ଜଟଣୀ ‘ଆଶା କିରଣ’ ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202659 views

ଖୋର୍ଦ୍ଧା-ଆଜି ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଜଟଣୀସ୍ଥିତ ‘ଆଶା କିରଣ’ ବୃଦ୍ଧାଶ୍ରମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେବାର ସୌଭାଗ୍ୟ ମିଳିଥିଲା।ଏହି ଅବସରରେ ଆଶ୍ରମରେ ରହୁଥିବା ପୂଜ୍ୟ ବୃଦ୍ଧା ମା’ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲି। ସେମାନଙ୍କ ସ୍ନେହ, ଆତ୍ମୀୟତା ଓ ଆଶୀର୍ବାଦ ଆଜିର ଦିନକୁ ଅଧିକ ସ୍ମରଣୀୟ କରିଦେଇଥିଲା।
ଏଥିସହ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା।ବରିଷ୍ଠମାନେ ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅନୁଭବ, ସ୍ନେହ ଓ ଆଶୀର୍ବାଦ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
