ଅନୁଗୋଳରୁ ଅପହୃତ ଯୁବତୀ ମଧ୍ୟପ୍ରଦେଶରୁ ଉଦ୍ଧାର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 5, 2026102 views

ଅନୁଗୋଳ: ଅନୁଗୋଳରୁ ଅପହୃତ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଉଦ୍ଧାର କରିଛି ଅନୁଗୋଳ ପୋଲିସ। ଯୁବତୀଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯାଇଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
IIC ଆଦିତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ସୁରେଶ ଅହିରୱାର ଓ ସନ୍ଧ୍ୟା ସେନଙ୍କୁ ଗିରଫ କରିଥିଲା।
ପରେ ଅନୁଗୋଳରେ ମଧ୍ୟ ପୋଲିସ ଚଢ଼ାଉ କରି ଟୁନା ମୁଖୀ ଓ ତାଙ୍କ ପତ୍ନୀ ଟୁନି ମୁଖୀଙ୍କୁ ଗିରଫ କରିଛି। ଏହି ଘଟଣାରେ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।
