ବୋଲଗଡ଼ ସାଗରଗୁଆଁରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202637 views

ଖୋର୍ଦ୍ଧା-ଗତକାଲି ପବିତ୍ର ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ବୋଲଗଡ଼ ବ୍ଲକ୍ ସାଗରଗୁଆଁ ଠାରେ ‘ଅଲଟ୍ରା’ (ULTRA) ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜ୍ୟପୂଜା ବରିଷ୍ଠ ନାଗରିକ ଓ ମୁରବୀମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ସେମାନଙ୍କ ଆଶୀର୍ବାଦ ଗ୍ରହଣ କଲି।
ସମାଜ ଗଠନ ଓ ନୂତନ ପିଢ଼ିକୁ ମାର୍ଗଦର୍ଶନ କରିବାରେ ବରିଷ୍ଠମାନଙ୍କ ଅନୁଭୂତି, ଜ୍ଞାନ ଓ ଅବଦାନ ସର୍ବଦା ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥ ଜୀବନ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।
ଏଭଳି ଏକ ମହତ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ‘ଅଲଟ୍ରା’ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା। ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ବରିଷ୍ଠ ଗୁରୁଜନଙ୍କୁ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ।
