ବ୍ୟାଙ୍କ ଅଧିକାରୀଙ୍କ ସହ ଅନୁଗୋଳ ପୋଲିସର ଗୁରୁତ୍ୱପୂର୍ଣ୍ଣ ଆଲୋଚନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 30, 202651 views

ଅନୁଗୋଳ : ଅନୁଗୋଳ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆରକ୍ଷୀ ଉପ-ନିରୀକ୍ଷକ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ପୋଲିସ ଓ ବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାର ତ୍ୱରିତ ସମାଧାନ ସହ ଆର୍ଥିକ ଠକେଇ ଓ ସାଇବର ଅପରାଧକୁ ରୋକିବା ଦିଗରେ ଉଭୟ ପକ୍ଷର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଶେଷକରି ଆର୍ଥିକ ଏବଂ ସାଇବର ଅପରାଧର ପ୍ରତିରୋଧ, ଅପରାଧ ଚିହ୍ନଟ ଓ ତଦନ୍ତ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୋଲିସ ଓ ବ୍ୟାଙ୍କ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ତ୍ୱରିତ ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା।
ସାଇବର ଠକେଇ ଓ ଆର୍ଥିକ ଅପରାଧ ବଢ଼ୁଥିବା ପରିପ୍ରେକ୍ଷୀରେ ଏଭଳି ସମନ୍ୱୟମୂଳକ ବୈଠକ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
