--:--:--
-- ---
Srishti News

ଆଇଟିବିପି ପକ୍ଷରୁ ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଲଖାର୍ଦ୍ଧାOctober 2, 202650 views
ଆଇଟିବିପି  ପକ୍ଷରୁ ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ-ତିବ୍ବତ ସୀମା ପୋଲିସ ବଳ (ଆଇଟିବିପି) ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ‘ଏକ ଘଣ୍ଟା, ଏକ ଦିନ, ଏକ ସାଥ’ କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟାଳୟ, ଭୁବନେଶ୍ୱର ଓ ଆଇଟିବିପି ୪୧ତମ ବାହିନୀ ପକ୍ଷରୁ ଏମ୍ସ, ଭୁବନେଶ୍ୱର ପରିସରରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଏଥିରେ ଆଇଟିବିପିର ଅଧିକାରୀ ଓ ଯବାନମାନେ ସକ୍ରିୟ ଭାବେ ସାମିଲ ହୋଇ ଏମ୍ସ ପରିସରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ଗଠନ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସେହିପରି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ–୨୦୨୬ ଅବସରରେ ଆଇଟିବିପି ୪୧ତମ ବାହିନୀ, ଖୋର୍ଦ୍ଧା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ଦିଗ୍ବିଜୟ ସିଂହଙ୍କ ନେତୃତ୍ୱରେ ଅଧିକାରୀ ଓ ଯବାନମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଶିବିରରୁ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଭଳି ମାନବିକ କାର୍ଯ୍ୟ ମାଧ୍ୟମରେ ଆଇଟିବିପିର ଅଧିକାରୀ ଓ ଯବାନମାନେ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛନ୍ତି।ସ୍ୱଚ୍ଛତା ଅଭିଯାନ ଓ ରକ୍ତଦାନ ଭଳି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଆଇଟିବିପି ପକ୍ଷରୁ ସମାଜ ପ୍ରତି ଦାୟିତ୍ୱବୋଧ ଓ ମାନବ ସେବାର ବାର୍ତ୍ତା ଦିଆଯାଇଛି।