ଉର୍ଦ୍ଦୁ ଭାଷାର ପ୍ରଚାର-ପ୍ରସାର ପାଇଁ ‘ଏକ ସାମ୍ ଉର୍ଦ୍ଦୁ କେ ନାମ’ କାର୍ଯ୍ୟକ୍ରମ ଆରମ୍ଭ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡାOctober 6, 202661 views

ଉର୍ଦ୍ଦୁ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଉର୍ଦ୍ଦୁ ଲାଇବ୍ରେରୀ ପକ୍ଷରୁ ‘ଏକ ସାମ୍ ଉର୍ଦ୍ଦୁ କେ ନାମ’ ନାମକ ଏକ ନୂତନ ସାହିତ୍ୟିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ଉର୍ଦ୍ଦୁ ଲାଇବ୍ରେରୀ ପରିସରରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୌଲାନା ତବରେଜ୍ ଆଲମ୍ ମିସବାହୀ ସାହେବ, ମୁଦର୍ରିସ୍, ମଦ୍ରାସା ଇସ୍ଲାମିଆ ଆରବିଆ, ଦିଲାୱରପୁର, କେନ୍ଦ୍ରାପଡ଼ା; ମହମ୍ମଦ ଜାହାଙ୍ଗୀର, ହେଡ୍ ମୌଲବୀ, ମଦ୍ରାସା ତାଲିମୁଲ୍ ଇସଲାମ୍, ବଡ଼ହାଟ; ମହମ୍ମଦ ଅସଗର ଅଲୀ, ଅର୍ଗାନାଇଜିଂ ସେକ୍ରେଟାରୀ, ଉର୍ଦ୍ଦୁ ଲାଇବ୍ରେରୀ; ଏସ୍.କେ. ମହମ୍ମଦ ଫୟାଜୁଦ୍ଦିନ, ସେକ୍ରେଟାରୀ, ଉର୍ଦ୍ଦୁ ଲାଇବ୍ରେରୀ; ମହମ୍ମଦ ଅକ୍ରମ, ମିଡିଆ କୋ-ଅର୍ଡିନେଟର, ଉର୍ଦ୍ଦୁ ଲାଇବ୍ରେରୀଙ୍କ ସମେତ ଏସ୍.କେ. ଅବ୍ଦୁଲ କରିମ୍, ହେଡମାଷ୍ଟର, ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ, ଏସ୍.କେ. ନଇମୁଦ୍ଦିନ, ଏସ୍.କେ. ଅନସାର ଅଲୀ, ରାକେଶ ଜେନା, ଏସ୍.କେ. ଅବ୍ଦୁଲ ମକସୁଦ୍, ମୀର ଗିୟାସ୍ ଓ ଉର୍ଦ୍ଦୁ ଲାଇବ୍ରେରୀର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ଗୁରୁତ୍ୱ, ନୂତନ ପିଢ଼ି ମଧ୍ୟରେ ଉର୍ଦ୍ଦୁ ପ୍ରତି ଆଗ୍ରହ ବୃଦ୍ଧି ଏବଂ ସାହିତ୍ୟିକ ପ୍ରତିଭାକୁ ଉତ୍ସାହିତ କରିବା ନେଇ ଆଲୋଚନା ହୋଇଥିଲା।
‘ଏକ ସାମ୍ ଉର୍ଦ୍ଦୁ କେ ନାମ’ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ଦିନ ଆୟୋଜିତ ହେବ। ଏଥିରେ ଉର୍ଦ୍ଦୁ ନଜମ୍, ଗଜଲ୍, କବିତା ପାଠ, ଭାଷଣ, ସାହିତ୍ୟ ଆଲୋଚନା ଓ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯିବ।
ଉର୍ଦ୍ଦୁ ଭାଷାର ମହିମା ଓ ଐତିହ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ସ୍ଥାନୀୟ ଅଞ୍ଚଳରେ ଏକ ସୁସ୍ଥ ସାହିତ୍ୟିକ ପରିବେଶ ସୃଷ୍ଟି କରିବାରେ ଏହି ମାସିକ କାର୍ଯ୍ୟକ୍ରମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
