ଏକ ସାର ବୋଝେଇ ଟ୍ରକ ଓଲଟି ପଡ଼ିଛି। ସୂଚନା ଅନୁସାରେ, ଟ୍ରକଟି ଜଟଣୀରୁ ସାର ନେଇ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଗୋପବନ୍ଧୁ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା।ଦୁର୍ଘଟଣାରେ ଟ୍ରକଟି ଓଲଟି ପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକଟି କେଉଁ କାରଣରୁ ଓଲଟିଲା, ତାହା ସ୍ପଷ୍ଟ ହୋଇନାହିଁ।
