କୃଷ୍ଣପୁର ଗ୍ରାମରେ ୩ ମାସ ହେଲା ପାନୀୟ ଜଳ ସଙ୍କଟ ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 1, 202610 views

ଖୋର୍ଦ୍ଧା: କୃଷ୍ଣପୁର ଗ୍ରାମରେ ଗତ ୩ ମାସ ଧରି ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି।
ଦୀର୍ଘଦିନ ଧରି ପାନୀୟ ଜଳ ନପାଇ ଗ୍ରାମବାସୀ ହନ୍ତସନ୍ତ ହେଉଥିବାବେଳେ ଆଜି ବହୁ ସଂଖ୍ୟାରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି। ତୁରନ୍ତ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଧାରଣାରତ ଲୋକେ କହିଛନ୍ତି।
