--:--:--
-- ---
Srishti News

ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭବ୍ୟ ସ୍ବାଗତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202692 views
ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭବ୍ୟ ସ୍ବାଗତ
ଖୋର୍ଦ୍ଧା: ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋଡିପୁଟମାଟିଆପଡ଼ାପଞ୍ଚାୟତ ହାଇସ୍କୁଲ୍‌ରେ ନୂତନ ପ୍ରଧାନଶିକ୍ଷୟିତ୍ରୀ ଯୋଗଦାନ କରିଛନ୍ତି। ତାଙ୍କ ବିଦ୍ୟାଳୟରେ ଯୋଗଦାନ ଅବସରରେ ବିଦ୍ୟାଳୟ ପରିବାର ପକ୍ଷରୁ ଏକ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଆନ୍ତରିକ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି, ଶୃଙ୍ଖଳା ଓ ସାମଗ୍ରିକ ବିକାଶ ଦିଗରେ ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କ ନେତୃତ୍ୱ ଗୁରୁତ୍ବପୂର୍ଣ ହେବ ବୋଲି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆଶା ପ୍ରକାଶ କରିଥିଲେ।ନୂତନ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ସ୍ବାଗତ କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ପରିବାରରେ ଏକ ଆନନ୍ଦମୟ ଓ ସୌହାର୍ଦ୍ଦପୂର୍ଣ ପରିବେଶ ସୃଷ୍ଟି ହୋଇଥିଲା।