ରୂପାୟନ' ତରଫରୁ ମହାତ୍ମା ଗାନ୍ଧୀ ସଦ୍ଭାବନା ସମ୍ମାନ ଉତ୍ସବ-୨୦୨୬ ପାଳିତ
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର: 'ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 2, 202613 views

ରୂପାୟନ' ଅନୁଷ୍ଠାନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ "ମହାତ୍ମା ଗାନ୍ଧୀ ସଦ୍ଭାବନା ସମ୍ମାନ ଉତ୍ସବ - ୨୦୨୬" ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ଗାନ୍ଧିଜୀଙ୍କ ଆଦର୍ଶ, ଶାନ୍ତି, ଅହିଂସା ଓ ସଦ୍ଭାବନାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଉତ୍ସବରେ 'ରୂପାୟନ'ର ସଦସ୍ୟ, ଅତିଥି ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
