ଜମିହରାଙ୍କ ଦୁଃଖ ଶୁଣିଲେ ଉପଜିଲ୍ଲାପାଳ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 28, 202686 views

ତାଳଚେର: ତାଳଚେର ଅଞ୍ଚଳର ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ଜମିହରା ପ୍ରଜାମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ।
ଜନଶୁଣାଣିରେ ଏମ୍ସିଏଲ୍ର ବିଭିନ୍ନ କ୍ଷେତ୍ରର ଜେନେରାଲ ମ୍ୟାନେଜର ଓ ଅଧିକାରୀମାନେ ଉପସ୍ଥିତ ରହି ଜମିହରା ପ୍ରଜାଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଜମି ଅଧିଗ୍ରହଣ, ଥଇଥାନ, କ୍ଷତିପୂରଣ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।
ଉପଜିଲ୍ଲାପାଳ ଶ୍ରୀ ଗିରି ଜମିହରା ପ୍ରଜାଙ୍କ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ସହ ଏହାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏଥିସହ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜମିହରାଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଥିଲା।
ପ୍ରଶାସନ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଆଶ୍ୱାସନ ପରେ ନିଜ ସମସ୍ୟାର ସମାଧାନ ନେଇ ଜମିହରା ପ୍ରଜାଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିବା ଜଣାପଡ଼ିଛି।
