--:--:--
-- ---
Srishti News

ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ୮୪ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା

Ganjam (ଗଞ୍ଜାମ)ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିOctober 1, 202652 views
ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ୮୪ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା
ଖଲ୍ଲିକୋଟ, ୧/୧୦: ସମାଜର ଅଭିଜ୍ଞତାର ଭଣ୍ଡାର ତଥା ମାର୍ଗଦର୍ଶକ ସାଜିଥିବା ବରିଷ୍ଠ ନାଗରିକଙ୍କ ସମ୍ମାନ ଓ ଅଧିକାର ସୁରକ୍ଷାର ବାର୍ତ୍ତା ନେଇ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସିଂହଦ୍ୱାରଠାରୁ ବରିଷ୍ଠ ନାଗରିକମାନେ ଏକ ସଚେତନତା ପଦଯାତ୍ରାରେ ବାହାରି ବସ୍‌ଷ୍ଟାଣ୍ଡ ଦେଇ ମଞ୍ଚର ସଭାଗୃହରେ ପହଞ୍ଚିଥିଲେ। ସେଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅନୁଷ୍ଠିତ ସଭାରେ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ କୁମାର ଖାଡ଼ଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚର ସଭାପତି ଡଃ ହରପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଓ ଉପଦେଷ୍ଟା ଚନ୍ଦ୍ରଶେଖର ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ସଭାରେ ଅତିଥିମାନେ ନିଜ ଅଭିଭାଷଣରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା, ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ପ୍ରତି ପରିବାର ତଥା ସମାଜର କର୍ତ୍ତବ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଯଥୋଚିତ ସମ୍ମାନ, ସ୍ନେହ ଓ ସହଯୋଗ ପ୍ରଦାନ କରିବା ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ରଥ, ଚନ୍ଦ୍ରଶେଖର ପଟ୍ଟନାୟକ ଓ ବିପିନ ବିହାରୀ ସାମନ୍ତ ପ୍ରମୁଖ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୮୪ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା। ଏଥିରେ ଅଭିରାମ ମହାପାତ୍ର, ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀନିବାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅନିବାର୍ଯ୍ୟ କାରଣରୁ ଲକ୍ଷ୍ମୀପ୍ରସାଦ ସେନାପତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ଜଣାପଡ଼ିଛି। ସମ୍ବର୍ଦ୍ଧନା ପର୍ବରେ କିଶୋର କୁମାର ସିଂ ଓ ପୂର୍ଣ୍ଣଚନ୍ଦ୍ର ରଥ ମାନପତ୍ର ପାଠ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୋଦ କୁମାର ସିଂ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପଦ୍ମନାଭ ମାଝୀ, ତ୍ରିନାଥ ରାଜ, ଅନାଥ ସ୍ୱାଇଁ, ରଘୁନାଥ ବେହେରା, ସୁରେଶ ଚନ୍ଦ୍ର ଆଚାର୍ଯ୍ୟ, ନବକୃଷ୍ଣ ମିଶ୍ର, ବିଜୟ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ଆଚାର୍ଯ୍ୟ, ଶିବରାମ ଜେନାଙ୍କ ସମେତ ମଞ୍ଚର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପ୍ରତି ସମାଜର ଦାୟିତ୍ୱବୋଧକୁ ମନେ ପକାଇ ଦେଇଥିବା ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ସାମାଜିକ ବାର୍ତ୍ତା ପ୍ରଦାନ କରିଛି।