ଚକାପଥର ଗ୍ରାମରେ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁOctober 1, 202637 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚକାପଥର ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ଜମି ପ୍ରସ୍ତୁତି ଓ ମାଟି କାମ ଚାଲିଛି। ଏହି କାର୍ଯ୍ୟରେ ଗ୍ରାମର ଯୁବକ ଓ ବୟସ୍କମାନେ ଉତ୍ସାହର ସହ ଯୋଗଦେଇଛନ୍ତି। ଗ୍ରାମରେ ଶିବ ମନ୍ଦିର ନିର୍ମାଣ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ ହେଉ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
