ପିତାତଳି ଗ୍ରାମପଞ୍ଚାୟତରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଓ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ
Ganjam (ଗଞ୍ଜାମ)ଦୁର୍ଗା ମାଧବOctober 2, 20266 views

ଚିକିଟି :୦୨/୧୦/୨୦୨୬: ପିତାତଳି ଗ୍ରାମପଞ୍ଚାୟତ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ପିତାତଳି ଗ୍ରାମପଞ୍ଚାୟତରେ ଆୟୋଜିତ ଗ୍ରାମସଭାରେ ସରପଞ୍ଚ ଏ. ରାଙ୍ଗା ରାଓ ସଭା ମୂଖ୍ୟ ଭାବେ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ଗ୍ରାମସଭାରେ ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ପ୍ରଧାନ ଶିକ୍ଷକ , ଗ୍ରାମବାସୀ ଯୋଗଦେଇଥିଲେ।ସଭାରେ ଚିକିଟି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାମକୃଷ୍ଣ ବେହେରା,ପିତାତଳି ରାଜସ୍ୱ ନିରୀକ୍ଷକ, ପ୍ରଧାନ ଶିକ୍ଷକ ବଳରାମ ବେହେରା, ସ୍ୱାସ୍ଥ୍ୟକର୍ମୀ କୁମାରୀ ଧରିତ୍ରୀ ଦାସ, ସ୍ୱୟଂ ସହାୟିକା କରିସ୍ମା କୁମାରୀ, କର୍ମଚାରୀ କାଳିଆ ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇଥିଲେ।ଏହି ଅବସରରେ ନିଜ ନିଜ ବିଭାଗର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ପ୍ରତିନିଧିମାନେ ଆଲୋଚନା କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟସେବା, ପୋଷଣ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସ୍ୱଚ୍ଛତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନାର ସଫଳତା ବିଷୟରେ ବୁଝାଇଥିଲେ। କର୍ମଚାରୀ ମାନେ
ନିଜ ନିଜ କ୍ଷେତ୍ରରେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ତେବେ ପୁରୁଷଙ୍କ ତୁଳନାରେ ମହିଳା ମାନେ ସଂଖ୍ୟାଧିକ ଭାବେ ଯୋଗ ଦେଇଥିଲେ।
ଏଥିସହ ପ୍ରେରଣା କେନ୍ଦ୍ର, ପିତାତଳି ର ମାମୁନି ସାହୁ ବାଲ୍ୟବିବାହ ନିରୋଧ ଓ ଏହାର କୁପ୍ରଭାବ ସମ୍ପର୍କରେ ସଚେତନତାମୂଳକ ଆଲୋଚନା କରିଥିଲେ। ବାଲ୍ୟବିବାହ ରୋକିବା ପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ସ୍ୱଚ୍ଛତା ହିଁ ସେବାର ମୂଳ ଲକ୍ଷ୍ୟକୁ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ସ୍ୱଚ୍ଛତା ଶପଥ ପାଠ କରି ନିଜ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗ୍ରାମ ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନ୍ୟମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ।

