--:--:--
-- ---
Srishti News

ନଳକୂଅ ଅଛି, ପାଣି ନାହିଁ: ଗ୍ରାମବାସୀ ହନ୍ତସନ୍ତ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁOctober 1, 202625 views
ନଳକୂଅ ଅଛି, ପାଣି ନାହିଁ: ଗ୍ରାମବାସୀ ହନ୍ତସନ୍ତ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚକାପଥର ଗ୍ରାମ ଦଲକ ସାହିରେ ପାନୀୟଜଳ ସୁବିଧା ପାଇଁ ନଳକୂଅ ନିର୍ମାଣ କରାଯାଇଥିଲେ ମଧ୍ୟ ଏଥିରୁ ପାଣି ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ନଳକୂଅ ଥାଇ ମଧ୍ୟ ଗ୍ରାମବାସୀଙ୍କୁ ପାଣି ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ବିଶେଷକରି ଖରାଦିନରେ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ରହିଛି। ସରକାରୀ ଅର୍ଥରେ ନିର୍ମିତ ଏହି ନଳକୂଅ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନଳକୂଅର ମରାମତି କରି ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।